ETV Bharat / bharat

କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ - ଟିକାର ଦର ଧାର୍ଯ୍ୟ କଲା ସେରମ

ଟୀକାକରଣକୁ ଖୋଲା ବଜାରରେ ମିଳିବାକୁ ଅନୁମତି ଦେବା ପରେ ଆଜି ଟିକାର ଦର ଧାର୍ଯ୍ୟ କରିଛି ସେରମ । ଆସନ୍ତା 4 ରୁ 5 ମାସ ମଧ୍ୟରେ ବଜାରରେ ଉପଲବ୍ଧ ହେବ ଟିକା । ଅଧିକ ପଢନ୍ତୁ...

କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ
କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ
author img

By

Published : Apr 21, 2021, 1:54 PM IST

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ । ଖୋଲା ବଜାରରେ ଟିକା ବିକ୍ରି ପାଇଁ ଦର ଧାର୍ଯ୍ୟ କରିଛି କମ୍ପାନୀ । ଡୋଜ ପିଛା ରାଜ୍ୟ ସରକାର 400 ଟଙ୍କା ଦେବେ । ସେହିପରି ଘରୋଇ ହସ୍ପିଟାଲକୁ ଡୋଜ ପିଛା 600 ଟଙ୍କା ଦେବାକୁ ପଡିବ । ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ଏନେଇ ଘୋଷଣା କରିଛନ୍ତି ।

ପୁନୱାଲା କହିଛନ୍ତି, କେନ୍ଦ୍ର ସରକାରଙ୍କ 50 ପ୍ରତିଶତ ଟୀକାକରଣ କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟ ସରକାର ଏବଂ ଖୋଲା ବଜାରକୁ 50% ଡୋଜ ଯୋଗାଇବାକୁ ଅନୁମତି ଦେଇଛି କେନ୍ଦ୍ର । କୋଭିସିଲ୍ଡର ମୂଲ୍ୟ ବିଶ୍ବ ବଜାରରେ ଅପେକ୍ଷାକୃତ କମ ରହିଛି। ଆମେରିକାରରେ କୋରୋନା ଗୋଟିଏ ଡୋଜ 1500 ଟଙ୍କା ରହିଛି । ରୁଷିଆ ଓ ଚାଇନାରେ ଏହାର ମୂଲ୍ୟ 750 ଟଙ୍କା ।

ସେପଟେ, ଆସନ୍ତା 4ରୁ 5 ମାସ ମଧ୍ୟରେ କୋଭିସିଲ୍ଡକୁ ରିଟେଲ ଓ ଖୋଲା ବଜାରରେ ଉପଲବ୍ଧ କରାଯିବ । ସୂଚନାଯୋଗ୍ୟ, ଦେଶରେ ଟୀକାକରଣକୁ ବଜାରରେ ଉପଲବ୍ଧ କରିବାକୁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇଛି । ଆସନ୍ତା ମେ’1ରୁ 18 ବର୍ଷର ଊର୍ଦ୍ଧ୍ବ ଯୁବବର୍ଗଙ୍କୁ କୋରୋନା ଟିକା ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.