ETV Bharat / bharat

କେଉଁଠୁ ଆସିଲା ୟସ, ଶେଷ ଠିକଣା କଣ ? ଜାଣନ୍ତୁ ବାତ୍ୟାର ରୋଡ ମ୍ୟାପ୍

ବାତ୍ୟା ୟସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରିଛି IMD । କେଉଁଠି ଜନ୍ମ ହେଲା ବାତ୍ୟା ୟସ ? କେଉଁଠିକୁ ଯିବ ଏହି ବାତ୍ୟା ? କେତେ ରହିବ ପବନର ବେଗ ? ବାତ୍ୟା ୟସର କୁଣ୍ଡଳୀ ଉପରେ ପକାନ୍ତୁ ନଜର...

କେଉଁଠୁ ଆସିଲା ୟସ, ଶେଷ ଠିକଣା କଣ ? ଜାଣନ୍ତୁ ବାତ୍ୟାର ରୋଡ ମ୍ୟାପ...

author img

By

Published : May 25, 2021, 9:21 PM IST

ନୂଆଦିଲ୍ଲୀ: ଭୟ ବଢାଉଛି ବାତ୍ୟା ୟସ । ଓଡିଶା ଉପରେ ରହିଛି ଏହାର ଆଖି । ବଙ୍ଗୋପସାଗରକୁ ସଂଲଗ୍ନ ଉପକୂଳବର୍ତ୍ତୀ ରାଜ୍ୟ ପାଇଁ ଆଗାମୀ 12 ଘଣ୍ଟା ବେଶ ସମ୍ବେଦନଶୀଳ । କାରଣ ଅତି ଭୀଷଣ ସାମୁଦ୍ରିକ ଝଡ ରୂପ ନେଇ ମାଡିଆସୁଛି ୟସ । ବର୍ତ୍ତମାନ ଘଣ୍ଟାପ୍ରତି 15 କିଲୋମିଟର ରହିଛି ‘ୟସ’ର ବେଗ । ଏହା ପାରାଦୀପଠାରୁ ଏହା 160 ଓ ବାଲେଶ୍ବରଠାରୁ 250 କିଲୋମିଟର ଦୂରରେ ରହିଛି ।

ବାତ୍ୟା ୟସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରିଛି । ତେବେ କେଉଁଠି ଜନ୍ମ ହେଲା ବାତ୍ୟା ୟସ ? କେଉଁଠିକୁ ଯିବ ଏହି ବାତ୍ୟା ? କେତେ ରହିବ ପବନର ବେଗ ? ବାତ୍ୟା ୟସର କୁଣ୍ଡଳୀ ଉପରେ ପକାନ୍ତୁ ନଜର...

ବାତ୍ୟା ୟସର ଜନ୍ମ

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମେ 23ରେ ପ୍ରଥମ ଥର ଦେଖାଗଲା ୟସ । ଟ୍ରପିକାଲ ଡିଷ୍ଟରବାନ୍ସ କାରଣରୁ ଏହି ବାତ୍ୟା ଜନ୍ମ ନେଇଥିଲା । ବର୍ତ୍ତମାନ ସମୟରେ ଉତ୍ତରଭାରତରେ ସାମୁଦ୍ରିକ ବାତ୍ୟା ଋତୁ ଜାରି ରହିଛି । ଏହି ଋତୁ 2 ଏପ୍ରିଲ 2021ରେ ଆରମ୍ଭ ହୋଇଥିଲା । ଏଥିରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି 195 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ସାଧାରଣତଃ ଡିସେମ୍ବର ପର୍ଯ୍ୟନ୍ତ ଚାଲିଥାଏ ଏହି ଋତୁ । ମେ ଓ ନଭେମ୍ବର ଏହାର ପିକ୍‌ ସିଜିନ ହୋଇଥାଏ ।

ଟ୍ରପିକାଲ ଡିଷ୍ଟରବାନ୍ସ କଣ ?

ଟ୍ରପିକାଲ ଡିଷ୍ଟରବାନ୍ସର ଅର୍ଥ ଏହି ସମୟରେ ଯେଉଁ ବାତ୍ୟା ସୃଷ୍ଟି ହେବ ଏହାର କେନ୍ଦ୍ର ସାଧାରଣତଃ ଉଷ୍ମ ରହିଥାଏ । ଏହା ବାୟୁମଣ୍ଡଳୀୟ ପର୍ଯ୍ୟାବରଣ ଉପରେ ନିର୍ଭାର କରେ । ଏହା ପଛରେ କିଛି କାରଣ ରହିଛି । ପ୍ରଥମଟି ଉଷ୍ମ ସମୁଦ୍ର, ଅତି କମରେ 26.5 ଡିଗ୍ରୀ ସେଲସିୟସ । ଦ୍ବିତୀୟଟି ବାୟୁମଣ୍ଡଳୀୟ ସନ୍ତୁଳନ, ତୃତୀୟରେ ଟ୍ରପୋସ୍ପିୟରର ନିମ୍ନଅଂଶରେ ଉଚ୍ଚସ୍ତରର ଆଦ୍ରତା, ଚତୁର୍ଥଟି କମ ଚାପ ବିଶିଷ୍ଟ କ୍ଷେତ୍ର ଆଉ ପଞ୍ଚମରେ ତଳସ୍ତରରେ ଭର୍ଟିକାଲ ୱିଣ୍ଡ୍‌ । ଯେବେ ଏସବୁ ଏକା ଥରକରେ ହୁଏ, ସେବେ ଟ୍ରପିକାଲ ଡିଷ୍ଟରବାନ୍ସ ସୃଷ୍ଟି ହୁଏ । ଆଉ ଏହିକାରଣରୁ ଆସେ ବାତ୍ୟା ।

କେତେ ସମୟ ରହିବ ୟସର ବଳ ?

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ୟସ 24 ମେ 2021ରୁ 27 ମେ 2021 ପର୍ଯ୍ୟନ୍ତ ରହିପାରେ। ବର୍ତ୍ତମାନ ଏହା ବଙ୍ଗୋପସାଗରରେ ମଧ୍ୟରେ ରହିଛି । ଏହି କାରଣରୁ ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ ସମେତ ଅନେକ ଉପକୂଳବର୍ତ୍ତୀ ରାଜ୍ୟ ମେଘୁଆ ରହିଛି। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଉଠୁଛି । ହେଲେଏହାର ଶକ୍ତି ମେ 24 ଏବଂ 25ର ବିଳମ୍ବିତ ରାତିରେ ଭୟାବହ ରୂପ ନେବା ଆରମ୍ଭ କରିବ । 25 ମେ ବିଳମ୍ବିତ ରାତିରେ ପବନର ବେଗ ଘଣ୍ଟାପ୍ରତି145ରୁ 155 କିଲୋମିଟର ରହିବ ।

ବାତ୍ୟାର ସବୁଠୁ ଭୟଙ୍କର ରୂପ 26 ମେ 2021ରେ ଦେଖିବାକୁ ମିଳିପାରେ । ଏହି ସମୟରେ ବାତ୍ୟା ୟସ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି 155ରୁ 185 କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ । ସଂଧ୍ୟାରେ ପବନର ବେଗ କମିବ ବୋଲି ଅନୁମାନ କରାଯାଉଛି ।

ୟସର ରୋଡ ମ୍ୟାପ

ମେ 25 ସୁଦ୍ଧା ୟସ ଓଡିଶା ଉପକୂଳ ଆଡକୁ ବଢୁଛି । ପୁରା ଦିନ ଏହା ବଙ୍ଗୋପ ସାଗରରେ ରହିଥିଲା । ମେ 26 ସକାଳେ ଏହା ଓଡିଶାର ଉପକୂଳ ନିକଟକୁ ଆସିବ । ଏହାପରେ ବାତ୍ୟା ଓଡିଶାର ଉତ୍ତର ଓ ଉତ୍ତର-ପୂର୍ବ ଅଞ୍ଚଳ ଦେଇ ଗତିକରିବା ପରେ ଭଦ୍ରକର ଧାମରା-ଭିତରକନୀକା-ଚାନ୍ଦବାଲିରେ ସ୍ଥଳଭାଗ ଛୁଇଁପାରେ । ଏହାପରେ ବାତ୍ୟା ଓଡିଶାର ଉତ୍ତର ପୂର୍ବ ଅଞ୍ଚଳ ଦେଇ ଝାଡଖଣ୍ଡରେ ପ୍ରବେଶ କରିବ । ଏହି ସମୟରେ ଏହା ପଶ୍ଚିମବଙ୍ଗର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଦେଇ ଗତି କରିବ ।

ଝାଡଖଣ୍ଡରେ ଏହା ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବ ଅଞ୍ଚଳ ଛାଡି ସମ୍ପୂର୍ଣ୍ଣ ରାଜ୍ୟରେ ପ୍ରବଳ ବର୍ଷା କରାଇପାରେ । ଏହାପରେ ବାତ୍ୟା ୟସ ବିହାର ଓ ଉତ୍ତରପ୍ରେଶର ଦକ୍ଷିଣ ସୀମା ଓ ଛତିଶଗଡର ଉତ୍ତର-ପୂର୍ବ ସୀମା ପାଖକୁ ଯାଇ ଶେଷ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.