ETV Bharat / bharat

ବାତ୍ଯା ମୁକାବିଲାରେ ରାଜ୍ୟର ଶୃଙ୍ଖଳା ଓ ଧୈର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା - man ki baat

77ତମ ମନ କି ବାତ କାର୍ଯ୍ୟକ୍ରମରେ ବାତ୍ୟା ମୁକାବିଲାରେ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ମନ କି ବାତ କାର୍ଯ୍ୟକ୍ରମ
ମନ କି ବାତ କାର୍ଯ୍ୟକ୍ରମ
author img

By

Published : May 30, 2021, 12:50 PM IST

Updated : May 30, 2021, 2:51 PM IST

ନୂଆଦିଲ୍ଲୀ: ଆଜି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 77ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ବାତ୍ୟା ମୁକାବିଲାରେ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିପର୍ଯ୍ୟୟ ମୁକାବିଲାରେ ଓଡିଶାର କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ମୋଦି ।

ଦେଶରେ ଦଶଦିନରେ ପଶ୍ଚିମ ଓ ପୂର୍ବ ଉପକୂଳ ଦୁଇଟି ଭୟଙ୍କର ବାତ୍ୟାର ସାମ୍ନା କରିଛି । ବାତ୍ୟା ମୁକାବିଲାରେ ରାଜ୍ୟର ଶୃଙ୍ଖଳା ଓ ଧର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ମୁକାବିଲା ସହିତ କୋରୋନା ମୁକାବିଲାରେ ଦେଶର ଭୂମିକାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପଶ୍ଚିମ ଉପକୂଳରେ ବାତ୍ୟା ତାଉତେ ଓ ପୂର୍ବ ଉପକୂଳରେ ବାତ୍ୟା ୟସକୁ ସାହାସର ସହିତ ମୁକାବିଲା କରିଛି ରାଜ୍ୟ । ବାତ୍ୟାକୁ ମୁକାବିଲା କରିବାରେ ଲୋକଙ୍କ ଉତ୍ସାହକୁ ସଲାମ କରିଛନ୍ତି ମୋଦି । ବିପର୍ଯ୍ୟୟକୁ ମୁକାବିଲା କରିବା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦି । ଏହା ସହିତ ଏହି ଯୁଦ୍ଧରେ ଜୀବନ ହାରିଥିବା ସମସ୍ତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଆମେ ସେମାନଙ୍କ ପରିବାର ସହିତ ରହିଛୁ ବୋଲି କହିଛନ୍ତି ମୋଦି ।

ଏହା ସହିତ ଦେଶରେ କୋରୋନା ସଂଙ୍କଟ ସମୟରେ ଦେଶରେ ଅକ୍ସିଜେନ ଯୋଗାଉଥିବା ସମସ୍ତ ଗାଡି ଚାଳକ ଓ ଟ୍ରେନ ଚାଳକଙ୍କ ସହିତ କଥା ହୋଇଛନ୍ତି ମୋଦି । ଏହି ଘଡିସନ୍ଧି ସମୟରେ ନିଜ ପରିବାରକୁ ପଛରେ ପକାଇ ସେମାନେ ତାଙ୍କ ଦାୟିତ୍ବ ତୁଲାଇଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ମୋଦି । ପ୍ରତିମାସ ଶେଷ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମରେ ମନର କଥା କହି ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି ପ୍ରଧାନମନ୍ତ୍ରୀ । ଆଜି ମନ କି ବାତର 77ତମ କାର୍ଯ୍ୟକ୍ରମରେ ବାତ୍ଯା ଓ କୋଭିଡ ମୁକାବିଲାରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ମୋଦି ।

@ANI

Last Updated : May 30, 2021, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.