ETV Bharat / bharat

ପ୍ରେମକୁ ବିରୋଧ କରୁଥିଲା ପରିବାର: ପ୍ରମିକାକୁ ଗୁଳିକରି ଜୀବନ ହାରିଲା ପ୍ରେମିକ

author img

By ETV Bharat Odisha Team

Published : Dec 5, 2023, 10:02 PM IST

ପରିବାର ଲୋକେ ପ୍ରେମକୁ ବିରୋଧ କରିବାରୁ ନାରକୀୟ କାଣ୍ଡ । ପ୍ରେମିକାକୁ ଗୁଳିକରି ହତ୍ୟା କରିବା ପରେ ପ୍ରେମିକ ଜୀବନ ହାରିଥିବା ଅଭିଯୋଗ । ଦୁଇ ମୃତଦେହ ସହ ଜବତ ହେଲା ବନ୍ଧୁକ ଓ ଗୁଳି । ଅଧିକ ପଢନ୍ତୁ

ପ୍ରେମକୁ ବିରୋଧ କରୁଥିଲା ପରିବାର: ପ୍ରମିକାକୁ ଗୁଳିକରି ଜୀବନ ହାରିଲା ପ୍ରେମିକ
ପ୍ରେମକୁ ବିରୋଧ କରୁଥିଲା ପରିବାର: ପ୍ରମିକାକୁ ଗୁଳିକରି ଜୀବନ ହାରିଲା ପ୍ରେମିକ

ପ୍ରେମକୁ ବିରୋଧ କରୁଥିଲା ପରିବାର: ପ୍ରମିକାକୁ ଗୁଳିକରି ଜୀବନ ହାରିଲା ପ୍ରେମିକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଶାହାଜାହାନପୁର ଜିଲ୍ଲାରେ ପ୍ରେମ ସମ୍ପର୍କକୁ ପରିବାର ବିରୋଧ କରିବାରୁ ଅଭାବନୀୟ ଘଟଣା । ନିଜ ପ୍ରେମିକାକୁ ଗୁଳିକରି ହତ୍ୟା କଲା ପ୍ରେମିକ ଓ ପରେ ନିଜେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ନିଗୋହି ଅଞ୍ଚଳରେ ଆଜି (ମଙ୍ଗଳବାର) ଏହି ଘଟଣା ଘଟିଛି । ପ୍ରାଥମିକ ଭାବେ ଏହି କାରଣ ସାମ୍ନାକୁ ଆସିଥିବା ବେଳେ ପୋଲିସ ଦୁଇଟି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସ୍ଥାନୀୟ ଏସପି ସୁଧୀର ଜୈସୱାଲଙ୍କ ସୂଚନା ଅନୁସାରେ, ନିଗୋହି ଅଞ୍ଚଳର ଟିନ୍ଦୁଲିଆ ଗାଁର ବାସିନ୍ଦା ମୁକେଶ ଯାଦବ ଓ ତାଙ୍କ ଭାଇ ଧିରେନ୍ଦ୍ର ଯାଦବଙ୍କ ଶାଳୀ ରାମାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଧିରେନ୍ଦ୍ରଙ୍କ ବିବାହ ଲଖୀନପୁର ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ହୋଇଥିଲା । ପରିବାର ସଦସ୍ୟ ଏକଥା ଜାଣିଥିଲେ ଓ ଉଭୟଙ୍କ ମିଳାମିଶାକୁ ବିରୋଧ ମଧ୍ୟ କରୁଥିଲେ । ଏହି କାରଣରୁ ଉଭୟ ପରିବାର ମଧ୍ୟରେ କିଛି ତିକ୍ତତା ମଧ୍ଯ ଥିଲା । ସୋମବାର ଭାଇର ଶଶୁର ଘରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଯାଇଥିଲା ମୁକେଶ । ସେ ସାଙ୍ଗରେ ରମାକୁ ଧରି ଗାଁକୁ ଫେରିଥିଲା । ନିଜର ଜଣେ ସମ୍ପର୍କୀୟ ଭାଇର ଗୁହାଳ ପରି ଏକ ପରିତ୍ୟେକ୍ତ ଗୃହରେ ରାତିରେ ରଖିଥିଲା ।

ଏହା ମଧ୍ୟ ପଢନ୍ତୁ :- ନିରାଶ ହେଲେ ତିର୍ତ୍ତୋଲ ବିଧାୟକ, ବାନ୍ଧବୀ ପ୍ରତ୍ୟୁଷାଙ୍କୁ ବିବାହ ଆବେଦନ ଖାରଜ

ଆଜି ସକାଳୁ ରମାର ଗୁଳିବିଦ୍ଧ ମୃତଦେହ ସହ ଗୁରୁତର ମୁକେଶକୁ ଚଟାଣରେ ପଡି ଛଟପଟ ହେଉଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୁକେଶର ଗଳାରେ ମଧ୍ୟ ଏକ ଗୁଳି ବାଜିଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରାଥମିକ ତଦନ୍ତ ପରେ ପୋଲିସ ଘଟଣାସ୍ଥଳରୁ ଏକ ବନ୍ଧୁକ ଓ ଏକାଧିକ ଗୁଳି ଜବତ କରିଛି । ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସୂଚନା ଓ ପାରିପାର୍ଶ୍ବିକ ସ୍ଥିତିରୁ ମୁକେଶ ପ୍ରଥମେ ରମାକୁ ଗୁଳିକରି ହତ୍ୟା କରିବା ପରେ ନିଜେ ଜୀବନ ହାରିଥିବା ପୋଲିସ ସନ୍ଦେହ କରୁଛି । ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଛି ପୋଲିସ । ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ଜେରା କରାଯାଉଛି । ବ୍ଯବଚ୍ଛେଦ ରିପୋର୍ଟକୁ ମଧ୍ଯ ପୋଲିସ ଅପେକ୍ଷା କରିଛି । ପରେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.