ETV Bharat / bharat

ବଙ୍ଗଳା ନିର୍ବାଚନରେ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦେବ ସିପିଆଇଏମ

author img

By

Published : Feb 20, 2021, 4:55 PM IST

ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​2021 ରେ ଯୁବ ନେତାମାନଙ୍କୁ ପ୍ରାଧ୍ୟାନ୍ୟ ଦେବ ସିପିଏମ । ଅଧିକ ପଢନ୍ତୁ...

ବଙ୍ଗଳା ନିର୍ବାଚନରେ ଯୁବ ଚେହେରାଙ୍କୁ ପ୍ରଧାନ୍ୟ ଦେବ ସିପିଆଏମ

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​2021ରେ ଯୁବ ନେତାମାନଙ୍କୁ ପ୍ରାଧାନ୍ୟ ଦେବ ସିପିଆଇଏମ । ରାଜ୍ୟରେ ଅନେକ ଆସନରେ ଯୁବ ଚେହେରା ମାନଙ୍କୁ ନିର୍ବାଚନ ରଣଭୂମିକୁ ଓହ୍ଲାଇବାକୁ ଦଳ ସୁଯୋଗ ଦେବ ବୋଲି ଜଣାପଡିଛି । ସେହି କ୍ରମରେ ଓଶି ଘୋଷ ଏବଂ ଦୀପ୍ସିତା ଧରଙ୍କୁ ରାଜ୍ୟ ବିଧାନସଭା ନିର୍ବାଚନରେ ​​ପ୍ରାର୍ଥୀ ହେବାକୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଓଷି ଘୋଷ ଏବଂ ଦୀପିତା ଧର ରାଜ୍ୟରେ କିଛିଦିନ ହେଲା ନିର୍ବାଚନୀ ପ୍ରଚାରରେ ସକ୍ରିୟ ଭୂମିକା ତୁଲାଇଥିବା ଦେଖାଯାଇଛି । ବିଭିନ୍ନ ସଭା ଓ ରାଲିରେ ଦୁହେଁ ଆଗ ଧାଡ଼ିରେ ଥିବା ମଧ୍ୟ କିଛି ଦିନ ମଧ୍ୟରେ ନଜର ଆସିଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ହୋଇଥିବା ନିର୍ବାନଚୀ ହିଂସାରେ ସେ ଆହତ ହୋଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ଉଭୟଙ୍କୁ ଦଳ ପକ୍ଷରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ସୁଯୋଗ ଦେଇପାରେ । ଦୁଇ ଯୁବ ନେତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଥିବା କଥା ମଧ୍ୟ ନିଜେ ଦଳର ଅଧ୍ୟକ୍ଷ ବିମନ ବାସୁ କହିସାରିଛନ୍ତି ।

କିନ୍ତୁ ସବୁ ପରେ ବି ସେ ଦୁହେଁ ଦଳର ପ୍ରାର୍ଥୀ ହେବା ନେଇ ନେଇ କେହି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ଅଧ୍ୟକ୍ଷ ବାସୁ କହିଛନ୍ତି ଏନେଇ ଦଳର ଆଭ୍ୟନ୍ତରୀଣ ବୈଠକ ଚାଲିଛି ସେଥିରେ ଯାହା ନିଷ୍ପତ୍ତି ନିଆଯିବ ତାହା ଚୁଡାନ୍ତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ବୈଠକ ପରେ ଆସନ ଓ ପ୍ରତିଦ୍ବନ୍ଦୀଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଆସି ପାରିବ ବୋଲି ମଧ୍ୟ ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.