ETV Bharat / bharat

ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା ମିଗଜୋମ୍, ରାତି ସୁଦ୍ଧା ଖସିବ ବଳ

Cyclone Michuang Updates: ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ମିଗଜୋମ୍ । ଆଜି ଆନ୍ଧ୍ରର ବାପ୍‌ଟଲା ନିକଟରେ କରିପାରେ ଲ୍ୟାଣ୍ଡଫଲ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 5, 2023, 7:29 AM IST

Updated : Dec 5, 2023, 1:55 PM IST

ବାତ୍ୟା ମିଗଜୋମ୍ ଅପଡେଟ୍
ବାତ୍ୟା ମିଗଜୋମ୍ ଅପଡେଟ୍

ହାଇଦ୍ରାବାଦ: ଲ୍ୟାଣ୍ଡଫଲ କରୁଛି ବାତ୍ୟା ମିଗଜୋମ୍ । ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ବାପ୍‌ଟଲା ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ ଲ୍ୟାଣ୍ଡଫଲ ସ୍ଥଳରେ ପବନରେ ବେଗ ୯୦ରୁ ୧୧୦ କିମି ରହିଛି । ଆନ୍ଧ୍ରପ୍ରଦେଶରେ ଭୟଙ୍କର ବର୍ଷା ଓ ପବନ ହେଉଛି । ସେପଟେ ଚେନ୍ନାଇରେ ମଧ୍ୟ ଭୀଷଣ ବର୍ଷା ଲାଗି ରହିଛି । ତେବେ ଆଜି ମଧ୍ୟରାତ୍ର ବେଳକୁ ଏହି ବାତ୍ୟା ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାରେ ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ଦକ୍ଷିଣ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି ।

ବାପାଟଲା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ: ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସକାଳେ ସାମୁଦ୍ରିକ ଝଡ଼ ମିଗଜୋମ ନେଲ୍ଲୋରଠାରୁ ୨୦ କିମି ଉତ୍ତର-ଉତ୍ତରପଶ୍ଚିମ, ଚେନ୍ନାଇରୁ ୧୭୦ କିମି ଉତ୍ତର, ବାପଟଲାରର ୧୫୦ କିମି ଦକ୍ଷିଣ ଏବଂ ମଚ୍ଛିଲପାଟନମଠାରୁ ୨୧୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ କେନ୍ଦ୍ରୀଭୂତ ଥିଲା । ଏହା ଗତ ୬ ଘଣ୍ଟାରେ ଉତ୍ତର ଦିଗରେ ଘଣ୍ଟାପ୍ରତି ୭ କିମି ବେଗରେ ଗତି କରିଥିଲା । ପରବର୍ତ୍ତୀ ସମୟରେ ବାତ୍ୟା ନିଜର ଗତି ଉତ୍ତର-ପଶ୍ଚିମ ଦିଗରେ ବଜାୟ ରଖିବା ସହ ଆଜି ପୂର୍ବାହ୍ନ ସମୟରେ ବାପାଟଲା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଏବେ ଆନ୍ଧ୍ର ଉପକୂଳରେ ମିଗଜୋମର ଲ୍ୟାଣ୍ଡଫଲ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ମାଡି ଆସୁଛି ସାମଦ୍ରିକ ଝଡ ‘ମିଗଜୋମ୍'; ଚାଷୀ ଛାତି ଧଡଧଡ, ଫସଲ ଅମଳ ଟେନସନ

ଦକ୍ଷିଣ ଓଡ଼ିଶାରେ ପ୍ରବଳ ଛେଚିବ: ବାତ୍ୟାକୁ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଆଦି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହାସହିତ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟପଟେ ବର୍ତ୍ତମାନ କ୍ଷେତରୁ ଫସଲ ଅମଳ ଚାଲିଛି । ଶହ ଶହ ହେକ୍ଟର ଚାଷଜମିରେ ଲହଡି ଭାଙ୍ଗୁଛି ପାଚିଲା ଧାନ ଫସଲ । ଏପରି ସ୍ଥଳେ ବର୍ଷାକୁ ନେଇ ଚାଷୀକୂଳ ଚିନ୍ତାରେ ପଡିଛି । ସେମାନେ ନିଜ ଫସଲ ଅମଳ ପାଇଁ ଲାଗିପଡିଛନ୍ତି ।

Last Updated : Dec 5, 2023, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.