ETV Bharat / bharat

ସାଇରସ ପୁନାୱାଲାଙ୍କୁ ହାର୍ଟଆଟାକ୍‌, ଆଞ୍ଜିଓପ୍ଲାଷ୍ଟି ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର

author img

By ETV Bharat Odisha Team

Published : Nov 17, 2023, 10:30 PM IST

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII)ର ଚେୟାରମ୍ୟାନ ସାଇରସ ପୁନାୱାଲାଙ୍କୁ ହାର୍ଟଆଟାକ୍‌ । ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର । ଅଧିକ ପଢନ୍ତୁ

Cyrus Poonawalla
Cyrus Poonawalla

ମୁମ୍ବାଇ: ହୃଦଘାତର ଶିକାର ହେଲେ ସାଇରସ ପୁନିୱାଲା । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII)ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପୁନାୱାଲା ଶୁକ୍ରବାର ସନ୍ଧ୍ୟାରେ ହୃଦଘାତର ଶିକାର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସ୍ଥିର ରହିଥିବା ସେ ଶୀଘ୍ର ସୁସ୍ଥ ହୋଇଥିବା ଡକ୍ଟର ପୁରଭେଜ ଗ୍ରାଣ୍ଟ ସୂଚନା ଦେଇଛନ୍ତି ।

ପୁନାୱାଲାଙ୍କୁ ଏବେ ୮୨ ବର୍ଷ ବୟସ ହୋଇଥିବା ବେଳେ ସେ ଏହି ମାରାତ୍ମକ ରୋଗର ଶିକାର ହୋଇଥିଲେ । ହେଲେ ତାଙ୍କୁ ମାଇଲ୍ଡ ହାର୍ଟ ଆଟାକ୍‌ ଆସିଥିବା ଡାକ୍ତର କହିଛନ୍ତି । ଏନେଇ ରୁବି ହଲ କ୍ଲିନିକର ହୃଦରୋଗ ବିଶେଷଜ୍ଞ ଡକ୍ଟର ପ୍ରୁଭେଜ ଗ୍ରାଣ୍ଟ କହିଛନ୍ତି, "ସାଇରସ ପୁନାୱାଲାଙ୍କୁ ମାଇଲ୍ଡ ହାର୍ଟ ଆଟାକ୍‌ ଆସିଥିଲା । ହେଲେ ସେ ଶୀଘ୍ର ରିକଭରି କରିଛନ୍ତି । ତାଙ୍କୁ ଚିକିତ୍ସିତ କରାଯାଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।"

ଏହା ବି ପଢନ୍ତୁ- ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡରେ ଆଖି ବୁଜିଲେ 5

ସେପଟେ ହସ୍ପିଟାଲର ଆଡଭାଇଜର ଅଲି ଦାରୁୱାଲା ଏକ ବିବୃତ୍ତିରେ କହିଛନ୍ତି,"ନଭେମ୍ବର ୧୬ ତାରିଖରେ ଡ. ସାଇରସ ପୁନାୱାଲା ହୃଦଘାତର ଶିକାର ହୋଇଥିଲେ । ଶୁକ୍ରବାର ଭୋରରୁ ତାଙ୍କୁ ରୁବି ହଲ୍‌ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । "ଏହାପରେ ଡକ୍ଟର ପୁନାୱାଲାଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ଡାକ୍ତର ପ୍ରୁଭେଜ ଗ୍ରାଣ୍ଟ, ଡ. ମାକଲେ ଓ ଡ. ଅଭିଜିତ ଖାର୍ଦ୍ଦେକରଙ୍କ ସୁପରଭିଜନ ଏହି ଅସ୍ତ୍ରୋପଚାର ହୋଇଥିଲା । ତେବେ ସେ ଶୀଘ୍ର ସୁସ୍ଥ ହୋଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଅଲି ।

ଏହା ବି ପଢନ୍ତୁ- ଦେଶରେ ବଢିବ ଟିକା ଉତ୍ପାଦନ, କେନ୍ଦ୍ରକୁ ପ୍ଲାନ ଦେଲେ ସେରମ ଓ ଭାରତ ବାୟୋଟେକ୍

ସୂଚନା ଥାଉ କି ଡ. ପୁନାୱାଲା ସାଇରସ ପୁନାୱାଲା ଗ୍ରୁପର ଚେୟାରମ୍ୟାନ ମଧ୍ୟ ଅଛନ୍ତି । ସେ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଭ୍ୟାକ୍ସିନ ତିଆରି କାର୍ଯ୍ୟରେ ମଧ୍ୟ ସାମିଲ ଥିଲେ । କୋଭିଡ ମହାମାରୀ ସମୟରେ ସେରମ ଇନିଷ୍ଟିଚ୍ୟୁଟରୁ କୋଟି କୋଟି ଭ୍ୟାକ୍ସିନ ଦେଶବାସୀଙ୍କ ସମେତ ବିଦେଶୀକୁ ମଧ୍ୟ ପଠାଯାଇଥିଲା । ସୂଚନା ଥାଉ କି ୧୯୬୬ ମସିହାରେ ସାଇରସ ପୁନାୱାଲା ସେରମ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରିଥିଲେ । ସେ ଭାରତୀୟ ଶିଳ୍ପପତି ଭାବରେ ଦେଶ ଓ ବିଦେଶରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.