ETV Bharat / bharat

ଶ୍ରୀନଗରରେ CRPF ଯବାନଙ୍କ ଉପରକୁ ଗ୍ରେନେଡ ମାଡ

author img

By

Published : Aug 15, 2021, 8:30 AM IST

ସୀମାରେ ଲାଗି ରହିଛି ଆତଙ୍କୀଙ୍କ ଆତଙ୍କରାଜ । ଶ୍ରୀନଗରର ଜିଲ୍ଲା ଶାନ୍ତାନଗର ଅଞ୍ଚଳରେ ସିଆରପିଏଫ ସୁରକ୍ଷାବାହିନୀଙ୍କ ଉପରେ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ସୀମାରେ ଲାଗି ରହିଛି ଆତଙ୍କୀଙ୍କ ଆତଙ୍କରାଜ
ସୀମାରେ ଲାଗି ରହିଛି ଆତଙ୍କୀଙ୍କ ଆତଙ୍କରାଜ

ଶ୍ରୀନଗର: ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳୁ ଥିବାବେଳେ ସୀମାରେ ଆମ ସୁରକ୍ଷା କବଜଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହୋଇଛି । ସୀମାରେ ଲାଗି ରହିଛି ଆତଙ୍କୀଙ୍କ ଆତଙ୍କରାଜ । ଶ୍ରୀନଗରର ଜିଲ୍ଲା ଶାନ୍ତାନଗର ଅଞ୍ଚଳରେ ସିଆରପିଏଫ ସୁରକ୍ଷାବାହିନୀଙ୍କ ଉପରେ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

ସୀମାରେ ବାରମ୍ବାର ଆତଙ୍କ ଖେଳାଇ ଚାଲିଛନ୍ତି ଆତଙ୍କବାଦ । ଏହା ପୂର୍ବରୁ ବାରମୁଲ୍ଲା ଜିଲ୍ଲା ସୋପରର ଏସବିଆଇ ବ୍ୟାଙ୍କ ନିକଟରେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଲଗାତାର କିଛି ଦିନ ହେବ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବନ୍ଧୁକ ଯୁଦ୍ଧ ଲାଗି ରହିଛି ।

ଶୁକ୍ରବାର ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିଲା । ଏହା ସହିତ ଏହି ଗୁଳି ବିନିମୟରେ ଦୁଇଜଣ ସାଧାରଣ ନାଗରିକ ଓ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

କିଛି ଦିନ ପୂର୍ବରୁ ଲସ୍କର-ଏ-ତୋଏବାର ଦୁଇ ଆତଙ୍କୀ ମୀର ବଜାରରେ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଚଳିତ ବର୍ଷ ପ୍ରାୟ 80ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ଯାହା ଏକ ବଡ ସଫଳତା ବୋଲି କହିଛନ୍ତି ଆଇଜିପି ବିଜୟ କୁମାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.