ETV Bharat / bharat

ଅମ୍ଳଜାନ ପ୍ଲାଣ୍ଟ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅମ୍ଳଜାନର ବୃଦ୍ଧି ଏବଂ ଉପଲବ୍ଧତା ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଅକ୍ସିଜେନ ପ୍ଲାଣ୍ଟ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
author img

By

Published : Jul 9, 2021, 4:23 PM IST

ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନର ବୃଦ୍ଧି ଏବଂ ଉପଲବ୍ଧତା ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ବୈଠକରେ ଅକ୍ସିଜେନ ପ୍ଲାଣ୍ଟ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି ।

ସାରା ଦେଶରେ PSA ଅମ୍ଳଜାନ କାରଖାନା ସ୍ଥାପନ ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ସମଗ୍ର ଦେଶରେ 1500ରୁ ଅଧିକ PSA ଅମ୍ଳଜାନ ପ୍ଲାଣ୍ଟ ରହିଛି ଯେଉଁଥିରେ PM CARES ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏବଂ PSUର ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଏକ ବିବୃତ୍ତିରେ କୁହାଯାଇଛି ।

PM CARES ଦ୍ବାରା ଦିଆଯାଇଥିବା PSA ଅମ୍ଳଜାନ ପ୍ଲାଣ୍ଟ ଦେଶର ସମସ୍ତ ରାଜ୍ୟ ଏବଂ ଜିଲ୍ଲାରେ ରହିଛି । ସେ ସବୁକୁ ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିରୁ 4 ଲକ୍ଷରୁ ଅଧିକ ଅମ୍ଳଜାନଯୁକ୍ତ ଶଯ୍ୟା ହେବ ବୋଲି ବିବୃତ୍ତିରେ ପ୍ରକାଶି ହୋଇଛି । ପ୍ଲାଣ୍ଟଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହିତ ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅମ୍ଳଜାନ ପ୍ଲାଣ୍ଟ ଗୁଡିକର ଫାଷ୍ଟ-ଟ୍ରାକିଂ ସମ୍ବନ୍ଧରେ ସେମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେବେ ବୋଲି ଜଣାପଡିଛି ।

ଅମ୍ଳଜାନ କାରଖାନାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉପରେ ଡାକ୍ତରଖାନା କର୍ମଚାରୀଙ୍କ ପର୍ଯ୍ୟାପ୍ତ ତାଲିମ ଅଛି କି ନାହିଁ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀମାନଙ୍କୁ କହିଛନ୍ତି । ପ୍ରତ୍ୟେକ ଜିଲ୍ଲା ଉପଲବ୍ଧ କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.