ETV Bharat / bharat

Mother Sold Daughter For Lover: ଝିଅକୁ ବିକି ପୁଅକୁ ହଷ୍ଟେଲରେ ଛାଡ଼ି ପ୍ରେମିକ ସହ ଫେରାର ମାଆ - ବିହାର ଖବର

ପ୍ରେମ ପାଇଁ ପ୍ରତିବନ୍ଧକ ସାଜିଲେ ସନ୍ତାନ । ଝିଅକୁ ବିକି ପୁଅକୁ ହଷ୍ଟେଲରେ ଛାଡ଼ି ପ୍ରେମିକ ସହ ଫେରାର ହେଲା ମାଆ । ଜାଣନ୍ତୁ କେଉଁଠି ଘଟିଛି ଏପରି ଘଟଣା

Etv Bharat
Etv Bharat
author img

By ETV Bharat Odisha Team

Published : Aug 28, 2023, 10:46 PM IST

ପାଟନା: ପ୍ରେମିକ ପାଇଁ ଜନ୍ମ କଲା ଝିଅ ହେଲା ପର । ପ୍ରେମିକ ଆପଣାଇବାକୁ ମନା କରିବା ପରେ ଶେଷରେ ଅନ୍ୟ ହାତରେ ନିଜ ଝିଅକୁ ଟେକି ଦେଲା ମାଆ । ଝାଡ଼ଖଣ୍ଡର ଏକ ନାବାଳିକାକୁ ମାଆ ବିହାରରେ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଛି । ଖାଲି ସେତିକି ନୁହେଁ ଝିଅକୁ ବିକିଲା ପରେ ପୁଅକୁ ଛାଡ଼ିଲା ହଷ୍ଟେଲରେ । ଏହା ପରେ ଦିଲ୍ଲୀ ପ୍ରେମିକ ସହିତ କରିଛି ବିବାହ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବିକ୍ରି ହୋଇଥିବା ନାବାଳିକାକୁ ଉଦ୍ଧାର କରିଥିବା ବେଳେ କିଣିଥିବା ବ୍ୟକ୍ତିକୁ ଗିରଫ କରିଛି ।

ରାଞ୍ଚି ଅଧିବାସୀ ଏକ ଦମ୍ପତି ନିଜ ୨ ସନ୍ତାନକୁ ନେଇ କାମ ଖୋଜିବା ବାହାନାରେ ମୁଜ୍ଜଫରପୁର ଆସିଥିଲେ । ଏଠାରେ ସ୍ବାମୀସ୍ତ୍ରୀ ହସଖୁସିରେ ନିଜ ସଂସାର ମଧ୍ୟରେ ହଜିଯାଇଥିଲେ । ସବୁକିଛି ଠିକ ଚାଲିଥିଲା । ହେଲେ ଗତ ୨ ବର୍ଷ ପୂର୍ବେ ଅଭିଯୁକ୍ତ ମହିଳାଙ୍କୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମହିଳାଙ୍କ ଉପରେ ୨ ସନ୍ତାନଙ୍କ ବୋଝ ପଡ଼ିଥିଲା । ଏହି ସମୟରେ ମହିଳା ଜଣକ ଅନ୍ୟ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କେ ଏତେ ଗଭୀର ହୋଇଥିଲା ଯେ ଉଭୟ ବିବାହ କରିବା ଲାଗି ମନସ୍ଥ କରିଥିଲେ ।

ଏହା ବି ପଢନ୍ତୁ- ମରିଗଲା ମାନବିକତା, ଟଙ୍କା ପାଇଁ ଝିଅକୁ ବିକିଲା ମାଆ

ହେଲେ ଯୁବକ ଜଣକ ମହିଳାଙ୍କ ୨ ସନ୍ତାନଙ୍କୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ନଥିଲା । ଏହାପରେ ମହିଳା ଜଣକ ପ୍ରେମିକ ଲାଗି ନିଜ ସନ୍ତାନଙ୍କୁ କଲା ପର । ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କ ସହାୟତାରେ ନିଜ ନାବାଳିକ ଝିଅକୁ ଜଣେ ବ୍ୟବସାୟୀଙ୍କ ହାତରେ ଟେକି ଦେଇଥିଲା । ଝିଅ ବଦଳରେ ଉକ୍ତ ବ୍ୟବସାୟୀଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ମଧ୍ୟ ଆଣିଥିଲା । ଝିଅକୁ ବିକ୍ରି କରିବା ପରେ ପୁଅକୁ ଏକ ଘରୋଇ ସ୍କୁଲ ହଷ୍ଟେଲରେ ଛାଡ଼ିଥିଲେ ଅଭିଯୁକ୍ତ ମହିଳା । ଏହାପରେ ଦିଲ୍ଲୀ ପ୍ରେମିକ ସହିତ ବିବାହ କରିଥିବା ଜଣାପଡ଼ିଛି ।

କେମିତି ଘଟଣା ସାମ୍ନାକୁ ଆସିଲା ?:- ମହିଳା ଜଣକ ଯେତେବେଳେ ପୁଅକୁ ଛାଡ଼ିଥିବା ହଷ୍ଟେଲରେ ବକେୟା ଅର୍ଥ ଦେଇନଥିଲେ, ସେତେବେଳେ ଘଟଣାଟି ସାମ୍ନାକୁ ଆସିଥିଲା । ହଷ୍ଟେଲ ପରିଚାଳକ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଏ ନେଇ ଅବଗତ କରିଥିଲେ । ଏହାପରେ ପରିବାର ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସମୟରେ ନାବାଳିକାକୁ ମଧ୍ୟ ଉଦ୍ଧାର କରିଛି । ଏହାପରେ ମହିଳା ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି । ମୁଜ୍ଜଫରପୁର ଏସଏସପି ରାକେଶ କୁମାର ପୁରା ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.