ETV Bharat / bharat

ମହାମାରୀ ବିରୁଦ୍ଧରେ ମହାଅଭିଯାନ ଆରମ୍ଭ - ଟୀକାକରଣ

ମହାମାରୀ ବିରୁଦ୍ଧରେ ମହାଆଭିଯାନ ଆରମ୍ଭ
ମହାମାରୀ ବିରୁଦ୍ଧରେ ମହାଆଭିଯାନ ଆରମ୍ଭ
author img

By

Published : Jan 16, 2021, 10:50 AM IST

Updated : Jan 16, 2021, 8:02 PM IST

19:17 January 16

ନବରଙ୍ଗପୁରରେ ଆରମ୍ଭ ହେଲା କୋରୋନା ଟୀକାକରଣ

ନବରଙ୍ଗପୁରରେ ଆରମ୍ଭ ହେଲା କୋରୋନା ଟିକା

ନବରଙ୍ଗପୁର: ଆରମ୍ଭ ହେଲା କୋରୋନା ଟୀକାକରଣ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ନିର୍ବାଚନ ବୁଥ୍ ଢାଞ୍ଚାରେ ଏହି ଟୀକାକରଣ କରାଯାଉଛି । ସମ୍ଭାବ୍ୟ ପାର୍ଶ୍ଵ ପ୍ରତିକ୍ରିୟା ପାଇଁ ଟିକା ନେଉଥିବା ବ୍ୟକ୍ତିକୁ 30 ମିନିଟ୍ ପର୍ଯ୍ୟନ୍ତ ଡାକ୍ତରଙ୍କ ନିରୀକ୍ଷଣରେ ଏକ ସ୍ବତନ୍ତ୍ର କୋଠରୀରେ ରଖାଯାଉଛି । ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ସ୍ବତନ୍ତ୍ର ଭାବରେ ଗାଡିର ବ୍ୟବସ୍ଥା କରାଯାଇଛି ।  

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଟିକା ଅନୁସାରେ ୭ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ ଟିକା । ଜିଲ୍ଲାରେ ୯୩୪୫ ସ୍ବାସ୍ଥ୍ୟକର୍ମୀ ନିଜ ନାମ ପଞ୍ଜିକୃତ କରିଛନ୍ତି । ଟୀକାକରଣ ପାଇଁ ଜିଲ୍ଲାର ୪ଟି କେନ୍ଦ୍ରରେ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉମରକୋଟ ଉପଖଣ୍ଡିୟ ମେଡିକାଲରେ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା ।  

ଟୀକାକରଣ ପୂର୍ବଦିନ ନନ୍ଦାହାଣ୍ଡି, ପାପଡାହାଣ୍ଡି ଓ ଉମରକୋଟ କେନ୍ଦ୍ରକୁ ଟିକା ଗୁଡିକୁ ପଠା ଯାଇଥିଲା । ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନନ୍ଦାହାଣ୍ଡି, ପାପଡାହାଣ୍ଡି ଗୋଷ୍ଠୀ କେନ୍ଦ୍ର ଓ ଉମରକୋଟ ଉପଖଣ୍ଡ ମେଡିକାଲରେ ପ୍ରଥମ ଦିବସରେ ୧୦୦ ଜଣ ଲେଖାଏଁ ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଥିଲା । ରେଜିଷ୍ଟ୍ରେସନ କରିଥିବା ସମସ୍ତଙ୍କୁ ଫୋନ କିମ୍ବା ମେସେଜ ମାଧ୍ୟମରେ ସୂଚନା ଦିଆଯାଇଥିଲା ।  

ପ୍ରଥମେ ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା, ଏଏନଏମମାନଙ୍କୁ ଟୀକାକରଣ କରାଯିବ ଏବଂ ଶେଷରେ ମେଡିକାଲ ଅଫିସରଙ୍କୁ ପ୍ରଦାନ କରାଯିବ ବ୍ୟବସ୍ଥା ରହିଛି । ଟୀକାକରଣ ସମୟରେ ଟୀକାକରଣ କେନ୍ଦ୍ର ମଧ୍ୟକୁ କେବଳ ଟୀକା ନେଉଥିବା ବ୍ୟକ୍ତିକୁ ହିଁ ଯିବାକୁ ଅନୁମତି ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ 

17:55 January 16

ସୁନ୍ଦରଗଡରେ ଆରମ୍ଭ ହେଲା ଟୀକାକରଣ

ସୁନ୍ଦରଗଡରେ ଆରମ୍ଭ ହେଲା ଟୀକାକରଣ

ସୁନ୍ଦରଗଡ : ଦେଶରେ ଆଜି ପ୍ରଥମ ପର୍ଯ୍ୟାୟ କୋଭିଡ-19 ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ପରିଚିତ ଥିବା ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀ ମାନଙ୍କୁ ଏହି ଟୀକା ଦିଆଯିବ । 8 ଟି କେନ୍ଦ୍ରରେ 800 ଜଣ ଫ୍ରଣ୍ଟଲାଇନ୍ ହେଲଥ୍ ୱାର୍କର୍ସ, ଡାକ୍ତର, ସଫେଇ କର୍ମଚାରୀଙ୍କୁ ଏହି ଟିକା ଦେବାନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି । ଏ ନେଇ ପୋଲିସ ସୁରକ୍ଷାରେ ସମସ୍ତ 8ଟି ଟୀକାକରଣ କେନ୍ଦ୍ରକୁ କୋଭିଡ– 19 ଟିକା ପହଞ୍ଚିଛି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବା ପରେ ଦେଶରେ ଟୀକାକରଣ କାର୍ଯ୍ୟ ଜାରି ରହିଛି । ସୁନ୍ଦରଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ  ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିବ । ଆଜି(ଶନିବାର) ଠାରୁ ସପ୍ତାହ ବ୍ୟାପି ପ୍ରଥମ ପର୍ଯ୍ୟାୟ ଟୀକାକରଣ ହେବ । ସୁନ୍ଦରଗଡ ଜିଲ୍ଲାରେ ଏ ନେଇ ପ୍ରାୟ 17 ହଜାର ଆଗ ଧାଡିର କୋରୋନା ଯୋଦ୍ଧାଙ୍କୁ ଟ୍ୟାଗିଙ୍ଗ୍ କରାଯାଇଥିବା କଥା ସୁନ୍ଦରଗଡ ଜିଲ୍ଲାପାଳ କହିଛନ୍ତି । ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନା, ସୁନ୍ଦରଗଡ ଏମ୍.ସି.ଏଚ୍ ବିଲଡିଂ, ମଙ୍ଗସପୁର ଗୋଷ୍ଠି ସ୍ୟାସ୍ଥ୍ୟ କେନ୍ଦ୍ର, ବଣାଇ ସ୍ୟାସ୍ଥ୍ୟ କେନ୍ଦ୍ର, ରାଜଗାଙ୍ଗପୁର ସ୍ବାସ୍ଥ୍ୟକେନ୍ଦ୍ର, ରାଉରକେଲା ସରକାରୀ ଡାକ୍ତରଖାନା, କୋଏଲ ନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜେ.ପି.ପି ( JPP ) ହସ୍ପିଟାଲରେ ଏହି ଟୀକାକରଣ ହେଉଥିବା କଥା ଜିଲ୍ଲାପାଳ କହିଛନ୍ତି ।

ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ କହିଛନ୍ତି । ତେବେ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଶନିବାର 100 ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିବା କଥା ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି । ରୁଟିନ୍ ୱାର୍କରେ ଯେପରି ବ୍ୟାଘତ ନ ଘଟେ ସେ ନେଇ ସେ ଟୀକାକରଣ ପାଇଁ ଆଗ ଧାଡିରେ ଥିବା କୋରୋନା ଯୋଦ୍ଧାଙ୍କର ବିଭାଗୀକରଣ କରାଯାଇ ସେମାନଙ୍କୁ ଟୀକାକରଣ କରାଯାଉଥିବା ସେ କହିଛନ୍ତି ।  

କୋରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ ଆତଙ୍କିତ କରି ରଖିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଭାରତ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ଅପରପକ୍ଷେ କେତେ ଜଣ ଆଗ ଧାଡିର କୋରୋନା ଯୋଦ୍ଧା ଟିକାକୁ ଅପେକ୍ଷା କରି ରହିଥିଲେ ବୋଲି କହିବା ସହ ସାହାସର ସହିତ ଏହାକୁ ଗ୍ରହଣ କରିଛନ୍ତି ଓ ସବୁ ସ୍ବଭାବିକ ଥିବା କଥା କହିଛନ୍ତି । ଏହି ଟିକା ଗ୍ରହଣ କରି ନିଜେ ସୁସ୍ଥ ରହିବା ସହ ନିଜ ପରିବାର ଓ ସମାଜକୁ ସୁସ୍ଥ ରଖିବାପାଇଁ ଏମାନେ ଜନ ସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।  

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ 

17:55 January 16

ଯାଜପୁରରେ ଟୀକାକରଣ

ଯାଜପୁରରେ ଟୀକାକରଣ

ଯାଜପୁର: କୋରୋନା ଟିକାକୁ ଦେଶର ସମସ୍ତ ଜିଲ୍ଲାର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କୋରୋନା ଟିକା ଦିଆଯାଇଛି । ପୂର୍ବାହ୍ନ ୧୦ଟା୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବା ପରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ ) ଅକ୍ଷୟ କୁମାର ମଲ୍ଲିକଙ୍କ ଦ୍ବାରା ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ ହେଇଥିଲା ।  

ମେଡିକାଲ କାର୍ଯ୍ୟାଳୟର ପ୍ରସ୍ତୁତ ଅନୁଯାୟୀ ପ୍ରଥମେ ମେଡ଼ିକାଲର କର୍ମଚାରୀ ହୃଷିକେଷ ଗୋଛାୟତଙ୍କୁ ଟିକା ପ୍ରଦାନ କରାଯାଇଥିଲା । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ସୁଧାଂଶୁ ଶେଖର ବଳ, ଅତିରିକ୍ତ ଚିକିତ୍ସାଧିକାରୀ ଅନୁପ କୁମାରନାଥ ଶର୍ମା ଓ ପରେ ସମସ୍ତ ଡାକ୍ତର ଓ ନର୍ସଙ୍କୁ ଟିକା ପ୍ରଦାନ କରାଯାଇଥିଲା । ସମସ୍ତଙ୍କୁ ସରକାରଙ୍କ ନିୟମାନୁଯାୟୀ ଟିକା ଦେବା ପରେ ଏକ ଘଣ୍ଟା ବିଶ୍ରାମ ଗୃହରେ ରଖାଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଜିଲାର ମୁଖ୍ୟ ଚିକିତ୍ସାଳୟ ଯାଜପୁର ସମେତ ବଡ଼ଚଣା ସି.ଏଚ.ସି, ଯାଜପୁରରୋଡ ସି.ଏଚ.ସି, ଦଶରଥପୁର ସି.ଏଚ.ସି, ମଧୁବନ ସି.ଏଚ.ସିରେ  କୋରୋନା ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିଲା ।  

ଏହି କେନ୍ଦ୍ର ମାନଙ୍କରେ ସମୁଦାୟ ୫୦୦ ଟିକା ସ୍ଵାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ବଳ । ଏହି ଟିକା କେନ୍ଦ୍ରକୁ ପରିଚାଳନା କରିବା ପାଇଁ ପ୍ରତିଟି କେନ୍ଦ୍ର ପାଇଁ ୨ ଜଣ ଲେଖାଏଁ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଯାଜପୁର ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ‍ ୧୧୮୬୦ ଟୀକାର ଆବଶ୍ୟକତା ଥିବା ବେଳେ ୭୬୫୦ ଟୀକା ଜିଲ୍ଲାକୁ ଆସିଛି । ଏହାପରେ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟକ କେନ୍ଦ୍ରକୁ ଟିକା ଆସିବ ।  

ଟିକାର ଶୁଭାରମ୍ଭକୁ ନେଇ ଲୋକଙ୍କ ମନରେ ଖୁସି ଭରିଯାଇଛି । ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ରଜତ କୁମାର ମିଶ୍ର, ଜିଲ୍ଲା ମେଡ଼ିକାଲ ଟିକା ତତ୍ତ୍ଵାବଧକ ଜେତ୍ସା ରାଣୀ ଦାସ, ମେଡ଼ିକାଲ ପରିଚାଳକ ସୁଶ୍ରି ସଂଗୀତା ନାୟକ, ଟିକା ଲଜିଷ୍ଟିକ ପରିଚାଳକ କଳ୍ପନା ଦାସ,  ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଶୁଭସଙ୍ଗୀତା ମଲ୍ଲିକ,  କମ୍ପ୍ୟୁଟର ପରିଚାଳକ ଓ ସମସ୍ତ ସ୍ଵାସ୍ଥ୍ୟକର୍ମୀ ଉପସ୍ଥିତ ରହି ସୁଚାରୁରୂପେ କୋଭିଡ କଟକଣାକୁ ଅଗ୍ରାଧିକାର ଦେଇଥିଲେ ।  ଯାଜପୁର ରୋଡ ମେଡିକାଲରେ ଆୟୋଜିତ ଟୀକାକରଣ ପକ୍ରିୟାକୁ ଉଦଘାଟନ କରିଥିଲେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ।

ଯାଜପୁର ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ 

17:24 January 16

ପ୍ରଥମ ପର୍ଯ୍ୟାୟରେ ଭଦ୍ରକରେ ପହଞ୍ଚିଲା 5 ହଜାରରୁ ଉର୍ଦ୍ଧ୍ବ ଟୀକା

ପ୍ରଥମ ପର୍ଯ୍ୟାୟରେ ଭଦ୍ରକରେ ପହଞ୍ଚିଲା 5 ହଜାରରୁ ଉର୍ଦ୍ଧ୍ବ ଟିକା

ଭଦ୍ରକ: ପ୍ରଥମ ପର୍ଯ୍ୟାୟ ଟୀକାକରଣ ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ସିଏଚ୍‌ସିରେ ଏହାର ଶୁଭାରମ୍ଭ ହୋଇଛି । ଜିଲ୍ଲାର ଅନ୍ୟ ଟୀକାକରଣ କେନ୍ଦ୍ର ଭାବେ ଭଦ୍ରକ ପୌରପାଳିକାର କୁଆଁସ ପିପିସି ଓ ବରପଦା ସିଏଚ୍‌ସି ଠାରେ ଟୀକାକରଣ କରାଯାଇଛି । ପ୍ରତି ଟୀକା କେନ୍ଦ୍ରରେ ପ୍ରତିଦିନ 100 ଜଣଙ୍କୁ ଟିକା ପ୍ରଦାନ କରାଯିବ । ଭଦ୍ରକ ଜିଲ୍ଲାପାଳ ଡ଼ଃ ଜ୍ଞାନ ଦାସ ଏହାକୁ ଶୁଭାରମ୍ଭ କରିଛନ୍ତି ।

ଜିଲ୍ଲାର ମୋଟ 8566 ଜଣ ଟୀକା ନେବାକୁ ନାମ ପଞ୍ଜିକରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ 4 ହଜାର 48 ଜଣ ଥିବା ବେଳେ ଅଙ୍ଗନୱାଡି ଏବଂ ଜିଲ୍ଲା ସମନ୍ବିତ ଶିଶୁ ବିକାଶ ବିଭାଗ ଅଧିନ କର୍ମଚାରୀ 4 ହଜାର 518 ଜଣ ଟିକା ନେବେ । ପଞ୍ଜିକୃତ ହିତାଧିକାରୀ ଭାବେ ଭଦ୍ରକ ପୌରପାଳିକାରୁ 1230 ଜଣ, ବରପଦା ସିଏଚ୍‌ସି ଅଧିନରେ 797 ଜଣ, ବାସୁଦେବପୁରରୁ 1319, ବନ୍ତରୁ 882, ଭଣ୍ଡାରିପୋଖରୀରୁ 975, ଚାନ୍ଦବାଲିରୁ 1230, ଧାମନଗରରୁ 1035, ତିହିଡିରୁ 1098 ଜଣ ଟିକା ଗ୍ରହଣ କରିବେ ।  

ତେବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ 5 ହଜାର 550 ଟୀକା ଆସିଥିବା ବେଳେ ବାକି 3 ହଜାର 16 ଟି ଟିକା (ସିଙ୍ଗ୍‌ଲ ଡୋଜ) ଆସିବାକୁ ବାକି ରହିଛି । ମୋଟ 48 ଟି ଟିମ୍‌ରେ 240 ଜଣ ଏହି ଟିକା ଦାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।  ଜିଲ୍ଲାର ମୋଟ 36 ଟି କେନ୍ଦ୍ରରେ ଟିକା ସବୁକୁ ରଖା ଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ 

17:20 January 16

ନୟାଗଡରେ ଆରମ୍ଭ ହେଲା କୋଭିଡ଼ ଟୀକାକରଣ

ନୟାଗଡରେ ଆରମ୍ଭ ହେଲା କୋଭିଡ଼ ଟୀକାକରଣ

ନୟାଗଡ଼: ଆରମ୍ଭ ହେଲା କୋଭିଡ଼ ଟୀକାକରଣ । ପ୍ରଥମ ଟିକା ନେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଗୌରାଙ୍ଗ ଘଡେଇ । ଜିଲ୍ଲାର ମୁଖ୍ୟଚିକିତ୍ସାଳୟ ସମେତ ୪ଟି ସ୍ଥାନରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ଟୀକାକରଣର ବ୍ୟବସ୍ଥା କରାଯାଇଛି ।  

ଜାନୁଆରୀ ୧୬ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ୫୨୦୬ ସ୍ବାସ୍ଥ୍ୟ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ପ୍ରଥମେ ଦିଆଯିବ ଟିକା । ପ୍ରାଥମିକ ପର୍ଯ୍ୟାୟରେ ୪ ହଜାର ଟିକା ଜିଲ୍ଲାରେ ପହଞ୍ଚିଛି ।  

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

17:20 January 16

ବଲାଙ୍ଗୀରରେ ଟୀକାକରଣ ଆରମ୍ଭ

ବଲାଙ୍ଗୀରରେ ଟୀକାକରଣ ଆରମ୍ଭ

ବଲାଙ୍ଗୀର: ଜିଲ୍ଲାରେ ଆଜି କୋରୋନା ପାଇଁ ଟୀକାକରଣ ଆରମ୍ଭ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାର ତିନୋଟି ସ୍ଥାନରେ ଏହି ଟିକା ଦିଆଯାଇଛି । ଏଥିରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା, ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଓ ବଲାଙ୍ଗୀର କନ୍ଦପାଲି ସହରାଞ୍ଚଳ ଡ଼ାକ୍ତରଖାନାରେ ଏହି ଟିକା ଦିଆଯାଉଛି । ଆଜି(ଶନିବାର) ବଲାଙ୍ଗୀର ଜିଲ୍ଲାପାଳ ଭୀମଭୋଇ ମେଡିକାଲ୍ କଲେଜରେ ଏହାର ଶୁଭାରମ୍ଭରେ ସାମିଲ ହୋଇଥିଲେ । 

ତେବେ ପ୍ରଥମ ବ୍ୟକ୍ତି ଭାବରେ ଡ଼ାକ୍ତର ଗିରିଜା ଶଙ୍କର ଉଦଗାତା ଏହି ଟିକା ନେଇଥିଲେ ।  ଟିକା ନେବା ପୂର୍ବରୁ  ଡର ଲାଗୁଥିଲେ ମଧ୍ୟ ଟିକା ନେବାପରେ ସବୁ ଦୂର ହୋଇ ଯାଇଥିବାର ଡ଼ାକ୍ତର କହିଛନ୍ତି । ସେହିପରି ଗୁଜବକୁ ବିଶ୍ବାସ ନ କରି ସମସ୍ତଙ୍କୁ ଏହି ଟିକା ନେବା ପାଇଁ ସେ ନିବେଦନ କରିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାରେ 11 ହଜାରରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀ ଏହି ଟୀକା ନେବାର ଥିବା ବେଳେ ଆଜି 300 ଜଣ ଏହି ଟିକା ନେବେ । 

ବଲାଙ୍ଗୀରରୁ ଶେଖ ମହମ୍ମଦ  ୱାହିଦ, ଇଟିଭି ଭାରତ 

16:22 January 16

ଭଞ୍ଜନଗର ଉପଜିଲ୍ଲାପାଳ ଟୀକାକରଣର କଲେ ଉଦଘାଟନ

ଭଞ୍ଜନଗର ଉପଜିଲ୍ଲାପାଳ ଟୀକାକରଣର କଲେ ଉଦଘାଟନ

ଭଞ୍ଜନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ଟୀକାକରଣ ଦେଶବ୍ୟାପୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି | ଦେଶବ୍ୟାପୀ ଉଦଘାଟନ ପରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଫିତାକାଟି ଶୁଭାରମ୍ଭ କରିଛନ୍ତି । ପ୍ରଥମେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି କୋଭିଡ୍ ଟିକା ନେବା ପରେ ଡାକ୍ତରଖାନାର ଅନ୍ୟ ସ୍ବାସ୍ଥକର୍ମୀ କୋଭିଡ୍ ଟିକା ନେଇଛନ୍ତି ।  

ସୂଚନାଯୋଗ୍ୟ, କୋଭିଡ୍ ଟିକା ନିମନ୍ତେ 120 ଜଣ ସ୍ବାସ୍ଥ୍ୟକର୍ମୀ ପଞ୍ଜିକରଣ କରିଛନ୍ତି । ସର୍ବମୋଟ 207 ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପର୍ଯ୍ୟାୟ ଟୀକାକରଣ ନିମନ୍ତେ ପଞ୍ଜିକୃତ କରିଛନ୍ତି । କୋଭିଡ ଟୀକା ନିମନ୍ତେ ଡାକ୍ତରଖାନା ତରଫରୁ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା  ଆସିକା ଉପଖଣ୍ଡ ଡାକ୍ତରଖାନାରେ ପ୍ରଥମ ପର୍ଯ୍ୟାୟ କୋରୋନା ଟିକା ପ୍ରଦାନ କରାଯାଇଛି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଆସିକାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ପ୍ରଥମେ ଆସିକା ଉପଖଣ୍ଡ ମେଡିକାଲର ମୁଖ୍ୟ ଡାକ୍ତରଙ୍କୁ କୋରୋନା ଟିକା ପ୍ରଦାନ କରାଯାଇଛି ।  

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ  

16:19 January 16

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୩୬୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା

୩୬୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା

ମାଲକାନାଗିରି: ବହୁ ଦିନର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲାରେ ଆଜି(ଶନିବାର) ଠାରୁ ଆରମ୍ଭ ହୋଇଛି କୋରୋନା ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୩୬୦୦ ଜଣ ସ୍ବାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର୍ସଙ୍କୁ ଏହି ଟୀକା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦିନରେ ଜିଲ୍ଲା ସଦର ଚିକିତ୍ସାଳୟ ସହ କୋରୁକୋଣ୍ଡା ଓ ମାଥିଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ୩୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି ।  

ପ୍ରତ୍ୟେକ ସ୍ତାନରେ ୧୦୦ ଲେଖାଏଁ ଟିକା ନେଇ ପାରିବେ । ଏଥିପାଇଁ ପୂର୍ବରୁ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଡାକ୍ତର ପ୍ରଥମେ ଏହି କୋଭିଡ଼ ଟିକା ନେଇଛନ୍ତି । ଡାକ୍ତର ଟିକା ନେବା ପରେ କହିଛନ୍ତି ଯେ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ ତେଣୁ ଅନ୍ୟମାନଙ୍କୁ ମଧ୍ୟ ଏହି ଟିକା ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଟିକା ନେବା ପରେ ସେହି ଟୀକା ନେଇଥିବା ସ୍ଥାନ ନାଲି ପଡିପାରେ କିମ୍ବା ଜର ଆସିପାରେ ମାତ୍ର ଏଥିପାଇଁ ଡରିବାର ଆବଶ୍ୟକ ନାହିଁ ବୋଲି ଡାକ୍ତର କହିଛନ୍ତି ।  

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

15:59 January 16

୧୧ ଗୋଟି କେନ୍ଦ୍ରରେ ଜାରି ରହିଛି କୋଭିଡ ଟୀକାକରଣ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲାର ପ୍ରାୟ ୧୧ ଗୋଟି କେନ୍ଦ୍ରରେ ଜାରି ରହିଛି କୋଭିଡ ଟୀକାକରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନ ପରେ ସହରର ନଗର ଚିକିତ୍ସାଳୟ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ଟୀକାକରଣ ।  

ଦେଶରେ କୋଭିଡ୍-୧୯ ଟୀକାକରଣକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହାପରେ ନଗର ଚିକିତ୍ସାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଥିଲା । ବ୍ରହ୍ମପୁରର ବରିଷ୍ଠ ଚିକିତ୍ସକ ଡ଼ଃ ସୁନିଲ କୋଟା ପ୍ରଥମେ ଟିକା ନେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବହୁ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଟିକା ଗ୍ରହଣ କରିଥିଲେ ।

ଟୀକାକରଣ ପରେ ଟିକା ନେଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ କିଭଳି ରହିଥିଲା ଅନୁଭବ ପଚାରି ବୁଝିଛନ୍ତି ଆମ ସମ୍ବାଦଦାତା  । ଏହାସହ ବରିଷ୍ଠ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଷ୍ଟାଫ ନର୍ସ ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଅନୁଭୂତି ନେଇ ମଧ୍ୟ ଆଲୋଚନା କରାଯାଇଛି ।  

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ 

15:59 January 16

ପ୍ରଥମ ଟିକା ନେଲେ ସୋଆ କୁଳପତି ଡ଼ଃ ଅଶୋକ ମହାପାତ୍ର

ଭୁବନେଶ୍ବର: ସାରା ଦେଶରେ ଆଜି(ଶନିବାର) କୋରୋନା ଟୀକାକରଣ ଆରମ୍ଭ ହୋଇଛି । ତେବେ ଓଡିଶାରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ସକାଳ ୧୧ ଟା ୫ ସମୟରେ ପ୍ରଥମ ଟୀକାକରଣ କରାଯାଇଥିଲା । ତେବେ ସମରେ ପ୍ରଥମ ଟିକା ସୋଆ କୁଳପତି ଡ଼ଃ ଅଶୋକ ମହାପାତ୍ର ନେଇଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ୬ଟି ଟୀକାକରଣ କେନ୍ଦ୍ରରେ କୋଭିଡ-୧୯ ଟିକା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ସମ୍‌ ହସ୍ପିଟାଲରେ ପ୍ରଥମେ ଟିକା ନେଇଛନ୍ତି ସୋଆ କୁଳପତି ଅଶୋକ ମହାପାତ୍ର । ଟିକା ନେବା ପରେ ତାଙ୍କୁ ୩୦ ମିନିଟ୍‌ ଅବଜରଭେସନ୍‌ରେ ରଖାଯାଇଛି । ଟୀକାକରଣ ପାଇଁ ସମ୍‌ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କ ସ୍ବଇଚ୍ଛାରେ କୋଭିଡ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି ।  

ସୂଚନାନୁଯାୟୀ, ଦେଶରେ ଶନିବାରଠାରୁ ଟୀକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୀକାକରଣ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି । ସେ ଏହାକୁ ବିଶ୍ଵର ବୃହତ୍ତମ ଟୀକାକରଣ ବୋଲି କହିଛନ୍ତି । ବୟସ୍କ ଓ ଗୁରୁତର ରୋଗୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ । ପ୍ରକାଶଥାଉକି, ଗର୍ଭବତୀ, ଶିଶୁ ଓ ଆଗରୁ କୌଣସି ଟୀକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୋଦି ।  

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ 

15:58 January 16

ମୟୂରଭଞ୍ଜ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ ପ୍ରକ୍ରିୟା

ମୟୂରଭଞ୍ଜ ମୁଖ୍ୟ ଚିକିତ୍ସାଲୟରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ ପ୍ରକ୍ରିୟା

ବାରିପଦା: ଦୀର୍ଘ  ବର୍ଷକର ଆସିଛି କୋଭିଡ ଟିକା । ଏନେଇ ସାହା ଭାରତବର୍ଷରେ ଉତ୍ସାହର ବାତାବରଣ ।  ଆଜି(ଶନିବାର) ଠାରୁ କୋରୋନା ମହାବିପତ୍ତିରୁ ନିସ୍ତାର ପାଇବା ପାଇଁ ସଂଜୀବନି ସ୍ଵରୂପ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟରେ କୋଭିଡ ଟୀକାକରଣ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ମହକୁମା ପିଆରଏମ୍ ମେଡିକାଲ ଓ ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ ପ୍ରକ୍ରିୟା ।  

ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହ ଦେବେନ୍ଦ୍ରପୁର, ରଙ୍ଗାମାଟିଆ, କପ୍ତିପଦା, ଜସିପୁର, ରାଇରଙ୍ଗପୁର, କରଞ୍ଜିଆ ଓ ବିଜାତଳା ଆଦି ୧୦ ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଗତ ବୁଧବାର ୧୧,୯୦୦ କୋରୋନା ଟୀକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିସାରିଛି । ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ଦେବା ସହ ମୋଟ ଏକ ହଜାର ଟିକା ଦେବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ସୁରକ୍ଷା ଦୃଷ୍ଟିରୁ ଟୀକାକରଣ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ 

15:33 January 16

ବୌଦ୍ଧରେ 300 ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ

ବୌଦ୍ଧରେ 300 ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ

ବୌଦ୍ଧ: ଶୁଭାରମ୍ଭ ହେଲା କୋରୋନା ପ୍ରତିଷେଧକ ଟୀକା । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବାଉଁଶୁଣୀ ଓ ବୌଦ୍ଧରେ 300 ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା କୋରୋନା ପ୍ରତିଷେଧକ ଟୀକା ।  ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ଏହି କୋରୋନା ପ୍ରତିଷେଧକ ଟୀକା । ବୌଦ୍ଧଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ଟୀକାକରଣର ଶୁଭାରମ୍ଭ କରିଛନ୍ତି ।  

ପ୍ରଥମ ଟୀକା ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାରେ ଆଜି(ଶନିବାର) ତିନୋଟି ଟୀକାକରଣ କେନ୍ଦ୍ରରେ 300 ଜଣ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଏହି ଟୀକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର 3175 ଜଣ କର୍ମଚାରୀଙ୍କ ପଞ୍ଜିକରଣ କରାଯାଇଥିବା ବେଳେ ଜିଲ୍ଲାକୁ ସମୁଦାୟ 1950 ଗୋଟି ଟୀକା ପହଞ୍ଚି ସାରିଛି । 

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

15:32 January 16

ଅନୁଗୋଳରେ ଆରମ୍ଭ ଟୀକାକରଣ କାର୍ଯ୍ୟକ୍ରମ

ଅନୁଗୋଳରେ ଆରମ୍ଭ ଟୀକାକରଣ କାର୍ଯ୍ୟକ୍ରମ

ଅନୁଗୋଳ: ଜିଲ୍ଲାରେ ଆଜି (ଶନିବାର) ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଛି କୋରୋନା ଟୀକାକରଣ କାର୍ଯ୍ୟକ୍ରମ । ଏଥିପାଇଁ ଜିଲା ମୁଖ୍ୟଚିକିତ୍ସାଳୟରେ ଏବଂ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ଅର୍ଥାତ ଦୁଇଟି କୋଭିଡ-୧୯ ଟୀକାକରଣ କେନ୍ଦ୍ର ଖୋଲା ଯାଇଛି ।  ଜିଲା ମୁଖ୍ୟ ଚିକିତ୍ସାଳୟର ଟୀକାକେନ୍ଦ୍ରକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶୁଭାରମ୍ଭ କରିଛନ୍ତି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶେଷ ହେବା ପରେ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଯାକ ଟୀକାକେନ୍ଦ୍ରରେ ୧୦୦ ଜଣ ଲେଖାଏଁ କର୍ମଚାରୀଙ୍କୁ ଟୀକାକରଣ କରାଯାଉଛି । ପ୍ରଥମେ ଆଗଧାଡ଼ିର କର୍ମଚାରୀ, ଯେପରିକି ସଫେଇ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯାଉଛି । ଆଜିଠାରୁ ଏହି ପ୍ରକ୍ରିୟା ଚାଲୁ ରହିବ । ଟୀକାକରଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ନିୟମାନୁସାରେ, ଟୀକା ନେବା ପାଇଁ ପୂର୍ବରୁ ତାଲିକା କରା ଯାଇଥିବା କର୍ମଚାରୀଙ୍କୁ ଜଣକ ପରେ ଜଣେ କରି ଡକା ଯାଉଛି । ସେମାନଙ୍କ ପାଇଁ ପ୍ରତୀକ୍ଷାଳୟ କରାଯାଇଛି ।  

ଟୀକାକରଣ କେନ୍ଦ୍ର ଓ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖାଯାଇଛି । ବିଶ୍ବର ସବୁଠାରୁ ବଡ଼ ଟୀକାକରଣ କାର୍ଯ୍ୟକ୍ରମ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଗୁରୁତର ସହ ସବୁ କାର୍ଯ୍ୟ ସମ୍ପନ୍ନ କରାଯାଉଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଅଭୟ କୁମାର ଦାସ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି ।  

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ 

15:32 January 16

ସମ୍ବଲପୁରରେ ଆରମ୍ଭ ହେଲା କୋଭିଡ ଟୀକାକରଣ

ସମ୍ବଲପୁରରେ ଆରମ୍ଭ ହେଲା କୋଭିଡ ଟୀକାକରଣ

ସମ୍ବଲପୁର: ଆଜି(ଶନିବାର)ଠାରୁ ସମ୍ବଲପୁରରେ ଆରମ୍ଭ ହେଲା କୋଭିଡ ଟୀକାକରଣ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ 7 ଟି ସ୍ଥାନରେ ଏହି ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମେ ସଫେଇ କର୍ମଚାରୀ ଓ ମେଡ଼ିକାଲ ଷ୍ଟାଫଙ୍କୁ ଟୀକାକରଣ କରାଯାଇଛି । ଦିନ ପାୟ ସାଢ଼େ 10 ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ଉଦଘାଟନ କରିବା ପରେ ସମ୍ବଲପୁରରେ ଏହି ଟୀକାକରଣ ଆରମ୍ଭ ହୋଇଛି ।  

ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁ ଫିତାକାଟି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ପ୍ରହଲ୍ଲାଦ ସୁନା ନାମକ ଜଣେ ସଫେଇ କର୍ମଚାରୀ ଟୀକା ନେଇଥିଲେ । ଏହାପରେ ସମ୍ବଲପୁର ସିଡିଏମଓ ଶଶୀଭୂଷଣ ପଟେଲ ଓ ପରେ ADPHO, FW କୁବେର ଚନ୍ଦ୍ର ମହନ୍ତ ଟୀକା ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଆଇଜି ନରସିଂହ ଭୋଳ, ଏସପି ବତୁଲା ଗଙ୍ଗାଧର, ସିଡିଏମଓ ଶଶୀଭୂଷଣ ପଟେଲ ଉପସ୍ଥିତ ଥିଲେ । ଏହାସହ ପ୍ରମୁଖ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ ।

ସମ୍ବଲପୁରର ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ 

15:01 January 16

ଟିକା ନେଲେ କେନ୍ଦୁଝରର ଆଗଧାଡିର କୋଭିଡ୍ ଯୋଦ୍ଧା

କେନ୍ଦୁଝର: ଜିଲ୍ଲାର 6 ସ୍ଥାନରେ କୋରୋନା ଟୀକାକାରଣ ଆରମ୍ଭ ହୋଇଛି । କୋଭିସିଲ୍ଡ ଟିକାକୁ ଆଗଧାଡ଼ିର କୋରୋନା ଯୋଦ୍ଧାଙ୍କୁ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଟୀକାକରଣ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା । ସକାଳ 11.15 ସମୟରେ ପ୍ରଥମେ କେନ୍ଦୁଝର ମେଡିକାଲର ଜଣେ ସଫେଇ କର୍ମଚାରୀ ଟିକା ନେବା ସହ ଯକ୍ଷ୍ମା ବିଶେଷଜ୍ଞ ଡ଼ଃ ପିକେ ମିଶ୍ର ଟିକା ନେଇଥିଲେ ।

ଟୀକା ନେବାକୁ ନେଇ ସମସ୍ତ ଆଗଧାଡ଼ି କୋଭିଡ ଯୋଦ୍ଧା ଖୁସି ଥିବାବେଳେ କୌଣସି ପାର୍ଶ୍ବପ୍ରତିକ୍ରିୟା  ନଥିବା କହିଥିଲେ । ଅନ୍ୟପକ୍ଷେ ଜିଲ୍ଲାରେ 6 ଟି ସ୍ଥାନ ରେ ଶାନ୍ତିଶୃଙ୍ଖଳା ସହ ଟୀକାକାରଣ ଆରମ୍ଭ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।  

ସମସ୍ତେ ଟୀକା ନେବା ଆବଶ୍ୟକ ବୋଲି କେନ୍ଦୁଝର CDMO ଡ଼ଃ ଅଶୋକ ଦାସ ପ୍ରକାଶ କରିଥିଲେ । ଏହାକୁ ସୁଚାରୁରୂପେ ପରିଚାଳନା ପାଇଁ ନିଜେ ଉପସ୍ଥିତ ରହି ସମସ୍ତ ଆଗଧାଡ଼ିର କର୍ମଚାରୀଙ୍କୁ ସ୍ବାଗତ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ 

14:51 January 16

ଆନନ୍ଦପୁରରେ ଆରମ୍ଭ ହେଲା କୋଭିଡ ଟୀକାକରଣ

ଆନନ୍ଦପୁରରେ ଆରମ୍ଭ ହେଲା କୋଭିଡ ଟୀକାକରଣ

ଆନନ୍ଦପୁର: ଆନନ୍ଦପୁରରେ ଆରମ୍ଭ ହେଲା କୋଭିଡ ଟୀକାକରଣ । ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ପ୍ରଥମେ ସଫେଇ କର୍ମଚାରୀ କୁଶ ମୁଖି ଏହି ଟିକା ଗ୍ରହଣ କରିଥିଲେ ।  ପରେ ଡାକ୍ତରଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଟିକା ଗ୍ରହଣ କରିଥିଲେ । ଟିକା ନେବା ପରେ ସେମାନଙ୍କୁ ଅପେକ୍ଷା ଗୃହରେ ରଖାଯାଇଥିଲା ।  

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ  

14:28 January 16

କୋରାପୁଟକୁ 8300ଟି ଟିକା ଆସିଛି

କୋରାପୁଟ ଜିଲ୍ଲାକୁ 8300 ଟି ଟୀକା ଆସିଛି

କୋରାପୁଟ: ଅର୍ବାନ ହସ୍ପିଟାଲର ଝାଡୁଦାର ପଦ୍ମନ ହରିଜନ କୋରାପୁଟ ଜିଲ୍ଲାର ପ୍ରଥମ କୋଭିଡ ଟିକା ଗ୍ରହଣ କରିବା ସହ ଆଜି ଜିଲ୍ଲାବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାର ପାଞ୍ଚଟି ସ୍ଥାନରେ 500 ଜଣଙ୍କୁ କୋଭିଡ ଭ୍ୟାକ୍ସିନ ଦିଆଯାଉଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । 

ପ୍ରଥମ ପର୍ଯ୍ୟାୟରେ 12,076 ଜଣଙ୍କୁ କୋଭିଡ ଟିକା ଦିଆଯିବା ପାଇଁ ଯୋଜନା ଥିବାବେଳେ ଶନିବାର କୋରାପୁଟସ୍ଥିତ ମେଡିକାଲ କଲେଜ ହସ୍ପିଟାଲ ଓ ଗାନ୍ଧିନଗର ଅର୍ବାନ ହସ୍ପିଟାଲ, ଜୟପୁରରେ ଥିବା ଜିଲ୍ଲା ଚିକିତ୍ସାଳୟ ତଥା ମାଥାଲପୁଟ ଓ ବୋରିଗୁମ୍ମା ସିଏଚସିରେ ଶୁଭାରମ୍ଭ କରାଯାଇଛି । 

ପ୍ରଥମ ପର୍ଯ୍ୟାୟ ଟିକାଦାନ ପାଇଁ କୋରାପୁଟ ଜିଲ୍ଲାକୁ 8300ଟି ଟିକା ଆସି ପହଞ୍ଚିଥିବା ଜିଲ୍ଲାପାଳ ଜଣାଇଛନ୍ତି । ଆଜି କୌଣସି ସ୍ଥାନରେ ଟିକାଦାନ ପରେ କୌଣସି ଅସ୍ବାଭାବିକ ପ୍ରତିକ୍ରିୟା ଦେଖାଯାଇନଥିବା ଜଣାପଡିଛି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

14:17 January 16

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ରୋଗ ଡାକ୍ତର ନେଲେ ପ୍ରଥମ ଟିକା

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ରୋଗ ଡାକ୍ତର ନେଲେ ପ୍ରଥମ ଟୀକା

କେନ୍ଦ୍ରାପଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ କକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡ଼ଃ କିଶୋର ଚନ୍ଦ୍ର ମିଶ୍ରଙ୍କୁ ଏହି ଟିକା ପ୍ରଥମେ ଦିଆଯାଇଛି । 

ଟୀକାକରଣର ଅଧଘଣ୍ଟା ପର୍ଯ୍ୟନ୍ତ ଡ଼ଃ ମିଶ୍ର ବିଶ୍ରାମ ନେବା ପରେ ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାକୁ ମୋଟ ୪୯୯୬ଟି ଟିକା ଆସିଥିବାବେଳେ ଏହି ଟିକାକରଣ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

14:01 January 16

ବିନା ଭୟରେ ଏହି ଟିକା ଗ୍ରହଣ କରନ୍ତୁ: ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ

ବିନା ଭୟରେ ଏହି ଟୀକା ଗ୍ରହଣ କରନ୍ତୁ: ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ

ଗଜପତି: ପାରଳାଖେମୁଣ୍ଡି ସମେତ 4ଟି ସ୍ଥାନରେ ମଧ୍ୟ ସ୍ବାସ୍ଥ୍ୟବିଭାଗର କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯାଇଛି । ପ୍ରଥମ ଦିନରେ ପାରଳାଖେମୁଣ୍ଡି, ମୋହନା, ରାୟଗଡା ଏବଂ ଗୁରାଣ୍ଡି ଠାରେ ଚାଲିଥିବା ଟିକା ଦାନର କାର୍ଯ୍ୟକ୍ରମରେ ସେହି ଅଂଚଳର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ସାମିଲ ହୋଇ ଟିକା ଗ୍ରହଣ କରିଛନ୍ତି । 

ଜିଲ୍ଲାରେ 27ଟି ଟିକାଦାନ କେନ୍ଦ୍ର ନିର୍ମାଣ ହୋଇଥିବାବେଳେ ପ୍ରଥମ 3ଦିନ ଏହି 4ଟି କେନ୍ଦ୍ରରେ ହିଁ ଟିକାଦାନ କରାଯିବ । ତେବେ ଆଜି ଟିକା ଗ୍ରହଣ କରିଥିବା ଜଣେ ବ୍ୟକ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାର ପ୍ରଦାନ କରିଥିବା ଟିକାକୁ ନେଇ କୌଣସି ସନ୍ଦେହ କିମ୍ବା ଭୟ କରିବା ଉଚିତ ନୁହେଁ । ମୁଁ ଟିକା ନେଇ ଆଜି ବହୁତ ଖୁସି ଅନୁଭବ କରୁଛି । ତେଣୁ ଅନ୍ୟମାନେ ମଧ୍ୟ ଭୟ ନକରି ଏହି ଟିକା ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

13:37 January 16

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ସଫେଇ କର୍ମଚାରୀ ନେଲେ ପ୍ରଥମ ଟିକା

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ସଫେଇ କର୍ମଚାରୀ ନେଲେ ପ୍ରଥମ ଟୀକା

ବାଲେଶ୍ବର:  ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର 5ଟି ସ୍ଥାନରେ ଟୀକାକରଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ, ରୂପସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ରେମୁଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ପାଇଁ ସ୍ଥିର ହୋଇଥିଲା। ମୁଖ୍ୟ ଚିକିତ୍ସାଳୟରେ ମହିଳା ସଫେଇ କର୍ମଚାରୀ ମନୀଷା ଦେ ପ୍ରଥମେ ଟିକା ଗ୍ରହଣ କରିଥିଲେ।  

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

13:35 January 16

ଢେଙ୍କାନାଳରେ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା କୋଭିସିଲ୍ଡ

ଢେଙ୍କାନାଳ: ଜିଲ୍ଲାରେ ଚାରୋଟି ସ୍ଥାନରେ ପ୍ରଥମ ଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଦିଆଯାଉଛି କୋଭିସିଲ୍ଡ । ଜିଲ୍ଲାକୁ ୫ହଜାର କୋଭିସିଲ୍ଡ ଟିକା ଆସିଥିଲା । ତେବେ ଆଜି ପ୍ରଥମ ଦିନରେ ଟୀକାକରଣ ହେବାକୁ ଥିବା ୪ଟି ସ୍ଥାନରୁ କାଠଗଡା ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ୮୯ଜଣ ଓ ଅନ୍ୟ ତିନୋଟି ସ୍ଥାନରେ ୧୨୫ ଜଣଙ୍କୁ ଏହି ଟିକା ଦିଆଯିବା ପାଇଁ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ପ୍ରଥମେ ସଫେଇ କର୍ମଚାରୀଙ୍କ ଠାରୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରଥମ ଡାକ୍ତର ଭାବେ ଭେଷଜ ବିଶେଷଜ୍ଞ ଡା ରାଜକିଶୋର ସେଠିଙ୍କୁ ଏହି ଟିକା ପ୍ରଦାନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

13:07 January 16

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧରଣୀଧର ନେଲେ ପ୍ରଥମ ଟିକା

ଜଗତସିଂହପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 400 ଲୋକଙ୍କୁ ଟୀକା ପ୍ରଦାନ କରାଯିବ

ଜଗତସିଂହପୁର: ଜିଲ୍ଲାରେ ଆଜି କୋରୋନା ଟିକା ପ୍ରଦାନ କରାଯାଇଛି । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧରଣୀଧର ସେନାପତିଙ୍କୁ ଟିକା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ 400 ଲୋକଙ୍କୁ ଟିକା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । 

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

12:45 January 16

ଟୀକାକରଣକୁ ନେଇ ଉତ୍ସାହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ସ୍ବାସ୍ଥ୍ୟକର୍ମୀ

ଟୀକାକରଣକୁ ନେଇ ଉତ୍ସାହିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ

ଯାଜପୁର: ଜିଲ୍ଲା ସମେତ ସାରା ରାଜ୍ୟର କୋରୋନା ଯୋଦ୍ଧାଙ୍କୁ ଦିଆଯିବ କୋଭିଡ ଭ୍ୟାକ୍ସିନ୍ ।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବ୍ୟାସନଗର, ମଙ୍ଗଳପୁର, ବଡଚଣା, ମଧୁବନ ଆଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୫୦୦ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପାରାମେଡିକାଲ ଷ୍ଟାଫଙ୍କୁ ପ୍ରଦାନ କରାଯିବ । ଏନେଇ ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିକାଲ କର୍ତ୍ତୃପକ୍ଷ କିଭଳି ପ୍ରସ୍ତୁତ ଅଛନ୍ତି ଆସନ୍ତୁ ଜାଣିବା.. 

12:09 January 16

ଖୋର୍ଦ୍ଧାରେ ଆରମ୍ଭ ହେଲା ଟୀକାକରଣ, ପ୍ରଥମ ଟିକା ନେଲେ ସଫେଇ କର୍ମଚାରୀ

ଖୋର୍ଦ୍ଧାରେ ଆରମ୍ଭ ହେଲା ଟୀକାକରଣ, ପ୍ରଥମ ଟୀକା ନେଲେ ସଫେଇ କର୍ମଚାରୀ

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆରମ୍ଭ ହୋଇଛି କୋରୋନା ଟୀକାକରଣ ପ୍ରକ୍ରିୟା । ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଉଦ୍‌ଘାଟନ କରିଛନ୍ତି । ଆଜିର ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମ ଟିକା ନେଇଛନ୍ତି ସଫେଇ କର୍ମଚାରୀ ଭାଗୀରଥି ନାୟକ । ସେହିଭଳି ଆଜି ଚିକିତ୍ସାଳୟରେ କାର୍ଯ୍ୟରତ 88ଜଣ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

11:50 January 16

କୋରୋନା ଟୀକାକରଣ ଅଭିଯାନର ସମର୍ଥନ କରିବାକୁ ଦେଶବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଅପିଲ

  • कोरोना महामारी के खिलाफ मानवता की लड़ाई में आज का दिन भारत ही नहीं समस्त विश्व के इतिहास में एक अभूतपूर्व क्षण है।

    प्रधानमंत्री श्री @narendramodi जी के निर्णायक नेतृत्व में कोरोना के अंत का आरंभ दुनिया की सबसे बड़ी टीकाकरण अभियान के साथ शुरू हो चुका है। #LargestVaccineDrive pic.twitter.com/46UGMS9VPS

    — Dharmendra Pradhan (@dpradhanbjp) January 16, 2021 " class="align-text-top noRightClick twitterSection" data=" ">

କୋରୋନା ଟୀକାକରଣ ଅଭିଯାନ ଶୁଭାରମ୍ଭକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଏହି ଅଭିଯାନର ସମର୍ଥନ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

11:20 January 16

'ଭାରତ ବିଶ୍ବସ୍ତରରେ ଏକ ଉଦାହରଣ ସୃଷ୍ଟି କରିଛି'

  • भारत ने इस महामारी से जिस प्रकार से मुकाबला किया उसका लोहा आज पूरी दुनिया मान रही है।

    केंद्र और राज्य सरकारें, स्थानीय निकाय, हर सरकारी संस्थान, सामाजिक संस्थाएं, कैसे एकजुट होकर बेहतर काम कर सकते हैं, ये उदाहरण भी भारत ने दुनिया के सामने रखा: PM#LargestVaccineDrive

    — PMO India (@PMOIndia) January 16, 2021 " class="align-text-top noRightClick twitterSection" data=" ">

କେନ୍ଦ୍ର ଓ ରାଜ୍ୟ ସରକାର, ସମସ୍ତ ସରକାରୀ ସଂସ୍ଥା, ସାମାଜିକ ସଂସ୍ଥା ଏକତ୍ରିତ ହୋଇ ଭାରତ କୋରୋନା ମହାମାରୀ ବିପକ୍ଷରେ ମୁକାବିଲା କରିଛନ୍ତି । ଯାହା ବିଶ୍ବସ୍ତରରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମୋଦି କହିଛନ୍ତି ।  

10:39 January 16

ଭିସି ଯୋଗେ ଆରମ୍ଭ ହେଲା ଟୀକାକରଣର ମହାପର୍ବ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

  • आज वो वैज्ञानिक, वैक्सीन रिसर्च से जुड़े अनेकों लोग विशेष प्रशंसा के हकदार हैं, जो बीते कई महीनों से कोरोना के खिलाफ वैक्सीन बनाने में जुटे थे।

    आमतौर पर एक वैक्सीन बनाने में बरसों लग जाते हैं।

    लेकिन इतने कम समय में एक नहीं, दो मेड इन इंडिया वैक्सीन तैयार हुई हैं: PM

 ନୂଆଦିଲ୍ଲୀ: କୋରୋନା ଟୀକାକରଣ ଅଭିଯାନର ହେଲା ଶୁଭାରମ୍ଭ । ଭିସି ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଚରଣ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । 

Last Updated : Jan 16, 2021, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.