ETV Bharat / bharat

ଏହି ରାଜ୍ୟରେ ଛାତ୍ରୀଙ୍କୁ ମିଳିବ ମାସିକ ଋତୁସ୍ରାବ ଛୁଟି

author img

By

Published : Jan 15, 2023, 1:39 PM IST

ଋତୁସ୍ରାବ ସମୟରେ ଛୁଟିରେ ରହିପାରିବେ ଛାତ୍ରୀ । ପ୍ରତି ସେମିଷ୍ଟାରରେ ଛାତ୍ରୀମାନେ ଦୁଇ ପ୍ରତିଶତ ଅଧିକ ଛୁଟି ପାଇବେ । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ମିଳିବ ମାସିକ ଋତୁସ୍ରାବ ଛୁଟି
ଛାତ୍ରୀଙ୍କୁ ମିଳିବ ମାସିକ ଋତୁସ୍ରାବ ଛୁଟି

ଋତୁସ୍ରାବ ସମୟରେ ଛୁଟିରେ ରହିପାରିବେ ଛାତ୍ରୀ
ଋତୁସ୍ରାବ ସମୟରେ ଛୁଟିରେ ରହିପାରିବେ ଛାତ୍ରୀ

ଥିରୁଅନନ୍ତପୁରମ୍: ମହିଳାଙ୍କ ଠାରେ ମାସିକ ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା । ଏହି ସମୟରେ ମହିଳାମାନେ ଶାରିରୀକ ଯନ୍ତ୍ରଣା ଅନୁଭବ କରିଥାନ୍ତି । ମହିଳାମାନଙ୍କର ଋତୁସ୍ରାବ ଜନିତ କଷ୍ଟକୁ ଦୃଷ୍ଟିରେ ରଖି କେରଳର କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜି(CUSAT) ଏକ ବଡ ନିଷ୍ପତ୍ତି ନେଇଛି । ଏଣିକି ଏହି କଲେଜରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ଛୁଟି ମିଳିବ । ଚଳିତ ସେମିଷ୍ଟାର ପରଠାରୁ ଛାତ୍ରୀଙ୍କୁ କଲେଜ ଋତୁସ୍ରାବ ଛୁଟି ପ୍ରଦାନ କରିଛି । ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ଋତୁସ୍ରାବ ଛୁଟି ଦେବା କେରଳରେ ଏହା ପ୍ରଥମ ଘଟଣା ଅଟେ ।

ସୂଚନା ମୁତାବକ, ଛାତ୍ର ସଂଘର ଦାବି ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ନିୟମ ଅନୁଯାୟୀ, ଛାତ୍ରଛାତ୍ରୀ ସେମିଷ୍ଟାର ପରୀକ୍ଷା ଦେବା ପାଇଁ ୭୫ ପ୍ରତିଶତ ଉପସ୍ଥାନ ରହିବା ବାଧ୍ୟତାମୂଳକ । ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଶିକ୍ଷାର୍ଥୀଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ମିଳେନାହିଁ । ଅସୁସ୍ଥତା କାରଣରୁ ଧାର୍ଯ୍ୟ ଉପସ୍ଥାନ ଠାରୁ କମ୍ ରଖିଥିବା ଶିକ୍ଷାର୍ଥୀ ଆବଶ୍ୟକୀୟ ମେଡିକାଲ ପ୍ରମାଣପତ୍ର ଦାଖଲ କରିବା ପରେ ତାଙ୍କୁ ପରୀକ୍ଷାରେ ବସିବା ସୁଯୋଗ ମିଳିଥାଏ । ହେଲେ କେରଳ କୋଚିନ ବିଶ୍ବବିଦ୍ୟାଳୟ ଛାତ୍ରୀମାନଙ୍କୁ ପ୍ରତି ସେମିଷ୍ଟାରରେ ୨ ପ୍ରତିଶତ ଅଧିକ ଛୁଟି ପ୍ରଦାନ କରିଛି । ଅର୍ଥାତ୍ ଛାତ୍ରୀମାନେ ୭୩ ପ୍ରତିଶତରୁ କମ୍ ଉପସ୍ଥାନ ରଖିଲେ ମଧ୍ୟ ପରୀକ୍ଷା ଦେବାର ସୁଯୋଗ ମିଳିବ । ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ଦାବି କରିବେ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଋତୁସ୍ରାବ ଛୁଟି ଭଳି ଐତିହାସିକ ନିଷ୍ପତ୍ତି ନେବାରେ କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜି ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟର ଗୌରବ ଅର୍ଜନ କରିଛି । ଛାତ୍ରୀଙ୍କୁ ପ୍ରତ୍ୟେକ ସେମିଷ୍ଟାରରେ ଅତିରିକ୍ତ ଦୁଇ ପ୍ରତିଶତ ଛୁଟି ମଞ୍ଜୁର ସମ୍ପର୍କିତ ନିର୍ଦ୍ଦେଶନାମାରେ କୁଳପତି ଦସ୍ତଖତ କରିଛନ୍ତି । ଯାହାଫଳରେ ଛାତ୍ରୀମାନେ ତାଙ୍କର ଏହି ମାସିକ ପ୍ରକ୍ରିୟା ସମୟରେ ଛୁଟିରେ ରହି ଆରାମ କରିପାରିବେ । ବର୍ତ୍ତମାନ ବିଶ୍ବବିଦ୍ୟାଳୟରେ ୮ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିଥିବାବେଳେ ଛାତ୍ରୀମାନେ ଖୁସି ପ୍ରକଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.