ETV Bharat / bharat

Cyclone Biparjoy: ଅତି ଭୀଷଣ ବାତ୍ୟାର ରୂପ ନେଲା ବିପର୍ଯ୍ୟୟ, ପ୍ରଭାବିତ ହେବ ଗୁଜୁରାଟ - ଗୁଜୁରାଟରେ ବାତ୍ୟା ପ୍ରଭାବ

ଅତି ଭୀଷଣ ବାତ୍ୟାର ରୂପ ନେଇଛି ବିପର୍ଯ୍ୟୟ । ଏହା ୬ ଘଣ୍ଟା ହେଲା ଉତ୍ତର ଆଡକୁ ଗତି କରୁଛି । କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ସେନେଇ ଚିତ୍ର ସ୍ପଷ୍ଟ ହୋଇନି । ଅଧିକ ପଢନ୍ତୁ

ଅତି ଭୀଷଣ ବାତ୍ୟାର ରୂପ ନେଲା ବିପର୍ଯ୍ୟୟ
ଅତି ଭୀଷଣ ବାତ୍ୟାର ରୂପ ନେଲା ବିପର୍ଯ୍ୟୟ
author img

By

Published : Jun 8, 2023, 11:39 AM IST

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାର ରୂପ ନେଇଛି । ଏହି ଭୀଷଣ ବାତ୍ୟା ଆହୁରି ଘନୀଭୂତ ହେବ ଏବଂ ଆସନ୍ତା ୩ ଦିନ ଯାଏଁ ଉତ୍ତର ଆଡକୁ ଗତି କରିବ । ଏହା ପୂର୍ବ-ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଆଡକୁ ଗତି କରୁଛି ଏବଂ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

IMD ଅହମ୍ମଦାବାଦ ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ବାତ୍ୟା ପୋରବନ୍ଦର ଜିଲ୍ଲାରୁ ପାଖାପାଖି ୧,୦୬୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରିତ ଅଛି । ଏହାର ପ୍ରଭାବରେ ଆରବ ସାଗର ସଂଲଗ୍ନ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ବିଗିଡୁଥିବା ଖରାପ ପାଗ ଓ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଆସନ୍ତା ୩ରୁ ୪ ଦିନ ଭିତରେ ପବନ ବେଗ ଘଣ୍ଟାପ୍ରତି ୧୩୫ କିମ୍ବା ୧୪୫ କିମିରୁ ୧୬୦ କିମି ଯାଏଁ ରହିପାରେ ।

  • VSCS BIPARJOY over eastcentral Arabian Sea, lay centered at 2330hrs IST of 07 Jun, 2023 near lat 13.6N & long 66.0E, about 870km west-southwest of Goa, 930km sw of Mumbai. It would intensify further gradually during next 48hrs & move nearly north-northwestwards during next 3days. pic.twitter.com/jbiLB41Ou8

    — India Meteorological Department (@Indiametdept) June 7, 2023 " class="align-text-top noRightClick twitterSection" data=" ">

ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଜୁନ ୧୪ ଯାଏଁ ମାଛ ମାରିବାକୁ ନ ଯିବାପାଇଁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଗୁଜୁରାଟରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ଏହା ପ୍ରଭାବରେ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଅଞ୍ଚଳରେ ୯ରୁ ୧୧ ତାରିଖ ଯାଏଁ ହାଲୁକା ବର୍ଷା ହୋଇପାରେ । ତେବେ ବାତ୍ୟାର ମୁକାବିଲା ପାଇଁ ଗୁଜୁରାଟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ।

IMD ଅନୁସାରେ, ଭୀଷଣ ବାତ୍ୟା ବିପର୍ଯ୍ୟୟ ଏବେ ଗୋଆର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଠାରୁ ପ୍ରାୟ ୮୬୦ କିମି, ମୁମ୍ବାଇ ଠାରୁ ୯୭୦ କିମି ଦକ୍ଷିଣ ପଶ୍ଚିମ, ପୋରବନ୍ଦର ଠାରୁ ୧,୦୫୦ କମିଟି ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ରହିଛି । ପାକିସ୍ତାନର କରାଚି ଠାରୁ ଏହା ୧୩୫୦ କିମି ଦକ୍ଷିଣରେ କେନ୍ଦ୍ରିତ ଅଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଆଡକୁ ଏବଂ ପୁଣି ଉତ୍ତର-ଉତ୍ତର-ପଶ୍ଚିମ ଆଡକୁ ତିନି ଦିନ ମଧ୍ୟରେ ଗତ କରିବ । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି । ଚଳିତ ସପ୍ତାହ ଶେଷ ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ ସ୍ଥିତି ଜଣାପଡିଯିବ ବୋଲି ପାଣିପାଗ ବିଭାଗ କହିଛି ।

କିଏ ଦେଇଛି ବାତ୍ୟାର ନାଁ: ଆରବ ସାଗରର ସୃଷ୍ଟ ବାତ୍ୟା ବିପର୍ଯ୍ୟୟର ନାମକରଣ ବାଂଲାଦେଶ କରିଛି । ବିପର୍ଯ୍ୟୟର ଅର୍ଥ 'ବିପତ୍ତି' । ସୂଚନା ଅନୁସାରେ, ୨୦୨୦ରେ ବିଶ୍ବ ପାଣିପାଗ ବିଜ୍ଞାନ ସଂଗଠନ ଏହି ନାମକୁ ମାନ୍ୟତା ଦେଇଥିଲା । ତେବେ ବାତ୍ୟା ଯୋଗୁଁ ଭାରତରେ ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ । କିନ୍ତୁ ଏକ ଘରୋଇ ପାଣିପାଗ ପୂର୍ବାନୁମାନ ଏଜେନ୍ସି 'ସ୍କାଇମେଟ ୱେଦର' କହିଛି ୮ କିମ୍ବା ୯ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.