ETV Bharat / bharat

କର୍ଣ୍ଣାଟକରେ ଫୁଟିବନି ବାଣ, କମ ବାଣ ଫୁଟାଇବାକୁ ନିବେଦନ କଲେ ମହାରାଷ୍ଟ୍ର ସରକାର

ଦିପାବଳୀରେ ବାଣ ଫୁଟିବାରେ ରୋକ ଲଗାଇଲେ କର୍ଣ୍ଣାଟକ ସରକାର । କିନ୍ତୁ ସମ୍ପୂର୍ଣ୍ଣ ବ୍ୟାନ ନହେଲେ ମଧ୍ୟ କମ ବାଣ ଫୁଟାଇ ଦୀପାବଳୀ ପାଳିବାକୁ କହିଲେ ମହାରାଷ୍ଟ୍ର ସରକାର । ଅଧିକ ପଢ଼ନ୍ତୁ...

author img

By

Published : Nov 6, 2020, 7:02 PM IST

କୋରୋନା ଭୟ: କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଦିପାବଳୀରେ ବାଣ ଫୁଟାଇବା ମନା

ବେଙ୍ଗାଲୁରୁ, ମୁମ୍ବାଇ: ଦିପାବଳୀରେ ବାଣ ଫୁଟାଇବାରେ ଲାଗିଲା ରୋକ। ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ଆଜି(ଶୁକ୍ରବାର) ସରକାର ମଧ୍ୟ ବାଣ ବିକ୍ରି କରିବା ଓ ଫୁଟାଇବାକୁ ନେଇ କଟକଣା ଜାରି କରିଛନ୍ତି। ଏକ ବୈଠକରେ ନିଷ୍ପତ୍ତି ନେବା ପରେ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏହି ସୂଚନା ଦେଇଛନ୍ତି। ଯଥାଶୀଘ୍ର ଏନେଇ ସରାକାରୀ ଘୋଷଣା କରାଯିବ। ଶୀତଦିନରେ କୋରୋନା ଭାଇରସ ପୁନଃ ସଂକ୍ରମଣ ଆଶଙ୍କା ରହିଛି। ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ରାଜ୍ୟ କୋରୋନା ଭାଇରସ କବଳରୁ ସମ୍ପୁର୍ଣ୍ଣ ମୁକୁଳି ପାରିନାହିଁ।

ଅପରପଟେ ମହାରାଷ୍ଟ୍ରରେ ଦିପାବଳୀରେ ବାଣ ବିକ୍ରି ଓ ଫୁଟାଇବାରେ ରୋକ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଆଜି ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଖାରଜ କରିଦେଇଥିଲେ । ମାତ୍ର କମ ବାଣ ଫୁଟାଇ ଦୀପାବଳି ପାଳିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି ମହାରାଷ୍ଟ୍ର ସରକାର ।

ଇଉରୋପରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଙ୍କଟ ଦେଖା ଦେଇଛି। ଏହାକୁ ନଜରରେ ରଖି ବିଶ୍ବର ବିଭିନ୍ନ ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଇଉରୋପୀୟ ଦେଶ ଜର୍ମାନୀ, ସ୍ପେନ ଓ ଫ୍ରାନ୍ସରେ ପୁନଃ ଲକଡାଉନ ଘୋଷଣା ହୋଇଛି। ଭାରତକୁ ମଧ୍ୟ ସତର୍କ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ଏହାକୁ ଦୃଷ୍ଟିରେ ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଦିପାବଳୀରେ ବାଣ ଫୁଟାଇବାରେ କଟକଣା ଜାରି କରାଯାଇଛି। ଏହାସହ ଦୀପ ବିକ୍ରି ଉପରେ ମଧ୍ୟ କଟକଣା ଜାରି ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.