ETV Bharat / bharat

ଗୋଆରେ ତାଉ'ତେର ଗର୍ଜନ, କର୍ଣ୍ଣାଟକରେ କରାଳ ରୂପ ଧରି ରଚିଲା ତାଣ୍ଡବ

author img

By

Published : May 16, 2021, 7:48 PM IST

ତାଉ'ତେର ଗର୍ଜରେ ଗୋଆ ଦୋହଲିଥିବାବେଳେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହାର କରାଳ ରୂପ । ଉପୁଡିଲା ଗଛ ଆଉ ଭାଙ୍ଗିଲା ଘର । ଅଧିକ ପଢନ୍ତୁ...

ଗୋଆରେ ତାଉ'ତେର ଗର୍ଜନ, କର୍ଣ୍ଣାଟକରେ କରାଳ ରୂପ ଧରି ରଚିଲା ତାଣ୍ଡବ
ଗୋଆରେ ତାଉ'ତେର ଗର୍ଜନ, କର୍ଣ୍ଣାଟକରେ କରାଳ ରୂପ ଧରି ରଚିଲା ତାଣ୍ଡବ

ହାଇଦ୍ରାବାଦ: ସମୁଦ୍ର ଉପକୂଳ ଦେଇ ମାଡିଚାଲିଛି ବାତ୍ୟା ତାଉ'ତେ । ସ୍ଥଳଭାଗ ଛୁଇଁବା ପୂର୍ବରୁ ତାଉ'ତେ ରଚୁଛି ତାଣ୍ଡବ । ତାଉ'ତେର ଗର୍ଜନରେ ଗୋଆ ଦୋହଲି ଥିବାବେଳେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହାର କରାଳ ରୂପ ।

ବାତ୍ୟା ତାଉ'ତେ ପ୍ରଭାବରେ କର୍ଣ୍ଣାଟକ ଓ ଗୋଆରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ବାତ୍ୟା ଯୋଗୁଁ କର୍ଣ୍ଣାଟକରେ 4 ଓ ଗୋଆରେ 2 ଜଣଙ୍କ ମୃତ୍ୟୁ ହୋଇଛି ।

କର୍ଣ୍ଣାଟକରେ 73 ଗାଁ ହୋଇଛି ପ୍ରଭାବିତ । ରାଜ୍ୟର 7 ଜିଲ୍ଲା ଦକ୍ଷିଣ କନ୍ନଡ, ଉଡୁପି, ଉତ୍ତର କନ୍ନଡ, କୋଡାଗୁ, ଶିବମୋଗା, ଚିକ୍କମାଗାଲୁରୁ ଓ ହାସନରେ ପଡିଛି ବାତ୍ୟାର ଅଧିକ ପ୍ରଭାବ । କର୍ଣ୍ଣାଟକରେ ମୋଟ 71 ଘର ଭାଙ୍ଗିଥିବାବେଳେ 271 ବିଦ୍ୟୁତ ଖୁଣ୍ଟ ଉପୁଡିଛି ।

ସେପଟେ ତାଉ'ତେର ଗର୍ଜନରେ ଦୋହଲିଛି ଗୋଆ । ବାତ୍ୟା ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 500 ରୁ ଅଧିକ ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଛି । ସେହିପରି ପ୍ରାୟ 100ଟି ବଡ ଏବଂ 100ଟି ଛୋଟ ଘର କ୍ଷତିଗ୍ରସ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.