ETV Bharat / bharat

Cyclone Biparjoy: ୧୫ରେ ଲ୍ୟାଣ୍ଡଫଲ, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

author img

By

Published : Jun 13, 2023, 7:41 AM IST

ଆସୁଛି ବାତ୍ୟା ବିପର୍ଯ୍ୟୟ । ବାତ୍ୟା ସ୍ଥିତି ଓ ପ୍ରସ୍ତୁତି ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୋଦି । ଅଧିକ ପଢନ୍ତୁ

Cyclone Biparjoy
Cyclone Biparjoy

ଗାନ୍ଧୀନଗର: ଆସନ୍ତା ୧୫ ତାରିଖ ଅର୍ଥାତ୍ ଗୁରୁବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଗୁଜୁରାଟର କଚ୍ଛ ଓ ପାକିସ୍ତାନର କରାଚି ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ଦୃଷ୍ଟିରୁ ଆସନ୍ତା ୧୬ ଯାଏଁ କଚ୍ଛ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ବାତ୍ୟା ଜଖାଉ ପୋର୍ଟରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ସ୍ଥିତି ଓ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ଗୁଜୁରାଟକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ପଟେଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ବାତ୍ୟା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ଜରୁରୀ ବୈଠକ କରିଥିଲେ । ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ଏନଡିଆରଏଫ ଟିମର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ବିଦ୍ୟୁତ, ସ୍ବାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଭଳି ଜରୁରୀ ସେବା ଯୋଗାଇ ଦେବାକୁ ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ବୈଠକରେ ପାଣିପାଗ ବିଭାଗ ଅବଗତ କରିଥିଲା ଯେ, ବାତ୍ୟା ବିପର୍ଯ୍ୟୟ ଗୁରୁବାର ମଧ୍ୟାହ୍ନରେ ଜଖାଉ ପୋର୍ଟ ନିକଟରେ ସୌରାଷ୍ଟ୍ର-କଚ୍ଛ ଏବଂ କରାଚି ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ସର୍ବାଧିକ ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହିବ ।

ବାତ୍ୟା ପାଇଁ ଗୁଜୁରାଟ ଓ ମୁମ୍ବଇରେ ହାଇଆଲର୍ଟ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ମୁମ୍ବାଇ ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି । ମୁମ୍ବାଇରକୁ ଦୁଇଟି ଅତିରିକ୍ତ ଏନଡିଆରଏଫ ଟିମ୍ ପଠାଯାଇଛି । ପାଣିପାଗ ବିଭାଗ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ୧୫ ତାରିଖ ଯାଏଁ ପୂର୍ବ କେନ୍ଦ୍ରୀୟ ଏବଂ ପଶ୍ଚିମ କେନ୍ଦ୍ରୀୟ ଆରବ ସାଗର ଓ ଉତ୍ତରପୂର୍ବ ଆରବ ସାଗର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦିଆଯାଇଛି । ଏହାସହିତ ବାତ୍ୟା ସ୍ଥିତି ଉପରେ ଲଗାତାର ନଜର ରଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ କେରଳ, ଗୁଜୁରାଟ, ତାମିଲନାଡୁ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାରଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.