ETV Bharat / bharat

କୁପାୱାଡାରେ CRPF ଯବାନଙ୍କୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ - grenade

କୁପାୱାଡା ହଣ୍ଡୱାରା ଜିଲ୍ଲାରେ ସିଆରପିଏଫଙ୍କ ଉପରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଅଧିକ ପଢନ୍ତୁ...

କୁପୱାରାରେ CRPF ଯବାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

author img

By

Published : Aug 17, 2021, 8:37 AM IST

ଶ୍ରୀନଗର: କୁପୱାଡା ହଣ୍ଡୱାରା ଜିଲ୍ଲାରେ ସିଆରପିଏଫଙ୍କ ଉପରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଫଳରେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ପୂର୍ବରୁ ରବିବାର ଶ୍ରୀନଗର ଜିଲ୍ଲା ଶାନ୍ତାନଗର ଅଞ୍ଚଳରେ ସିଆରପିଏଫକୁ ଗ୍ରେନେଡ ମାଡ କରିଥିଲେ ଆତଙ୍କୀ । ଏଥିରେ ସିଆରପିଏଫ ଯବାନ ଆହତ ହୋଇଥିଲେ ।

ସୀମାରେ ବାରମ୍ବାର ଆତଙ୍କ ଖେଳାଇ ଚାଲିଛନ୍ତି ଆତଙ୍କବାଦୀ । ଏହା ପୂର୍ବରୁ ବାରମୁଲ୍ଲା ଜିଲ୍ଲା ସୋପରର ଏସବିଆଇ ବ୍ୟାଙ୍କ ନିକଟରେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଲଗାତାର କିଛି ଦିନ ହେବ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବନ୍ଧୁକ ଯୁଦ୍ଧ ଲାଗି ରହିଛି ।

ଅଗଷ୍ଟ ୧୩ରେ ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିଲା । ଏହା ସହିତ ଏହି ଗୁଳି ବିନିମୟରେ ଦୁଇଜଣ ସାଧାରଣ ନାଗରିକ ଓ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

କିଛିଦିନ ପୂର୍ବରୁ ଲସ୍କର-ଏ-ତୋଏବା(ଏଲଇଟି)ର ଦୁଇ ଆତଙ୍କୀ ମୀର ବଜାରରେ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଚଳିତ ବର୍ଷ ପ୍ରାୟ 80ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଯାହା ଏକ ବଡ ସଫଳତା ବୋଲି କହିଛନ୍ତି ଆଇଜିପି ବିଜୟ କୁମାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.