ପୁଣେ: କେରଳରୁ ପୁଣେକୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋରୋନାର ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ମହାରାଷ୍ଟ୍ରରେ କୋରୋନା ପ୍ରକୋପକୁ ଦେଖି ପୁଣେ ମହାନଗର ନିଗନ ପକ୍ଷରୁ ଏପରି ନିୟମ ଜାରି କରାଯାଇଛି ।
ଗତ 8 ରୁ10 ଦିନ ଭିତରେ ପୁଣେରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିଥିବା କହିଛନ୍ତି ମେୟର ମୁରଲିଧର ମୋହଲ । ସେ ଆହୁରି କହିଛନ୍ତି ସଂକ୍ରମଣ ବୃଦ୍ଧି ହେଲେ ମଧ୍ୟ ଚିନ୍ତା କରିବାର କୌଣସି କାରଣ ନାହିଁ । ଆମେ ସର୍ତକ ରହିଛୁ । ଅଧିକରୁ ଅଧିକ କୋରୋନା ପରୀକ୍ଷା କରିବାରୁ ଆମେ ଚେଷ୍ଟା କରୁଛୁ ।
ଗୁରୁବାର ସୁଦ୍ଧା କେରଳ ଓ ମହାରାଷ୍ଟ୍ରରେ 75 ପ୍ରତିଶତ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ 55 ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କୋରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି କେରଳରୁ ପୁଣେକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଅରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।
ବର୍ତ୍ତମାନ ରାଜ୍ୟରେ 20,81,520 କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 19,87,804ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 40,858ଟି ସକ୍ରିୟ ମାମଲା ରହିଛି । ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ସୋମବାର ପର୍ଯ୍ୟନ୍ତ ଲକଡାଉନ ବଲବତ୍ତର ରଖାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ