ETV Bharat / bharat

ଆଜି CWC ବୈଠକ, ନୂଆ ଅଧ୍ୟକ୍ଷ ନିର୍ବାଚନ ତାରିଖ ହୋଇପାରେ ଘୋଷଣା

author img

By

Published : Aug 28, 2022, 7:11 AM IST

ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ । ଏଥିରେ ନୂଆ ଅଧ୍ୟକ୍ଷ ନିର୍ବାଚନକୁ ନେଇ ତାରିଖ ଘୋଷଣା କରାଯାଇପାରେ । ଅଧିକ ପଢନ୍ତୁ

ଆଜି CWC ବୈଠକ: ନୂଆ ଅଧ୍ୟକ୍ଷ ନିର୍ବାଚନ ତାରିଖ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ଆଜି(ରବିବାର) ବସିବ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ( Congress Working Committee) । CWC ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ତାରିଖ ଉପରେ ନିଷ୍ପତ୍ତି ନିଆଯିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ(Sonia Gandhi) ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଭର୍ଚୁଆଲରେ ଯୋଗେ ଦେଇ ଅଧ୍ୟକ୍ଷତା କରିବେ । କାରଣ ସୋନିଆ ମେଡିକାଲ୍ ଚେକ୍‌ ଅପ୍ ପାଇଁ ଏବେ ବିଦେଶରେ ଅଛନ୍ତି । ଉଭୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତାଙ୍କ ସହ ଯାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ତାରିଖ ଚର୍ଚ୍ଚା କରିବାକୁ ଏହି CWC ବୈଠକ ଡକାଯାଇଛି । ଏଥିରେ ନୂଆ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆଜି ତାରିଖ ଘୋଷଣା କରାଯାଇପାରେ ।

  • A virtual meeting of the CWC will be held on the 28th August, 2022 at 3:30 PM, to approve the exact schedule of dates for the election of the Congress President. Congress President Smt. Sonia Gandhi will preside over the CWC meeting.

    — K C Venugopal (@kcvenugopalmp) August 24, 2022 " class="align-text-top noRightClick twitterSection" data=" ">

କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ(KC Venugopal) ଟ୍ବିଟ୍ କରି କହିଛନ୍ତି ଯେ, ''ରବିବାର ଅପରାହ୍ନ ସାଢେ ୩ଟା ସମୟରେ CWC ବୈଠକ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ସୋନିଆ ଗାନ୍ଧୀ ଭର୍ଚୁଆଲ ଯୋଗେ ବୈଠକରେ ଅଧ୍ୟକ୍ଷତା କରିବେ ।'' ତେବେ କଂଗ୍ରେସର ପୁରୁଖା ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଦୃଷ୍ଟିରୁ ମଧ୍ୟ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ଆଜାଦ CWCର ଜଣେ ସଦସ୍ୟ ଥିଲେ । ଆଜାଦଙ୍କ ଇସ୍ତାଫା ପରେ ତାଙ୍କୁ ଗତକାଲି ଦିଲ୍ଲୀରେ ଭେଟିଥିବା ଆନନ୍ଦ ଶର୍ମା ମଧ୍ୟ ଏହାର ସଦସ୍ୟ ଅଟନ୍ତି । କଂଗ୍ରେସର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷ ନିର୍ବାଚନ ସମେତ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବାର ସୂଚନା ରହିଛି । ପୂର୍ବରୁ ଅଗଷ୍ଟ ୨୧ରୁ ୨୮ ତାରିଖ ମଧ୍ୟରେ କଂଗ୍ରେସର ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ ବୋଲି କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଇସ୍ତଫାର ୨୪ଘଣ୍ଟା ମଧ୍ୟରେ ନୂଆ ଜାତୀୟ ଦଳ ଗଠନ ପ୍ରକ୍ରିୟା ଆରମ୍ଭ, କାଶ୍ମୀର ନେତାଙ୍କ ସହ ଆଲୋଚନା କଲେ ଆଜାଦ

ଅନ୍ୟପଟେ ଗୁଲାମ ନବୀ ଆଜାଦଙ୍କ ଇସ୍ତଫାର ଦିନକ ପରେ ଶନିବାର ତାଙ୍କ ବାସଭବନରେ ଜି-୨୩ ନେତାଙ୍କ ବୈଠକ ବସିଛି । ବୈଠକରେ କ'ଣ ଆଲୋଚନା ହୋଇଛି ତାହା ଜଣାପଡିନାହିଁ । ତେବେ ଆସନ୍ତା ୧୪ ଦିନ ମଧ୍ୟରେ ଆଜାଦ ନିଜର ଦଳ ଆରମ୍ଭ କରିବେ । ଏନେଇ ସେ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛନ୍ତି । ଏହି ପ୍ରସଙ୍ଗରେ ଆଜାଦ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.