ETV Bharat / bharat

ଉତ୍ତର ପ୍ରଦେଶରେ କୋଭିଡ୍ ଟେଷ୍ଟିଂ, ‘ହୁ’ ରିପୋର୍ଟ ଏବଂ ବାସ୍ତବ ସ୍ଥିତି ମଧ୍ୟରେ ରହୁନି ତାଳମେଳ - ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ

ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଘରକୁ ଘର ବୁଲି କୋରୋନା ପରୀକ୍ଷା,ଚିକିତ୍ସା ଏବଂ କଣ୍ଟ୍ରାକ୍ଟ ଟ୍ରେସିଂ ପାଇଁ ପାଞ୍ଚ ଦିନିଆ ଏକ ଅଭିଯାନ କରାଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଇଣ୍ଡିଆ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । କିନ୍ତୁ ଇଟିଭି ଭାରତର ସମ୍ବାଦଦାତାଙ୍କ ପକ୍ଷରୁ ସଂଗ୍ରହ ହୋଇଥିବା ଗ୍ରାଉଣ୍ଡ ଜିରୋ ରିପୋର୍ଟ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ବୟାନ କରୁଛି । ଦେଖନ୍ତୁ କ’ଣ ରହିଛି ସତ୍ୟତା....

ଉତ୍ତର ପ୍ରଦେଶରେ କୋଭିଡ୍ ଟେଷ୍ଟିଂ, ‘ହୁ’ ରିପୋର୍ଟ ଏବଂ ବାସ୍ତବ ସ୍ଥିତି ମଧ୍ୟରେ ରହୁନି ତାଳମେଳ

author img

By

Published : May 18, 2021, 10:18 AM IST

Updated : May 18, 2021, 12:44 PM IST

ହାଇଦ୍ରାବାଦ/ଲକ୍ଷ୍ନୌ: ଭାରତର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ କୋଭିଡ-19 ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଘରକୁ ଘର ବୁଲି କୋରୋନା ପରୀକ୍ଷା,ଚିକିତ୍ସା ଏବଂ କଣ୍ଟ୍ରାକ୍ଟ ଟ୍ରେସିଂ ପାଇଁ ପାଞ୍ଚ ଦିନିଆ ଏକ ଅଭିଯାନ କରାଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଇଣ୍ଡିଆ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ତେବେ ଇଟିଭି ଭାରତର ସମ୍ବାଦଦାତାଙ୍କ ପକ୍ଷରୁ ସଂଗ୍ରହ ହୋଇଥିବା ଗ୍ରାଉଣ୍ଡ ଜିରୋ ରିପୋର୍ଟ ଏବଂ କୋଭିଡ ଟେଷ୍ଟିଂ ଡାଟାର ସମୀକ୍ଷା କରିବା ପରେ ଏହା ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ବୟାନ କରୁଛି । ସନ୍ଦିଗ୍ଧ କୋଭିଡ୍ ରୋଗୀଙ୍କ ମୃତଦେହ ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାରେ ଗଙ୍ଗା ନଦୀକୂଳରେ ଭାସୁଥିବା ଖବର ପ୍ରସାରଣ ପରେ ରାଜ୍ୟର ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

‘ହୁ’ ଇଣ୍ଡିଆ ସହଯୋଗରେ ପାଞ୍ଚ ଦିନିଆ ଟେଷ୍ଟିଂ ଅଭିଯାନରେ 75ଟି ଜିଲ୍ଲାର 97 ହଜାର 941ଟି ଗାଁ ସାମିଲ ହୋଇଥିଲା । ହେଲେ https://www.covid19india.org/ରେ ଉପଲବଧ ଟେଷ୍ଟିଂ ଡାଟା ଏବଂ ଇଟିଭି ଭାରତ ସାମ୍ବାଦିକଙ୍କ ଦ୍ବାରା ସମ୍ପୃକ୍ତ ଗ୍ରାମ ଗସ୍ତ ଏବଂ ଗ୍ରାମବାସୀ, ସ୍ବାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା ବେଳେ କୋରୋନା ଟେଷ୍ଟିଂ ନେଇ ସେଭଳି କୌଣସି ଉନ୍ନତି ହୋଇଥିବା ଲକ୍ଷ୍ୟ କରାଯାଇନାହିଁ ।

‘ହୁ’ ଇଣ୍ଡିଆ ପ୍ରକାଶିତ ରିପୋର୍ଟର ଶୀର୍ଷକ ଥିଲା,‘କୋଭିଡ-19 ବନ୍ଦ କରିବାକୁ ଉତ୍ତର ପ୍ରଦେଶର ଆପ୍ରାଣ ଉଦ୍ୟମ’ । ଏଥିରେ କୁହାଯାଇଥିଲା ଯେ, ରାଜ୍ୟ ସରକାର ସମସ୍ତ ଗ୍ରାମାଞ୍ଚଳରେ କିପରି ଏହି କାର୍ଯ୍ୟକ୍ରମ କରିପାରିବେ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର 21 ହଜାର 242 ଜଣ ସୁପରଭାଇଜର ଏବଂ 1 ଲକ୍ଷ 41 ହଜାର 610ଟି ଟିମ୍ ନିୟୋଜିତ କରିଥିଲେ ।

ଉତ୍ତର ପ୍ରଦେଶରେ କୋଭିଡ୍ ଟେଷ୍ଟିଂ, ‘ହୁ’ ରିପୋର୍ଟ ଏବଂ ବାସ୍ତବ ସ୍ଥିତି ମଧ୍ୟରେ ରହୁନି ତାଳମେଳ

ଏଥିପାଇଁ ଆବଶ୍ୟକ ମାଇକ୍ରୋ ପ୍ଲାନିଂ ଏବଂ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବାରେ ‘ହୁ’ ସହଯୋଗ କରିଥିଲା । ଗ୍ରାମାଞ୍ଚଳର ସ୍ଥିତି, ଠିକଣା ସମୟରେ ସରକାରଙ୍କୁ ପହଞ୍ଚାଇବା ପାଇଁ ଏବେ ସବୁଠି କ୍ଷେତ୍ର ଅଧିକାରୀମାନେ ମୁତୟନ ହୋଇଛନ୍ତି ଏବଂ ସେମାନଙ୍କଠାରୁ ଖବର ପାଇ ରାଜ୍ୟ ସରକାର କୋରୋନା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମେ 7 ତାରିଖ ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ।

ଜାତିସଂଘର ଏହି ସଂସ୍ଥା କହିଛି: “କାର୍ଯ୍ୟକ୍ରମ ଉଦଘାଟନୀ ଦିବସରେ ‘ହୁ’ର କ୍ଷେତ୍ର ଅଧିକାରୀମାନେ 2 ହଜାରରୁ ଅଧିକ ସରକାରୀ ଟିମର କାର୍ଯ୍ୟ ତଦାରଖ କରିବା ସହିତ ଅନ୍ୟୁନ 10 ହଜାର ଘରେ ପହଞ୍ଚିଥିଲେ । ହେଲେ https://www.covid19india.org/state/UP ରେ ଉପଲବ୍ଧ ଡାଟା ଅନୁଯାୟୀ ମେ 5 ତାରିଖରେ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଭିଯାନ କାଳରେ ଟେଷ୍ଟିଂ ଓ କଣ୍ଟ୍ରାକ୍ଟ ଟ୍ରେସିଂ କ୍ଷେତ୍ରରେ ସେଭଳି ଅଗ୍ରଗତି ଘଟିଥିବା ଲକ୍ଷ୍ୟ କରାଯାଇନାହିଁ । ବାସ୍ତବରେ, ହୁ ସହଯୋଗରେ ଚାଲିଥିବା ପାଞ୍ଚ ଦିନିଆ ଅଭିଯାନ ତୁଳନାରେ ମେ ମାସ ଆରମ୍ଭରେ ଉତ୍ତର ପ୍ରଦେଶରେ ଦୈନିକ କୋଭିଡ ଟେଷ୍ଟିଂ ଅଧିକ ରହିଥିଲା । କୋଭିଡ-19 ଇଣ୍ଡିଆ ୱେବସାଇଟ୍ ଅନୁଯାୟୀ ଉତ୍ତର ପ୍ରଦେଶରେ ମେ 1ରେ 2,66,619 ଏବଂ ମେ 2ରେ 2,97,385 ଟେଷ୍ଟ ହୋଇଥିଲା । ମେ 3ରେ ଏହା 2,29,613କୁ ଏବଂ ମେ 4ରେ 2,08,564କୁ ଖସି ଆସିଥିଲା।

ଯଦି ସ୍ବତନ୍ତ୍ର ଅଭିଯାନରେ ନିୟୋଜିତ 1 ଲକ୍ଷ 41 ହଜାର 610 ଟିମ୍ ଦୈନିକ ମାତ୍ର ଦୁଇଟି ଲେଖାଏଁ ଟେଷ୍ଟ କରିଥାନ୍ତେ ତେବେ କୋଭିଡ ଟେଷ୍ଟ ସଂଖ୍ୟା ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଦୈନିକ 2,83,220କୁ ବଢି ପାରିଥାନ୍ତା । ଦିନକୁ ହେଉଥିବା ପାଖାପାଖି 2,30,000 ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇ 5,10,000ରୁ ଅଧିକ ହୋଇ ପାରିଥାନ୍ତା । ହେଲେ ୱେବସାଇଟରେ ଉପଲବ୍ଧ ତଥ୍ୟ ମୁତାବକ, ଉତ୍ତର ପ୍ରଦେଶରେ ମେ 5ରେ ସ୍ବତନ୍ତ୍ର ଅଭିଯାନର ଉଦଘାଟନୀ ଦିନରେ 2,32,038ଟି ଟେଷ୍ଟ ହୋଇଥିଲା । ଏହା ପରବର୍ତ୍ତୀ ଚାରି ଦିନରେ ରାଜ୍ୟରେ ମେ 6ରେ 2,26,112 ଟେଷ୍ଟ, ମେ 7ରେ 2,24,529 ଟେଷ୍ଟ ଏବଂ ମେ 9ରେ 2,29,595 ଟେଷ୍ଟ ହୋଇଥିଲା ।

ମେ 5ରୁ ମେ 9 ତାରିଖ ମଧ୍ୟରେ ଉତ୍ତର ପ୍ରଦେଶରେ ହାରାହାରୀ ଦୈନିକ 2,30,000ରୁ ସାମାନ୍ୟ ଅଧିକ ହାରରେ ମୋଟ 11,52,000 ଟେଷ୍ଟ କରାଯାଇଥିଲା । ଅଥଚ ଗ୍ରାମାଞ୍ଚଳରେ କୋଭିଡ୍ ଟେଷ୍ଟିଂ ଆରମ୍ଭ ହେବା ପୂର୍ବରୁ ମାସର ପ୍ରଥମ ଦୁଇ ଦିନରେ ଉତ୍ତର ପ୍ରଦେଶରେ ଦିନକୁ 2,82,000ରୁ ଅଧିକ ଟେଷ୍ଟ ହେଉଥିଲା ।

ହୁ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, “ ପ୍ରତ୍ୟେକ ମନିଟରିଂ ଟିମରେ ଦୁଇ ଜଣ ଲେଖାଏଁ ସଦସ୍ୟ ରହୁଥିଲେ । ସେମାନେ ଗାଁରେ ଘର ଘର ବୁଲି ଏବଂ ଦୁର୍ଗମ ଅଞ୍ଚଳରେ ଥିବା ବସ୍ତିରେ ପହଞ୍ଚି ରାପିଡ୍ ଆଣ୍ଟିଜେନ ଟେଷ୍ଟ (ଆରଏଟି) କିଟ୍ ବ୍ୟବହାର କରି କୋଭିଡ-19 ଲକ୍ଷଣ ସହିତ ପ୍ରତ୍ୟେକଙ୍କର ଟେଷ୍ଟ୍ କରୁଥିଲେ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସୁଥିଲା ସେମାନଙ୍କୁ ତୁରନ୍ତ ପୃଥକବାସରେ ନେଇ ଏକ ମେଡିସିନ କିଟ୍ ଦେବା ସହ ରୋଗକୁ କିପରି ପ୍ରତିକାର କରାଯିବ ତାହୁ ପରାମର୍ଶ ଦେଉଥିଲେ । ପଜିଟିଭ ଚିହ୍ନଟ ରୋଗୀଙ୍କୁ ଏକ ରାପିଡ ରେସପନ୍ସ ଟିମ୍ ଦ୍ବାରା ଆରଟି-ପିସିଆର ଟେଷ୍ଟ କରାଯାଇ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଉଥିଲା ।”

ଇଟିଭି ଭାରତ’ର ଗ୍ରାଉଣ୍ଡ ରିପୋର୍ଟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ରିପୋର୍ଟ ପ୍ରକାଶ ପାଇବା ପରେ ପରେ ଇଟିଭି ଭାରତ’ର ରିପୋର୍ଟରମାନେ ଉତ୍ତର ପ୍ରଦେଶରେ ବାସ୍ତବ ସ୍ଥିତିର ଖବର ସଂଗ୍ରହ ପାଇଁ ବିଭିନ୍ନ ଗ୍ରାମର ଗ୍ରାମବାସୀ, ଗାଁ ମୁଖିଆ, ସ୍ବାସ୍ଥ୍ୟ କର୍ମୀ ଏବଂ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକରେ ପହଞ୍ଚିଥିଲେ । ହୁ’ ରିପୋର୍ଟରେ ତା’ର ଟିମ୍ ବାରାବାଙ୍କି ଜିଲ୍ଲାରେ ସିପାହିଆ ଗାଁରେ ବୁଲୁଥିବାର ଏକ ଫଟୋଚିତ୍ର ପ୍ରକାଶ ପାଇଥିଲା । ଇଟିଭି ଭାରତ ରିପୋର୍ଟର ଅନ୍ୟ ସବୁ ଜିଲ୍ଲା ବୁଲିବା ବାଦ୍ ବାରାବାଙ୍କିର ସିପାହିୟା ଗାଁକୁ ମଧ୍ୟ ଯାଇଥିଲେ ।

ବାରାବାଙ୍କିରେ ମଧ୍ୟ ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ମିଳିଥିଲା ଯେ ହୁ’ର ଏକ ଟିମ୍ ଏବଂ ସ୍ବାସ୍ଥ୍ୟ କର୍ମୀ ସିପାହିଆ ଗାଁ ବୁଲିଥିଲେ । ଏହି ଗସ୍ତ ଘରକୁ ଘର ବୁଲି ଟେଷ୍ଟିଂ ପ୍ରକ୍ରିୟା ନଥିଲା ବରଂ ଏକ ସଚେତନତା ଅଭିଯାନ ଥିଲା ।

ଜଣେ ସ୍ଥାନୀୟ ଅଧିବାସୀ ସୁମେରୀ ଲାଲ କହନ୍ତି-“ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଏବଂ ଜିଲ୍ଲାପାଳଙ୍କୁ ନେଇ ଏକ ଟିମ୍ ଗାଁକୁ ଆସିଥିଲେ ଏବଂ କେହି ଜ୍ବର, କାଶ କିମ୍ବା ଥଣ୍ଡାରେ ପୀଡ଼ିତ କି ନାହିଁ ତାହା ଲୋକଙ୍କୁ ପଚାରି ବୁଝିଥିଲେ । ସେମାନେ କିଛି ଘରକୁ ଯାଇଥିଲେ କିନ୍ତୁ କୌଣସି ପରୀକ୍ଷା କରାଯାଇନଥିଲା।"

ସିପାହିଆ ଗାଁର ଜଣେ ଆଶା କର୍ମୀ ନୀଲମ କହିଛନ୍ତି, ପାଞ୍ଚ ଦିନିଆ ଏହି କାର୍ଯ୍ୟକ୍ରମ ଅବସରରେ ଗାଁର ଏକ ପ୍ରାଇମେରୀ ସ୍କୁଲରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଷ୍ଟ କରିବାକୁ ହେଲେ ମୋତେ ଏକ ସୂଚନା ଆସେ । ଏହାପରେ ଆମେ ଗାଁର ଲୋକଙ୍କୁ ଡାକିଥାଉ ଏବଂ ସେମାନଙ୍କୁ ପରୀକ୍ଷା ପାଇଁ ନେଇଥାଉ ।

"ଆଶା କର୍ମୀମାନେ ଜନସଚେତନତା ସୃଷ୍ଟି କରିବାରୁ ଲୋକେ ଏବେ ଟୀକାଗ୍ରହଣ କେନ୍ଦ୍ରକୁ ଆସୁଛନ୍ତି । ସେମାନେ ପୂର୍ବରୁ ଆସୁନଥିଲେ । ନିୟମିତ ଭାବେ ସ୍ଥିତିର ତଦାରଖ କରାଯାଉଛି । ସିପାହିଆରେ 150 ଜଣ ନମୁନା ପରୀକ୍ଷା ପାଇଁ ଦେଇଥିଲେ, ଯାହା ମଧ୍ୟରୁ କେବଳ ଜଣେ ବ୍ୟକ୍ତି ହିଁ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଅନ୍ୟମାନେ ସୁସ୍ଥ ଥିଲେ," ବୋଲି ବାରାବାଙ୍କି ଜିଲ୍ଲାର ଦେୱାନସ୍ଥିତ କମ୍ୟୁନିଟି ହେଲଥ କେୟାର ସେଣ୍ଟରର ଅଧିକ୍ଷକ ଡକ୍ଟର କୈଳାସ ଶାସ୍ତ୍ରୀ କହିଛନ୍ତି ।

ଗାଜିପୁର ଜିଲ୍ଲାର କାସିମାବାଦ ବ୍ଲକର ଭୈନସଦା ଗାଁର ଲୋକେ ଇଟିଭି ଭାରତକୁ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗର କୌଣସି ବି ଦଳ ଗତ ବର୍ଷେ ହେଲା ସେମାନଙ୍କ ଗାଁକୁ ଆସିନାହାଁନ୍ତି । ଗାଁର ଅବସ୍ଥା ଅତି ଶୋଚନୀୟ ବୋଲି ସେମାନେ କହିଛନ୍ତି, "ପ୍ରତି ଘରେ ଲୋକେ ରୋଗରେ ପଡୁଛନ୍ତି " । ଗାଁରେ ବସବାସ କରୁଥିବା ଗୁନୁ ଯାଦବ କହିଛନ୍ତି ଯେ, ତାଙ୍କ ଗାଁ ଦେଇ ଯାଇଥିବା ଗଙ୍ଗା ନଦୀରେ ମୃତଦେହ ଗୁଡ଼ିକ ଭାସିବା ପରଠାରୁ ସେ ତାଙ୍କ ପରିବାରର ସୁରକ୍ଷା ନେଇ ଚିନ୍ତିତ ଅଛନ୍ତି । ଯାଦବ ଇଟିଭି ଭାରତକୁ ଆହୁରି ବି କହିଛନ୍ତି ଯେ, ଗାଁର ଅଧିକାଂଶ ଲୋକେ ସଂକ୍ରମିତ ହୋଇଛନ୍ତି । ଏବେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗର କୌଣସି ଦଳ ଗାଁରେ ପାଦ ପକାଇନାହାଁନ୍ତି । ଚାରିରୁ ପାଞ୍ଚ ଦିନ ଭିତରେ ଏ ଅଞ୍ଚଳରେ 10ରୁ 12 ଜଣଙ୍କର ମୃତ୍ୟୁ ଘଟିଲାଣି ।

ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଉମେଶ କୁମାର କହିଛନ୍ତି ୟେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ମତେ ଏହି ଅଭିଯାନ କରାଯାଇଥିଲା । ସେ କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ଭ୍ରାମ୍ୟମାଣ ଦଳ ଜରିଆରେ ଅଞ୍ଚଳରେ ସର୍ଭେ କରିଥିଲା । ଏହିସବୁ ଦଳ ଗାଁଗଣ୍ଡାରେ ଆଣ୍ଟିଜେନ୍ ଟେଷ୍ଟ କରିଥିଲା ।

ବସ୍ତି ଜିଲ୍ଲାର ଦୁବୋଲିଆ ବ୍ଲକର ବସ୍ତର ଏବଂ ପେଠିଆ ଲାସକରୀ ଗାଁ ଗୁଡ଼ିକ ସମ୍ପର୍କରେ ବିଶ୍ବ ସ୍ବାସ୍ଥ ସଂଗଠନ ରିପୋର୍ଟରେ କିଛି ଦର୍ଶାଯାଇନାହିଁ । ପେଠିଆ ଲାସକରୀ ଗାଁର ଅଧିବାସୀ ରାଘବ ରାମ କହିଛନ୍ତି ଯେ, କୌଣସି ମେଡିକାଲ ଟିମ୍ ତାଙ୍କ ଗାଁକୁ ଆସିଥିବା ସେ ଜାଣି ନାହାଁନ୍ତି । ଅବଶ୍ୟ ଜଣ ଗ୍ରାମବାସୀ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଜଣେ ଅସୁସ୍ଥ ମହିଳାଙ୍କୁ ସହାୟତା କରିଥିବା ସେ ଜାଣନ୍ତି । ସ୍ବାସ୍ଥ୍ୟ ବିଭାଗରୁ ଏକ ଟିମ୍ ଗାଁକୁ ଆସିଥିଲେ । ଜଣେ ମହିଳାଙ୍କ ଗୁରୁତର ଥିବା ଜଣାପଡ଼ିଥିଲା । ତାଙ୍କୁ ଆମ୍ବୁଲାନସରେ ହସ୍ପିଟାଲ ନିଆଯାଇଥିଲା ବୋଲି ପେଠିଆ ଗାଁର ଜଣେ ଅଧିବାସୀ ରାମ ଜିଆୱନ କହିଛନ୍ତି ।

ଇଟିଭି ଭାରତ ପେଠିଆ ଗାଁରେ ହୋଇଥିବା ଅଭିଯାନ ସମ୍ପର୍କରେ ଜିଲ୍ଲା ଦାୟିତ୍ବରେ ଥିବା ହୁ’ ଅଧିକାରୀଙ୍କୁ ପଚାରାଯିବାରୁ, ସେ ଅଭିଯାନ ସମ୍ପର୍କରେ କିଛି କହି ପାରିବେ ନାହିଁ ବୋଲି କହିଥିଲେ ।

ବସ୍ତି ଜିଲ୍ଲା ଦାୟିତ୍ବରେ ଥିବା ଅଧିକାରୀ ସେନେହାଲ ପରମାର କହିଛନ୍ତି," ହୁ’ ଦ୍ବାରା ଚାଲିଥିବା ଅଭିଯାନ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ସେମାନଙ୍କୁ ଅନୁମତି ଦିଆଯାଇନାହିଁ । ରାଜ୍ୟ ଏବଂ ଜାତୀୟ ସ୍ତରରେ ହିଁ କେହି କିଛି କହିପାରିବେ । ଟେଷ୍ଟିଂ ପାଇଁ କିଏ ଭ୍ୟାନ୍ ଚଳାଉଛି ସେ ଖବର ସେ ଜାଣିନାହାଁନ୍ତି" । ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଅନୁପ କୁମାର ଶ୍ରୀବାସ୍ତବ ଇଟିଭି ଭାରତକୁ କହିଛନ୍ତି ୟେ, ଗାଁଗୁଡିକୁ ସାନିଟାଇଜ୍ କରାଯାଇଛି ଏବଂ ଭ୍ରାମ୍ୟମାଣ ୟୁନିଟ୍ ଦ୍ବାରା କୋଭିଡ ଟେଷ୍ଟିଂ ମଧ୍ୟ କରାଯାଇଛି । "ଯେଉଁଠି କୋରୋନା ମାମଲା ଚିହ୍ନଟ ହୋଇଛି, ସେଠାରେ ଲୋକଙ୍କୁ ସଚେତନ କରାଯାଇଛି ଏବଂ କଣ୍ଟେନମେଣ୍ଟ ଜୋନ୍ କରାଯାଇ ରୋଗୀଙ୍କୁ ଚିକିତ୍ସା କରାଯାଇଛି," ବୋଲି ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ।

କିନ୍ତୁ ଏପଟେ "ଆମେ ନିଜେ ଆମର ଚିକିତ୍ସା କରୁଛୁ,” ବୋଲି କହିଛନ୍ତି ଶାହାରନପୁରର ବାସିନ୍ଦା ସୁରେଶ ସାଇନି ।

ବାଣିଖେଦା ଗାଁର ଅଧିବାସୀ ସତୀଶ କୁମାର କହିଛନ୍ତି,"ସ୍ବାସ୍ଥ୍ୟ ବିଭାଗ ଏବଂ ହୁ’ ଟିମ୍ କେହି ବି ଏଠାକୁ ଆସିନାହାଁନ୍ତି । କୌଣସି ପ୍ରକାର ସାନିଟାଇଜେସନ କିଛି ହୋଇନାହିଁ । ଗାଁଗୁଡ଼ିକ ସଫା ସୁତରା କରାଯାଇନାହିଁ । ଆମେ କେବଳ ଭଗବାନଙ୍କ ଭରସାରେ ରହିଛୁ"।

"ମୋ ଗାଁ ଶାହାରନପୁର ସଦର ମହକୁମା ନିକଟରେ ଅବସ୍ଥିତ । ଗାଁର ଲୋକଙ୍କୁ ଜ୍ବର ଏବଂ ସାଧାରଣ ଥଣ୍ଡା ହୋଇଥିବା ଖବର ମିଳୁଛି । ହୁ’ କିମ୍ବା ସ୍ବାସ୍ଥ୍ୟ ବିଭାଗ ଦ୍ବାରା କୌଣସି ଔଷଧ ଯୋଗାଇ ଦିଆଯାଇନାହିଁ” ବୋଲି କହିଛନ୍ତି ଶାହାରନପୁର ଜିଲ୍ଲା ଅନ୍ତର୍ଗତ ବାଣିଖେଦା ଗାଁର ୟଶପାଲ ସିଂ ।

ଇଟିଭି ଭାରତ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତରରେ ‘ହୁ’ ନିକଟରୁ ଆସିଥିବା ଏକ ଇମେଲରେ କୁହାଯାଇଛି, ସାରା ଦେଶରେ ସ୍ବାସ୍ଥ୍ୟ ସେବା ଉପରେ ନଜର ରଖିବା ଏବଂ ଏହାକୁ ଯାଞ୍ଚ କରିବା ହେଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ ଦାୟିତ୍ବ । ଆଜିକୁ ଅନେକ ବର୍ଷ ହେଲା ସଂଗଠନ ଉତ୍ତର ପ୍ରଦେଶରେ ମେଡିକାଲ ଅଫିସର ଏବଂ କ୍ଷେତ୍ର ଅଧିକାରୀଙ୍କୁ ନେଇ ଏକ ବଡ଼ ଟିମ୍ ସହାୟତାରେ କାମ କରି ଆସୁଛି ।

ପୋଲିଓ ନିରାକରଣ ଅଭିଯାନକୁ ସଫଳ କରିବାରେ ଏହି ଟିମର ସହଯୋଗ ପ୍ରମାଣିତ ହୋଇଥିବା କଥା ମଧ୍ୟ ‘ହୁ’ ଦେଇଥିବା ଉତ୍ତରରେ ଦର୍ଶାଯାଇଛି । ଟୀକାଦାନରୁ କାଳେ କୌଣସି ଶିଶୁ ବଞ୍ଚିତ ହୋଇଥିବେ, ତାହା ଚିହ୍ନଟ କରିବା ହେଉଛି ଘରକୁ ଘର ବୁଲି ଯାଞ୍ଚ କରିବାର ମୂଳ ଉଦ୍ଦେଶ୍ୟ ବୋଲି ହୁ କହିଛି । ଏପରି ପଦକ୍ଷେପ ଦ୍ବାରା ସମସ୍ତଙ୍କୁ ଟୀକାଦାନରେ ସାମିଲ କରାଯାଇ ପାରିବ ବୋଲି ମଧ୍ୟ ଦର୍ଶାଯାଇଛି । ଏହା ଏକ ନିୟମିତ କାମ ଏବଂ ଏବେ ମହାମାରୀ ସମୟରେ ଏହାକୁ ସକ୍ରିୟ କରାଯାଇଛି ବୋଲି ‘ହୁ’ର ମୁଖପାତ୍ର କହିଛନ୍ତି । ଉତ୍ତର ପ୍ରଦେଶରେ ଗତବର୍ଷ ଦୁଇଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏବେ ଏହାର ପୁନରାବୃତ୍ତି କରାଯାଉଛି ।

Last Updated : May 18, 2021, 12:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.