ETV Bharat / bharat

ତାଉ'ତେ ଭାଙ୍ଗିଲା ମୁମ୍ବାଇ ଟ୍ରାଇଡେଣ୍ଟ ହୋଟେଲ ! କେତେ ସତ ଭାଇରାଲ ଭିଡିଓ ?

author img

By

Published : May 17, 2021, 9:16 PM IST

ବାତ୍ୟା ତାଉ'ତେ ପ୍ରଭାବରେ ମୁମ୍ବାଇର ନରୀମନ ପଏଣ୍ଟସ୍ଥିତ ଟ୍ରାଇଡେଣ୍ଟ ହୋଟେଲ ଭାଙ୍ଗିଥିବା ଦାବି କରାଯାଉଛି । ଜାଣନ୍ତୁ ଭିଡିଓରେ ରହିଛି କେତେ ସତ୍ୟତା ?

ତାଉ'ତେ ଭାଙ୍ଗିଲା ମୁମ୍ବାଇ ଟ୍ରାଇଡେଣ୍ଟ ହୋଟେଲ ! କେତେ ସତ ଭାଇରାଲ ଭିଡିଓ ?
ତାଉ'ତେ ଭାଙ୍ଗିଲା ମୁମ୍ବାଇ ଟ୍ରାଇଡେଣ୍ଟ ହୋଟେଲ ! କେତେ ସତ ଭାଇରାଲ ଭିଡିଓ ?

ନୂଆଦିଲ୍ଲୀ: ବାତ୍ୟା ତାଉ'ତେ ପ୍ରଭାବରେ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଗଛ ଉପୁଡିବା ସହ ଜଳାର୍ଣ୍ଣବ ହୋଇଛି ମୁମ୍ବାଇ ସହର । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ବିଲ୍ଡିଂର ଛାତ ଭାଙ୍ଗି ପାର୍କିଂ ସ୍ଥଳରେ ଖସିବା ଫଳରେ ସେଠାରେ ଥିବା କାର ଭାଙ୍ଗିରୁଜି ଚୁରମାର ହୋଇଯାଉଛି ।

ଯେଉଁ ବିଲ୍ଡିଂର ଛାତ ଭାଙ୍ଗିଛି, ତାହା ମୁମ୍ବାଇର ନରୀମନ ପଏଣ୍ଟସ୍ଥିତ ଟ୍ରାଇଡେଣ୍ଟ ହୋଟେଲର ବୋଲି ଦାବି କରାଯାଉଛି । ବାତ୍ୟା ତାଉ'ତେ ପ୍ରଭାବରେ ଏଠାରେ ପ୍ରବଳ ବର୍ଷା ସହ ଝଡ ତୋଫାନ ହୋଇଛି ।

ମିଛ ଭାଇରାଲ ଭିଡିଓ

ଟ୍ରାଇଡେଣ୍ଟ ହୋଟେଲର ବର୍ତ୍ତମାନ ଦୃଶ୍ୟ

ଟ୍ରାଇଡେଣ୍ଟ ହୋଟେଲକୁ ନେଇ ଦାବି କରାଯାଉଥିବା ଏହି ଭିଡିଓ ଫୁଟେଜ ପୁରୁଣା ବୋଲି ଜଣାପଡିଛି । ଏହି ଭିଡିଓ ସାଉଦି ଆରବର ମୋଦିନାର ହୋଇଥିବାବେଳେ 2020ର ବର୍ଷା ସମୟରେ ଭାଙ୍ଗିଥିଲା । ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ସମୟର ବର୍ଷା ପ୍ରଭାବରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.