ETV Bharat / bharat

ୟୁଟ୍ୟୁବରୁ ଶିଖି ଛାପୁଥିଲେ ନକଲି ନୋଟ, 2 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - ଉତ୍ତର ପ୍ରଦେଶ ପୋଲିସ

ୟୁଟ୍ୟୁବରୁ ଶିଖି ଛାପୁଥିଲେ ନକଲି ନୋଟ । ମେଳାରେ ଲକ୍ଷେ ଟଙ୍କାର ନକଲି ନୋଟ କାରବାର କରିବା ପାଇଁ ଥିଲା ଯୋଜନା । ମାଡି ବସିଲା ପୋଲିସ । ଅଧିକ ପଢନ୍ତୁ

ୟୁଟ୍ୟୁବରୁ ଶିଖି ଛାପୁଥିଲେ ନକଲି ନୋଟ, ବାନ୍ଧିଲା ପୋଲିସ

author img

By

Published : Jul 12, 2023, 10:00 PM IST

ଲକ୍ଷ୍ନୌ: କୋଭିଡ ପରବର୍ତ୍ତୀ ସ୍ଥିତିରେ ୟୁଟ୍ୟୁବ ପିଲାଙ୍କ ପାଠପଢା ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିଛି । ହେଲେ ଏହାରି ମଧ୍ୟରେ ଏଥିରୁ ଅପରାଧୀମାନେ ଅପରାଧର ବିଭିନ୍ନ କୌଶଳ ଶିଖିବାରେ ଲାଗିଛନ୍ତି । ଉତ୍ତର ପ୍ରଦେଶର ରାୟବରେଲୀରେ ନକଲି ନୋଟ ତିଆରି କରି ମାର୍କେଟରେ ଛାଡୁଥିବା ଏକ 2ଜଣିଆ ଗ୍ୟାଙ୍ଗକୁ ଠାବ କରିଛି ପୋଲିସ । ଏହି ଦୁଇ ଠକ ୟୁଟ୍ଯୁବରୁ ନକଲି ନୋଟ ଛାପିବା ଶିଖିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ଏମାନଙ୍କ ନିକଟରୁ ମୋଟ 99 ହଜାର 5 ଶହ ନକଲି ନୋଟ ମଧ୍ୟ ପୋଲିସ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ, ରାୟବରେଲୀ ଜିଲ୍ଲାର ଲାଲଗଞ୍ଜ କ୍ଷେତ୍ରରେ ଥିବା ବାଲେଶ୍ବର ଶିବପୀଠରେ ଶ୍ରାବଣ ମାସରେ ଏକ ମେଳା ଜାରି ରହିଛି । ଏହି ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରୁଛନ୍ତି । ଏହି ଦୁଇ ଅଭିଯୁକ୍ତ ନକଲି ନୋଟ ସହ ଉକ୍ତ ମେଳାରେ ବୁଲୁଥିବା ପୋଲିସ କୌଣସି ପ୍ରକାରେ ସୂଚନା ପାଇଥିଲା । ପରେ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୁଇ ଯୁବକଙ୍କୁ ଠାବ କରିବା ସହ ସେମାନଙ୍କୁ ଯାଞ୍ଚ କରିଥିଲା । ଘଟଣାସ୍ଥଳରେ ସେମାନଙ୍କ ଠାରୁ 99 ହଜାର 5 ଶହ ନକଲି ନୋଟ ଜବତ କରିବା ପରେ ଉଭୟଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା । ସେମାନଙ୍କୁ ଜେରା ପରେ ପୋଲିସ ଜାଣିବାକୁ ପାଇଛି ଯେ, ଉଭୟ ଅଭିଯୁକ୍ତ ୟୁଟ୍ଯୁବରୁ ଏହି ନକଲି ଟଙ୍କା ପ୍ରସ୍ତୁତ କରିବା ଶିଖିଥିଲେ । ପୂର୍ବରୁ ମଧ୍ୟ କିଛି ନକଲି ନୋଟ ସେମାନେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଠକି ବଜାରରେ ଛାଡିବାରେ ସଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ମୁସଲିମ୍‌ ଯୁବକଙ୍କ ଦରଖାସ୍ତ, ପୋଲ୍‌ ଖୋଲିଦେଲେ ପତ୍ନୀ

ମେଳାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାରୁ ଏକକାଳୀନ ପ୍ରାୟ ଲକ୍ଷେ ଟଙ୍କା ଛାପି ସେମାନେ ବିଭିନ୍ନ ଉପାୟରେ ଶ୍ରଦ୍ଧାଳୁଙ୍କୁ ଠକିବାର ଯୋଜନାରେ ଥିଲେ । ହେଲେ ଏହି ଦୁଇ ସନ୍ଦିଗ୍ଧ ଜାଲ ନୋଟ କାରବାର କରୁଥିବା କେହି ଜାଣିବା ପରେ ପୋଲିସକୁ ଖବର ଦେବା ପରେ ଉଭୟଙ୍କୁ ରେଡ ହ୍ୟାଣ୍ଡରେ ଧରିବାରେ ପୋଲିସ ସଫଳ ହୋଇଛି । ସେମାନଙ୍କୁ ପ୍ରାଥମିକ ଜେରା ପରେ ପୋଲିସ କୋର୍ଟ ଚାଲାଣ କରିଛି । ସେହିପରି ଏମାନେ କେବେ ଠାରୁ ଓ କେତେ ପରିମାଣର ନକଲି ନୋଟ ବଜାରରେ ଛାଡିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଏହି ରାକେଟରେ ଆଉ କେହି ସମ୍ପୃକ୍ତ ଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.