ETV Bharat / bharat

Bihar: ଯୁବକଙ୍କୁ ମାଡ଼ ମାରି ଛେପ ଚଟାଇଲେ ଛାତ୍ରୀ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Sep 3, 2023, 9:41 PM IST

ବିହାରରେ ଯୁବକଙ୍କୁ ଚପଲରେ ମାଡ଼ ମାରିବା ସହ ଛେପ ଚାଟିବାକୁ କହିଲେ ଛାତ୍ରୀ । ଜାଣନ୍ତୁ ପୁରା ଘଟଣା

Etv Bharat
Etv Bharat

ପାଟନା: ଦିନକୁ ଦିନ ମାନବିକତା ଭୁଲିବାରେ ଲାଗିଛି ମନୁଷ୍ୟ । ପ୍ରତିଶୋଧ ପରାୟଣ ହୋଇ ଆଇନକୁ ହାତକୁ ନେଉଛି । ଏମିତି ଏକ ଘଟଣା ବିହାର ଜାହାନବାଦ ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ମାଡ଼ ମାରିବା ସହ ଜଣେ ଛାତ୍ରୀ ରାସ୍ତାରେ ଛେପ ପକାଇ ଚାଟିବା ଲାଗି କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାଧାରଣରେ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଛାତ୍ରୀ ଯୁବକକୁ ମଝି ରାସ୍ତାରେ ମାଡ଼ ମାରିବା ସହିତ ଛେପ ଚାଟିବା ଲାଗି କହୁଛନ୍ତି । ଏନେଇ ଥାନା ଅଧିକାରୀ ପପୁ କୁମାର ରାକେଶ କହିଛନ୍ତି, "ଜଣେ ଯୁବତୀ କୋଚିଂ ସାରି ଘରକୁ ଫେରୁଥିଲେ । ଏହି ସମୟରେ ଜଣେ ଯୁବକ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ । ଏନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ଯାଞ୍ଚ କରୁଛି । ଯାଞ୍ଚ ପରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଏହା ବି ପଢନ୍ତୁ- ଭାରତରେ ତାଲିବାନୀ ଦଣ୍ଡ, ପଞ୍ଚାୟତରେ ପ୍ରେମିକକୁ ଛେପ ଚଟାଇଲେ ଗ୍ରାମବାସୀ

ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ଗତ ଶୁକ୍ରବାର(ସେପ୍ଟେମ୍ବର 1)ରେ ଘଟିଥିଲା । ଜଣେ ଛାତ୍ରୀ କୋଚିଂ ସାରି ଘରକୁ ଫେରୁଥିବା ସମୟରେ ଜଣେ ଯୁବକ ତାଙ୍କୁ କମେଣ୍ଟ କରିବା ସହ ଅସଦାଚରଣ କରିଥିଲା । ଯେତେବେଳେ ଅଭିଯୁକ୍ତ ଯୁବକ ଜଣକ ଛାତ୍ରୀଙ୍କ ହାତ ଧରିଥିଲା, ଏହାପରେ ଛାତ୍ରୀ ଜଣକ ଚିତ୍କାର କରିଥିଲେ । ଏହାପରେ ଛାତ୍ରୀ ଜଣକ କ୍ରୋଧିତ ହୋଇ ଯୁବକଙ୍କୁ ମାଡ଼ ମାରିବା ସହିତ ରାସ୍ତାରେ ଛେପ ପକାଇ ଚାଟିବାକୁ କହିଥିଲେ । ଏହାପରେ ଆଖପାଖରେ ଥିବା ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ । ଏହାପରେ ଛାତ୍ରୀ ଜଣକ ଯୁବକଙ୍କୁ ଗୋଇଠା ମାରିବା ସହିତ ଚପଲରେ ପିଟିଥିଲେ । ଏହାପରେ ଛେପ ଚାଟିବା ଲାଗି କହିଥିଲେ । ତେବେ ପୋଲିସ ଏଯାବତ ଅଭିଯୁକ୍ତ ଯୁବକକୁ ଗିରଫ କରିନଥିବା ବେଳେ ଆଖପାଖ ଅଞ୍ଚଳରେ ଛାନଭିନ କରୁଥିବା କହିଛି ।

ଏହା ବି ପଢନ୍ତୁ- Watch: ଯୁବକଙ୍କୁ ରାସ୍ତା ମଝିରେ ପିଟିଲେ ଦୁଇ ଯୁବତୀ, ମାରିଥିଲେ କମେଣ୍ଟ

ସୂଚନା ଥାଉ କି ଗତ ଅଗଷ୍ଟ 4 ତାରିଖରେ ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରେ କମେଣ୍ଟକୁ ନେଇ ଯୁବକଙ୍କୁ ନିର୍ଦ୍ଧୁମ ପିଟିଥିଲେ 2 ଯୁବତୀ । ଯୁବକ ଜଣକ ଦୀର୍ଘ ଦିନ ଧରି ଯୁବତୀଙ୍କୁ ହଇରାଣ କରି ଆସୁଥିଲେ । ହେଲେ ଯୁବତୀ ଜଣକ ସେତେବେଳେ ଅତିଷ୍ଠ ହୋଇପଡ଼ିଥିଲେ, ଯେତେବେଳେ ଯୁବକ ଜଣକ ଅଶାଳୀନ ଆଚରଣ କରିବା ଆରମ୍ଭ କରିଥିଲେ । ଏହାପରେ ଯୁବତୀ ଜଣକ ପ୍ରାୟ ଅଧ ଘଣ୍ଟା ଯୁବକଙ୍କୁ ମାଡ଼ ମାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.