ETV Bharat / bharat

କନେଷ୍ଟବଳ ହତ୍ୟାକାରୀଙ୍କୁ ଏନକାଉଣ୍ଟର କଲା ବିହାର ପୋଲିସ

author img

By ETV Bharat Odisha Team

Published : Oct 16, 2023, 6:29 PM IST

ବିହାର ବୈଶାଳୀରେ କନେଷ୍ଟବଳଙ୍କ ହତ୍ୟାରେ ସାମିଲ ଦୁଇ ଅଭିଯୁକ୍ତଙ୍କର ଏନକାଉଣ୍ଟରରେ ମୃତ । ଥାନାକୁ ନେବା ବେଳେ ଫେରାର ଉଦ୍ୟମ କରିବା ପରେ ଏନକାଉଣ୍ଟର କରାଯାଇଥିବା କହିଲା ପୋଲିସ । ଅଧିକ ପଢନ୍ତୁ

ବିହାର ପୋଲିସର ଏନକାଉଣ୍ଟର, କନେଷ୍ଟବଳଙ୍କ ହତ୍ୟାରେ ସମ୍ପୃକ୍ତ 2 ଅଭିଯୁକ୍ତ ମୃତ

ପାଟନା: ବିହାରରେ ଉତ୍ତର ପ୍ରଦେଶର ଷ୍ଟାଇଲରେ ପୋଲିସର ଏନକାଉଣ୍ଟର । ବୈଶାଳୀରେ ପୋଲିସ ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ଦୁଇଜଣ ଆଜି ପୂର୍ବାହ୍ନରେ ଜଣେ ପୋଲିସ କନେଷ୍ଟବଳଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କନେଷ୍ଟବଳଙ୍କ ମୃତ୍ୟୁର ମାତ୍ର 3 ଘଣ୍ଟା ମଧ୍ୟରେ ବୈଶାଳୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ପୋଲିସର ଏନକାଉଣ୍ଟର ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ବୈଶାଳୀ ଏସପି ରବି ରଞ୍ଜନ ଏନକାଉଣ୍ଟର ସମ୍ପର୍କରେ ପ୍ରେସମିଟ କରି କହିଛନ୍ତି, କନେଷ୍ଟବଳଙ୍କୁ ଗୁଳି ଚଲାଇଥିବା ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଉଭୟଙ୍କୁ ନଗର ଥାନାକୁ ନେବା ସମୟରେ ସେମାନେ ପୋଲିସକୁ ଧକ୍କା ମାରି ଫେରାର ହେବା ପାଇଁ ପ୍ରୟାସ କରିଥିଲେ । ଫଳରେ ସେମାନଙ୍କୁ ଥାନାକୁ ନେଉଥିବା ପୋଲିସ କର୍ମୀ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ । ଉଭୟଙ୍କୁ ଗୁଳି ଲାଗିବା ପରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟ ମୃତକଙ୍କ ନାମ ସତ୍ୟପ୍ରକାଶ ଓ ବିଟୁ । ସେମାନେ ଗୟା ଜିଲ୍ଲାର ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି । ଦୁଇ ମୃତଦେହ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ପରବର୍ତ୍ତୀ ପ୍ରକ୍ରିୟା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।

ଏହା ମଧ୍ୟ ପଢନ୍ତୁ:- Nithari Case: 2 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଆହ୍ଲାବାଦ ହାଇକୋର୍ଟ

ତେବେ ଆଜି ପୂର୍ବାହ୍ନରେ ବୈଶାଳୀ ୟୁକୋ ବ୍ୟାଙ୍କ ଶାଖା ନିକଟରେ ଏହି ଅଭିଯୁକ୍ତମାନେ ଏକ ଲୁଟ ଉଦ୍ୟମ କରିଥିଲେ । ସେଠାରେ କାର୍ଯ୍ୟରତ ଦୁଇ କନେଷ୍ଟବଳ ସେମାନଙ୍କୁ ବାଧା ଦେଇଥିଲେ । ସେମାନଙ୍କୁ କାବୁ କରିବା ଉଦ୍ୟମ ବେଳେ ଉଭୟ ଅଭିଯୁକ୍ତ ଦୁଇ କନେଷ୍ଟବଳଙ୍କ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଉଭୟ କନେଷ୍ଟବଳଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ମଧ୍ୟ ଅନ୍ୟ ଜଣେ ଗୁରୁତର କନେଷ୍ଟବଳ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏହା ପରେ ପୋଲିସର ଏକ ଟିମ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଉଭୟଙ୍କୁ ଥାନା ନେବା ରାସ୍ତାରେ ସେମାନେ ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.