ETV Bharat / bharat

ଆସାମର 83 ଗାଁରେ ବାତ୍ୟା ସିତ୍ରାଙ୍ଗ ପ୍ରଭାବ, 1000ରୁ ଊର୍ଦ୍ଧ୍ବ ପ୍ରଭାବିତ

author img

By

Published : Oct 26, 2022, 9:29 AM IST

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ତାର କୋପ ଦେଖାଇଛି । ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ ଦେଖିବାକୁ ମିଳିଛି । ସିତ୍ରାଙ୍ଗ ପ୍ରଭାବରେ 1000ରୁ ଊର୍ଦ୍ଧ୍ବ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ

cyclone sitrang impact in assam
ଆସାମରେ ବାତ୍ୟା ସିତ୍ରାଙ୍ଗ ପ୍ରଭାବ

ଗୌହାଟୀ: ତାଣ୍ଡବ ରଚିଛି ସିତ୍ରାଙ୍ଗ । ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ସିତ୍ରାଙ୍ଗ ଆସାମରେ କୋପ ଦେଖାଇଛି । ସିତ୍ରାଙ୍ଗ ପ୍ରଭାବରେ ଆସାମରେ 1000ରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । 83 ଗାଁର 1146 ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଗତକାଲି (ମଙ୍ଗଳବାର) ବାଂଲାଦେଶରେ ଲ୍ୟାଣ୍ଡଫଲ କରିଥିଲା ସିତ୍ରାଙ୍ଗ । ବାତ୍ୟାର ପ୍ରଭାବ କୋଲକାତା, ଆସାମ ମିଜୋରାମରେ ମଧ୍ୟ ଦେଖିବାକୁ ମିଳିଛି । କୋଲକାତା କମ ପ୍ରଭାବ ଦେଖାଇଥିବା ବେଳେ ଆସାମରେ ପ୍ରଭାବ ଅଧିକ ରହିଛି । ସିତ୍ରାଙ୍ଗ ପ୍ରଭାବରେ ଆସାମରେ 1000ରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । 83 ଗାଁର 1146 ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରବଳ ପବନ ଓ ବର୍ଷା ପାଇଁ ବହୁତ ସଂଖ୍ୟାରେ ଘର, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ମେଘାଳୟ, ମିଜୋରାମ ଓ ତ୍ରିପୁରାରେ ମଧ୍ୟ ବର୍ଷା ପବନରେ ଘରଦ୍ୱାର ଭାଙ୍ଗିଥିବା ସୂଚନା ମିଳିଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଅନୁସାରେ ବାତ୍ୟା ପ୍ରଭାବରେ 1146 ଲୋକ ପ୍ରଭାବିତ ହୋଇଛନ୍ତି । 325.501 ହେକ୍ଟର ଫସଲ ନଷ୍ଟ ହୋଇଛି । କାଲିବୋର, ବାମୁନି, ସାମୁଥିଆ ଏବଂ ବାରପାଲିଗାଁଓରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ବ୍ୟାପକ କ୍ଷତି ହୋଇଛି । ଅନେକ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି । ଗଛ ଉପୁଡି ଅନେକ ଘର ମଧ୍ୟ ଭାଙ୍ଗିଛି । ସୌଭାଗ୍ୟବଶତଃ କାହାର ଜୀବନ ଯାଇନାହିଁ । ସମସ୍ତ କ୍ଷୟଯତି ଆକଳନ କରାଯାଇ ବିଭାଗକୁ ଏକ ରିପୋର୍ଟ ପ୍ରଦାନ କରାଯିବା ବୋଲି କହିଛନ୍ତି ଅଧିକାରୀ ।

ଏହା ବି ପଢନ୍ତୁ...Cyclone Sitrang: ବାଂଲାଦେଶରେ ସିତ୍ରାଙ୍ଗ ତାଣ୍ଡବ, ନେଲାଣି 35 ଜୀବନ

ପ୍ରକାଶ ଥାଉ କି, ବାଂଲାଦେଶରେ ତାଣ୍ଡବ ରଚିଛି । ଏବେ ସୁଦ୍ଧା 35 ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ବାତ୍ୟା ସିତ୍ରାଙ୍ଗ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରି ବାଂଲାଦେଶର ବରିସାଲ ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.