ETV Bharat / bharat

ଆସୁଛି ବାତ୍ୟା ତଉକତେ, 17ରେ ଛୁଇଁବ ଗୁଜୁରାଟ ଉପକୂଳ !

author img

By

Published : May 11, 2021, 6:24 PM IST

Updated : May 12, 2021, 4:13 PM IST

ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ତଉକତେ । ଅଧିକ ପଢନ୍ତୁ...

ଆସୁଛି ବାତ୍ୟା ତଉକତେ, 17ରେ ଛୁଇଁବ ଗୁଜୁରାଟ ଉପକୂଳ !
ଆସୁଛି ବାତ୍ୟା ତଉକତେ, 17ରେ ଛୁଇଁବ ଗୁଜୁରାଟ ଉପକୂଳ !

ଭୁବନେଶ୍ବର: ମହାମାରୀ କୋରୋନା ସଙ୍କଟ ଓ ମୃତ୍ୟୁର ତାଣ୍ଡବଲୀଳା ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ଯାଉଛନ୍ତି ପଶ୍ଚିମ ଭାରତର ରାଜ୍ୟ । କାରଣ ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆରବ ସାଗରରେ ସୃଷ୍ଟ ଲଘୁଚାପ କିଛି ଦିନ ମଧ୍ୟରେ ବାତ୍ୟାର ରୂପ ନେବ । ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ତଉକତେ ।

ବାତ୍ୟା ତଉକତେ ମେ 17ରେ ଗୁଜୁରାଟ ଉପକୂଳ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । 2021ରେ ଏହା ପ୍ରଥମ ବାତ୍ୟା ।

୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର -ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୨୪ ଘଣ୍ଟା ଅର୍ଥାତ ୧୫ ତାରିଖ ବେଳକୁ ଅବପାତ ଓ ଏହାପରେ ଗଭୀର ଅବପାତର ରୂପ ନେବ । ୧୬ ତାରିଖ ସକାଳ ସୁଦ୍ଧା ଏହା ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମେ ୧୩ରୁ ୧୫ଯାଏଁ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଲାକ୍ଷାଦୀପ, ତାମିଲନାଡୁ, କେରଳ ଉପକୂଳରେ ରହିବ । ହେଲେ ପାଣିପାଗ ବିଶେଷଜ୍ଞଙ୍କ ମତରେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 12, 2021, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.