ମୁମ୍ବାଇ: ଦାଦରା ଓ ନଗର ହାବେଳି ସାଂସଦ ମୋହନ ଡେଲକର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି ସାଂସଦ ଡେଲକର । ତାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।
ସାଂସଦ ଡେଲକରଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଛି । ସେ ଦାଦରା ଓ ନଗର ହାବେଳି ଲୋକସଭା କ୍ଷେତ୍ରରୁ ନିର୍ଦଳୀୟ ସାଂସଦ ଥିଲେ ।
58 ବର୍ଷୀୟ ମୋହନ ଡେଲକର 1998ରେ ଦାଦରା ଓ ନାଗର ହାବେଳୀରୁ ନିର୍ବାଚନ ଜିତି ଲୋକସଭା ପହଞ୍ଚିଥିଲେ । ଟ୍ରେଡ ୟୁନିୟନ ନେତା ରୂପେ ମୋହନ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ସେ କଂଗ୍ରେସ ଓ ବିଜେପି ଟିକେଟରେ ନିର୍ବାଚନ ଲଢିସାରିଛନ୍ତି । ପରେ ସେ ଭାରତୀ ନବ ଶକ୍ତି ପାର୍ଟି ଗଠନ କରିଥିଲେ ।
ମୋହନ ଡେଲକର 3 ଥର ଲୋକସଭା ନିର୍ବାଚନ ଜିତିଛନ୍ତି । 2019ରେ ସେ ନିଜେ କଂଗ୍ରେସରୁ ଅଲଗା ହେବାର ନିଷ୍ପତ୍ତି ନେଇ ନିର୍ଦଳୀୟ ନିର୍ବାଚନ ଲଢିଥିଲେ ।