ETV Bharat / bharat

ବିଦେଶୀ ମୁଦ୍ରା ଚୋରା ଚାଲାଣ ବେଳେ ବିମାନ ଯାତ୍ରୀ ଗିରଫ - Custom seized foreign currency

ଆଇଜିଆଇ ବିମାନବନ୍ଦରରେ ଦିଲ୍ଲୀ କଷ୍ଟମ ବିଭାଗର ଟିମ୍ ଦୁବାଇ ଯାଉଥିବା ଜଣେ ଯାତ୍ରୀଙ୍କୁ ବିଦେଶୀ ମୁଦ୍ରା ଚୋରା କାରବାର ଅଭିଯୋଗରେ ଗିରଫ କରିଛି। ତେବେ ତାଙ୍କ ପାଖରୁ 28 ଲକ୍ଷ 80 ହଜାର ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରାଯାଇଛି। ଅଧିକ ପଢନ୍ତୁ...

Custom seized over 28 lakh foreign currency from a passenger going to Dubai at IGI Airport
ବିଦେଶୀ ମୁଦ୍ରା ଚୋରା ଚାଲାଣ, ଜଣେ ଯାତ୍ରୀକୁ ଗିରଫ କଲା ଦିଲ୍ଲୀ କଷ୍ଟମ ବିଭାଗ
author img

By

Published : Nov 8, 2020, 3:36 PM IST

ନୂଆଦିଲ୍ଲୀ: ଆଇଜିଆଇ ବିମାନବନ୍ଦରରେ ଦିଲ୍ଲୀ କଷ୍ଟମ ବିଭାଗର ଟିମ୍ ଦୁବାଇ ଯାଉଥିବା ଜଣେ ଯାତ୍ରୀଙ୍କୁ ବିଦେଶୀ ମୁଦ୍ରା ଚୋରା କାରବାର ଅଭିଯୋଗରେ ଗିରଫ କରିଛି। ତେବେ ତାଙ୍କ ପାଖରୁ 28 ଲକ୍ଷ 80 ହଜାର ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରାଯାଇଛି। କଷ୍ଟମ ପ୍ରବକ୍ତାଙ୍କ କହିବାନୁସାରେ, ଦୁବାଇ ଯିବା ପାଇଁ ସୁରକ୍ଷା ଯାଞ୍ଚ କରୁଥିବା ସମୟରେ କଷ୍ଟମ୍ ଅଧିକାରୀମାନେ ଏହି ଯାତ୍ରୀଙ୍କୁ ସନ୍ଦେହ କରିଥିଲେ। ଏହି ଆଧାରରେ ଯେତେବେଳେ କଷ୍ଟମ୍ସ ଅଧିକାରୀମାନେ ତାଙ୍କର ବ୍ୟାଗ ଯାଞ୍ଚ କରିଥିଲେ, ସେତେବେଳେ ବ୍ୟାଗରୁ ବହୁ ପରିମାଣର ସାଉଦି ମୁଦ୍ରା ଜବତ କରାଯାଇଥିଲା। ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ 28 ଲକ୍ଷ 80 ହଜାର ।

ଯେତେବେଳେ ଅଧିକାରୀମାନେ ଯାତ୍ରୀଙ୍କୁ ଏହି ମୁଦ୍ରା ବିଷୟରେ ପଚାରିଥିଲେ, ସେ ଏ ବାବଦରେ କୌଣସି ଉତ୍ତର ଦେଇପାରିନଥିଲେ। ପରେ ଯାତ୍ରୀ ଜଣକ ଅଧିକାରୀମାନଙ୍କୁ ମଧ୍ୟ କହିଛନ୍ତି ଯେ, ସେ ତାଙ୍କର ପୂର୍ବ ଗସ୍ତ ସମୟରେ 35 ଲକ୍ଷ 70 ହଜାର ମୂଲ୍ୟର ବିଦେଶୀ ମୁଦ୍ରା ଚୋରା ଚାଲାଣ କରି ସାରିଛନ୍ତି । ତେବେ କଷ୍ଟମ ଆକ୍ଟ 1962 ର ଧାରା 104 ଅନୁଯାୟୀ ଅଧିକାରୀମାନେ ଯାତ୍ରୀଙ୍କୁ ଗିରଫ କରିଛନ୍ତି । ଏଥିସହ ଧାରା 110 ଅନୁଯାୟୀ ଉଦ୍ଧାର ହୋଇଥିବା ମୁଦ୍ରା ମଧ୍ୟ ଜବତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.