ETV Bharat / bharat

India Corona, ଦିନକରେ 13 ହଜାରରୁ ଅଧିକ ସଂକ୍ରମିତ

ଦେଶରେ ବଢୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 13,272 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona, ଦିନକରେ 13 ହଜାରରୁ ଅଧିକ ସଂକ୍ରମିତ
India Corona, ଦିନକରେ 13 ହଜାରରୁ ଅଧିକ ସଂକ୍ରମିତ
author img

By

Published : Aug 20, 2022, 10:00 AM IST

ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ସଂକ୍ରମଣ । ପ୍ରତିଦିନ ସଂକ୍ରମଣ ମାମଲା 10 ହଜାର ଉପରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 13,272 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 13,272 fresh Covid Cases) । ସେହିପରି ଦିନକରେ 13,900 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,36,99,435 କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,01,166ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 4.21% ରହିଛି । ଏବେ ସୁଦ୍ଧା ସମୁଦାୟ 5,27,289 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ 209 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 13,15,536 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.