ETV Bharat / bharat

ଆନ୍ଧ୍ର ଥେଗଲାମେଟ୍ଟା ଜଙ୍ଗଲରେ ପୋଲିସ ଏନକାଉଣ୍ଟର, 6 ମାଓବାଦୀ ନିପାତ - MAO Operation

ଆନ୍ଧ୍ରପ୍ରଦେଶରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ 6 ମାଓବାଦୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଆନ୍ଧ୍ର ଥେଗଲାମେଟ୍ଟା ଜଙ୍ଗଲରେ ପୋଲିସ ଏନକାଉଣ୍ଟର, 6 ମାଓବାଦୀ ନିପାତ

author img

By

Published : Jun 16, 2021, 4:13 PM IST

ବିଶାଖାପାଟନମ: ମାଓ ଦମନ ଅଭିଯାନରେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ବଡ ସଫଳତା । ଆନ୍ଧ୍ରପ୍ରଦେଶରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ 6 ମାଓବାଦୀଙ୍କ ମୃତ୍ୟୁ ।

ସୂଚନା ଅନୁଯାୟୀ, ବିଶାଖାପାଟନମ ଥେଗଲାମେଟ୍ଟା ଜଙ୍ଗଲରେ ବୁଧବାର ଆନ୍ଧ୍ରପ୍ରଦେଶ ଗ୍ରେହାଉଣ୍ଡ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ 6 ମାଓବାଦୀ ନିପାତ ହୋଇଛନ୍ତି । ଅନ୍ୟପକ୍ଷେ ଘଟଣାରେ କୌଣସି ସୁରକ୍ଷାକର୍ମୀ ଆହତ ହୋଇନଥିବା ସୂଚନା ମିଳିଛି ।

ପୁଟ୍ଟାପାକା ଅଞ୍ଚଳରେ ମାଓ ଗତିବିଧି ନେଇ ପୋଲିସକୁ ଇନପୁଟରୁ ଖବର ମିଳିଥିଲା । ଏହାପରେ ଆଣ୍ଟିନକ୍ସଲ ବଳ, ଗ୍ରେହାଉଣ୍ଡ ଓ ସ୍ବତନ୍ତ୍ର ସୁରକ୍ଷାକର୍ମୀ ଟିମ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ । ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ 6 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ପୋଲିସର କହିବାଅନୁଯାୟୀ, 6 ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ମହିଳା ସଦସ୍ୟ ମଧ୍ୟ ସାମିଲ ରହିଛନ୍ତି । ଏହାସହ ଘଟଣାସ୍ଥଳରୁ ଏକେ-47, ଗୋଟିଏ SLR, ଗୋଟିଏ କାର୍ବାଇନ, 3ଟି 303 ରାଇଫଲ ଜବତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.