ETV Bharat / bharat

ବିହାରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଗୁଳିମାଡ଼ରେ ନବମ ଶ୍ରେଣୀ ଛାତ୍ରୀ ଗୁରୁତର

author img

By

Published : Aug 9, 2023, 9:06 AM IST

ବିହାରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗୁଳିମାଡରେ ସ୍କୁଲରୁ ଫେରୁଥିବା ଛାତ୍ରୀ ଗୁରୁତର । ଅଧିକ ପଢନ୍ତୁ

9th class girl student shot in Arrah
9th class girl student shot in Arrah

ପାଟନା: ବିହାରରେ କିଛି ଦିନ ଧରି ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଯେଉଁଥିରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ମଙ୍ଗଳବାର ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସ୍କୁଲରୁ ଫେରୁଥିବା ଜଣେ ୧୩ ବର୍ଷର ଛାତ୍ରୀଙ୍କ ଦେହରେ ବାଜିଛି ଗୁଳି । ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିବା ପୂର୍ବରୁ ସେ ହସ୍ପିଟାଲରେ ପହଞ୍ଚିଥିବା ବେଳେ ଏବେ ତାଙ୍କ ଚିକିତ୍ସା ଜାରି ରହିଛି । ବିହାର ଆରାହ ଅଞ୍ଚଳରେ ଏହି ଘଟଣା ଘଟିଛି ।

ଛାତ୍ରୀ ଜଣକ ଗୁଳିମାଡ଼ର ଶିକାର ହେବା ପରେ ଆରହା ଅଞ୍ଚଳର ଅଭିଭାବକମାନେ ବେଶ ଭୟଭୀତ ହୋଇପଡ଼ିଛନ୍ତି । ଏହି ଛାତ୍ରୀ ଜଣକ ନବମ ଶ୍ରେଣୀରେ ନାୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଘରୋଇ ବିଦ୍ୟାଳୟରେ ପାଠ ପଢୁଛନ୍ତି । ଗତକାଲି(ମଙ୍ଗଳବାର) ସ୍କୁଲ ଛୁଟି ହେବା ପରେ ଅପରାହ୍ନରେ ଛାତ୍ରୀ ଜଣକ ନିଜ ବନ୍ଧୁ ସହିତ ଘରକୁ ଫେରୁଥିଲେ । ଠିକ ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ବାଟରେ ଅଟକାଇବା ସହ ଅସଦାଚରଣ କରିଥିଲେ । ଆଉ ଯେତେବେଳେ ଛାତ୍ରୀ ଜଣକ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, ଠିକ ସେତିକି ବେଳେ ସେମାନେ ଗୁଳିମାଡ଼ କରିଥିଲେ ।

ଏହା ବି ପଢନ୍ତୁ- UP: ମହରମ ଶୋଭାଯାତ୍ରାରେ ଦୁଇ ମୁସଲିମ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗୁଳି ଓ ପଥରମାଡରେ ଏକାଧିକ ଆହତ

ଗୁଳିମାଡ଼ ପରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ଛାତ୍ରୀ ଜଣକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ଅନ୍ୟପଟେ ଛାତ୍ରୀଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଛାତ୍ରୀଙ୍କ ବନ୍ଧୁ କହିଛନ୍ତି, "ସବୁ ଦିନ ପରି ଆଜି ମଧ୍ୟ ସେହି ଦୁର୍ବୃତ୍ତମାନେ ଆମକୁ ହଇରାଣ କରିଥିଲେ । ଆମେ ବିରୋଧ କରିବା ପରେ ସେ ଗୁଳିମାଡ଼ କରିଥିଲେ । ଗୁଳି ମୋ ସାଙ୍ଗର ପେଟରେ ବାଜିଥିଲା । "

ଏହା ବି ପଢନ୍ତୁ- ସ୍ପଷ୍ଟ ଦିବାଲୋକରେ ସ୍କୁଲ ଛାତ୍ରୀଙ୍କୁ ଗୁଳିମାଡ

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୋଜପୁର ଏସପି ପ୍ରମୋଦ କୁମାର ଯାଦବ । ସେ କହିଛନ୍ତି, "ନାୱଡା ଛକ ନିକଟରେ ଜଣେ ଘରୋଇ ବିଦ୍ୟାଳୟର ଛାତ୍ରୀ ଗୁଳିମାଡ଼ର ଶିକାର ହୋଇଛି । ଏବେ ଛାତ୍ରୀର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏହି ଘଟଣାର ତଦନ୍ତ ଲାଗି ସବ ଡିଭିଜନାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ପୋଲିସ ଛାନଭିନ ଆରମ୍ଭ କରିଛି । ସୂଚନା ଅନୁସାରେ ଅଭିଯୁକ୍ତ ଓ ଯୁବତୀଙ୍କ ମଧ୍ୟରେ ପୂର୍ବରୁ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ଯୁବତୀଙ୍କୁ ଅଭିଯୁକ୍ତ ହଇରାଣ କରୁଥିଲା । ତେବେ ପୋଲିସ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.