ETV Bharat / bharat

ଏୟାର ଇଣ୍ଡିଆ ପାଇଲଟଙ୍କ ଧମକ, ଟିକା ନଦେଲେ ଉଡ଼ାଣ ବନ୍ଦ - ଏୟାର ଇଣ୍ଡିଆ

ଦେଶରେ ଦିନକୁ ଦିନ କୋରୋନା ମାମଲାରେ ବୃଦ୍ଧିକୁ ଦେଖି ଏୟାର ଇଣ୍ଡିଆର ପାଇଲଟମାନେ ମଧ୍ୟ ଡ଼ରି ଯାଇଛନ୍ତି । ଯଦି 'ପାନ ଇଣ୍ଡିଆ' ଆଧାରରେ ଯଦି ଫ୍ଲାଇଂ କ୍ରୁକୁ ଟିକା ଦିଆନଯାଏ ତେବେ ସେମାନେ ଉଡ଼ାଣ ବନ୍ଦ କରିଦେବେ ବୋଲି ଏୟାର ଇଣ୍ଡିଆ ପାଇଲଟ ୟୁନିଅନ- ଆଇସିପିଏ ଧମକ ଦେଇଛି । ଅଧିକ ପଢନ୍ତୁ...

ଏୟାର ଇଣ୍ଡିଆ ପାଇଲଟଙ୍କ ଧମକ, ଟିକା ନଦେଲେ ଉଡ଼ାଣ ବନ୍ଦ

author img

By

Published : May 4, 2021, 4:58 PM IST

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହରୀରେ ଭୟଭୀତ ପୁରା ଦେଶବାସୀ । କାରଣ ଦେଶରେ ଦିନକୁ ଦିନ କୋରୋନା ମାମଲାରେ ଯେପରି ବୃଦ୍ଧି ଘଟୁଛି, ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିବାକୁ ଲାଗିଛି । ଏନେଇ ଏୟାର ଇଣ୍ଡିଆର ପାଇଲଟମାନେ ମଧ୍ୟ ଡ଼ରି ଯାଇଛନ୍ତି । ଯଦି 'ପାନ ଇଣ୍ଡିଆ' ଆଧାରରେ ଯଦି ଫ୍ଲାଇଂ କ୍ରୁକୁ ଟିକା ଦିଆନଯାଏ ତେବେ ସେମାନେ ଉଡ଼ାଣ ବନ୍ଦ କରିଦେବେ ବୋଲି ଏୟାର ଇଣ୍ଡିଆ ପାଇଲଟ ୟୁନିଅନ - ଆଇସିପିଏ ଧମକ ଦେଇଛି ।

ଏୟାର ଇଣ୍ଡିଆ ପାଇଲଟ ୟୁନିଅନ - ଆଇସିପିଏ, ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି କହିଛନ୍ତି ଯେ, ଫ୍ଲାଇଙ୍ଗ କ୍ରୁଙ୍କ ପାଇଁ କୌଣସି ପ୍ରକାର ସ୍ୱାସ୍ଥ୍ୟସେବା ସହାୟତା ନାହିଁ, ବୀମା ନାହିଁ ଏବଂ ଉପରେ ଅବସରବାଦୀ ବେତନରେ କାଟ। ତେଣୁ ଏଭଳି ସ୍ଥିତିରେ ବିନା ଟୀକାକରଣରେ ଆମେ ଆମ ପାଇଲଟଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ପାରିବୁ ନାହିଁ । ଯଦି କର୍ତ୍ତୃପକ୍ଷ ୧୮ ବର୍ଷରୁ ଅଧିକ ବୟସର କ୍ରୁ ମେମ୍ୱରଙ୍କ ପାଇଁ ପ୍ୟାନ୍‌ ଇଣ୍ଡିଆ ଟିକାକରଣ ଶିବିର କରିବା ପାଇଁ ବିଫଳ ହୁଏ ତ , ସେମାନେ ସମସ୍ତେ ସଞ୍ଚାଳନ ବନ୍ଦ କରି ପ୍ରତିବାଦ କରିବେ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ, କୋରୋନାର ଏହି ସଙ୍କଟ ସମୟରେ ପାଇଲଟମାନଙ୍କ ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ ଅକ୍ସିଜେନଠୁ ଆରମ୍ଭ କରି ଔଷଧ ଯାଏ, ସବୁର ଲଜିଷ୍ଟିକ୍‌ ସେମାନେ କରୁଛନ୍ତି । ୟୁନିୟନ ସୂଚନା ଅନୁଯାୟୀ, ଅନେକ କ୍ରୁ ସଦସ୍ୟଙ୍କୁ କୋଭିଡ ପଜିଟିଭ ବୋଲି ଚିହ୍ନଟ କରାଯାଇଛି ଏବଂ ସେମାନେ ଅମ୍ଳଜାନ ପାଇଁ ଏବେ ସଂଘର୍ଷ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.