ETV Bharat / bharat

Winter Session: ଆସିବ Crypto Currency ନିରୋଧ ସମେତ ୨୬ ବିଲ ! - ଶୀତ ଅଧିବେଶନ ୨୦୨୧

29ରୁ ଶୀତ ଅଧିବେଶନ । ଆସିପାରେ ୨୬ ନୂଆ ବିଲ । ଫୋକସରେ Cryptocurrency ନିରୋଧ ବିଲ । କିଛି ଦିନ ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

winter session 2021: ଆଗତ ହୋଇପାରେ Cryptocurrency ନିରୋଧ ସମେତ ୨୬ ବିଲ

author img

By

Published : Nov 23, 2021, 10:45 PM IST

ନୂଆଦିଲ୍ଲୀ: ନଭେମ୍ବର 29ରୁ ଆରମ୍ଭ ହେବାକୁ ଯାଉଛି ଚଳିତବର୍ଷ ସଂସଦର ଶୀତକାଳୀନ ଅଧିବେଶନ (winter session) । ଏହି ଅଧିବେଶନରେ ସରକାର କ୍ରିପ୍ଟୋ ମୁଦ୍ରା (crypto currencies) ଉପରେ ଏକ ବିଲ ଆଗତ କରିପାରନ୍ତି ।

ବର୍ତ୍ତମାନ ଦେଶର crypto currencies ସମ୍ପର୍କିତ କିଛି ନର୍ଦ୍ଦେଶାବଳୀ ନଥିବାବେଳେ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଏହାକୁ ନେଇ ଏକ ଅନ୍ତର୍ଜାତୀୟ ଫୋରମରେ ଚିନ୍ତା ପ୍ରକଟ କରିଥିଲେ । ତେବେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ crypto currencies ଉପରେ ଏକ ବୈଠକ କରିଛନ୍ତି ଏହି ସମସ୍ୟାର ମୁକାବିଲା ପାଇଁ ଦୃଢ ନିୟାମକ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ସଙ୍କେତ ମିଳୁଛି । ସେହିକ୍ରମରେ ଚଳିତ ଶୀତ ଅଧିବେସନରେ ଏନେଇ କେନ୍ଦ୍ର ସରକାର ବିଲ ଆଗତ କରିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ପ୍ରାରମ୍ଭରେ crypto currencies ଏବଂ ଏହା ସହ ସମ୍ପର୍କିତ ଆର୍ଥିକ କାରବାର ପରି ଆନୁଷଙ୍ଗିକ ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ଅନିୟନ୍ତ୍ରିତ crypto currencies ଭାରତୀୟ ବଜାରରେ ଆର୍ଥିକ ଠକେଇ (ମନି ଲଣ୍ଡରିଂ) ଏବଂ ଆତଙ୍କବାଦ ଆର୍ଥିକ ପ୍ରତ୍ସାହନ (terror funding) ଭଳି ଗୁରୁତର ସଙ୍କଟ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

ଭାରତୀୟ ନିଜର୍ଭ ବ୍ୟାଙ୍କ(RBI), ଅର୍ଥ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ସମେତ ଦେଶ ତଥା ବିଶ୍ବର ବିଶେଷଜ୍ଞଙ୍କ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏହାକୁ ନିୟନ୍ତ୍ରଣ ନେଇ ବିଲ ଆଣିବା ପାଇଁ କେନ୍ଦ୍ର ସରକାର ନିଶ୍କର୍ସରେ ପହଞ୍ଚିଥିଲେ । ସେହିପରି ଏହି ଅଧିବେଶନରେ 26 ଟି ନୂତନ ବିଲ ମଧ୍ୟ ଆଗତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.