ETV Bharat / bharat

୧୪ ଦିନରେ ଶୀର୍ଷ ଛୁଇଁପାରେ ତୃତୀୟ ଲହର: IIT ମାଡ୍ରାସ

author img

By

Published : Jan 24, 2022, 9:45 AM IST

ଭାରତର R-ଭ୍ୟାଲ୍ୟୁ ଜାନୁଆରି ୧୪ରୁ ୨୧ ଭିତରେ ୧.୫୭କୁ ହ୍ରାସ ପାଇଛି ଏବଂ ଆସନ୍ତା ଦୁଇ ସପ୍ତାହ ଭିତରେ ତୃତୀୟ ଲହରର ଶୀର୍ଷ ଛୁଇଁପାରେ ବୋଲି IIT ମାଡ୍ରାସର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆଶା କରାଯାଉଛି । ଅଧିକ ପଢନ୍ତୁ

୧୪ ଦିନରେ ଶୀର୍ଷ ଛୁଇଁପାରେ ତୃତୀୟ ଲହର: ଆଇଆଇଟି ମାଡ୍ରାସ

ନୂଆଦିଲ୍ଲୀ: ଭାରତରେ ହ୍ରାସ ପାଉଛି R-ଭ୍ୟାଲ୍ୟୁ । ଭାରତର R-ଭ୍ୟାଲ୍ୟୁ ଜାନୁଆରି ୧୪ରୁ ୨୧ ଭିତରେ ୧.୫୭କୁ ହ୍ରାସ ପାଇଛି ଏବଂ ଆସନ୍ତା ଦୁଇ ସପ୍ତାହ ଭିତରେ ତୃତୀୟ ଲହରର ଶୀର୍ଷ ଛୁଇଁପାରେ ବୋଲି IIT ମାଡ୍ରାସର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆଶା କରାଯାଉଛି । ଏହାସହ ଦେଶର R-ଭ୍ୟାଲ୍ୟୁ ଉପରେ ମଧ୍ୟ ଏକ ଅଧ୍ୟୟନ କରିଛି ଆଇଆଇଟି ମାଡ୍ରାସ ।

ତଥ୍ୟ ଅନୁସାରେ, ଜଣେ ବ୍ୟକ୍ତି କେତେ ଜଣଙ୍କୁ ସଂକ୍ରମିତ କରୁଛି ତାହା R-ଭ୍ୟାଲ୍ୟୁରୁ ଜଣାପଡିଥାଏ । ଯେତେବେଳେ ଏହି ମୂଲ୍ୟ ୧ରୁ ତଳକୁ ଖସେ ସେତେବେଳେ ମହାମାରୀର ଶୀଘ୍ର ଅନ୍ତ ଘଟିବ ବୋଲି ବିଚାର କରାଯାଇଥାଏ । ଆଇଆଇଟି ମାଡ୍ରାସର ରିପୋର୍ଟ ଅନୁସାରେ, ଜାନୁଆରି ୧୪ରୁ ୨୧ ଭିତରେ R-ଭ୍ୟାଲ୍ୟୁ ହ୍ରାସ ହୋଇ ୧.୫୭ ପ୍ରତିଶତ ହୋଇଛି । ଗୋଟିଏ ସପ୍ତାହ ପୂର୍ବେ ଏହି ପ୍ରତିଶତ ୨.୨ ରହିଥିଲା । ସେହିପରି ଜାନୁଆରୀ ୧ରୁ ୬ ମଧ୍ୟରେ ଏହି ହାର ୪ ଏବଂ ଡିସେମ୍ୱର ୨୫ରୁ ୩୧ ମଧ୍ୟରେ ଏହି ହାର ୨.୯ ପ୍ରତିଶତ ରହିଥିଲା।

ବର୍ତ୍ତମାନ ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ ଓ କୋଲକାତାର ଆର୍-ଭ୍ୟାଲ୍ୟୁ ଯଥାକ୍ରମେ ୦.୬୭, ୦.୯୮, ୧.୨ ଓ ୦.୫୬ ଅଛି । IIT ମାଡ୍ରାସର ଗଣିତ ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି ଯେ, ମୁମ୍ବାଇ ଓ କୋଲକାତାର ଆର୍-ଭ୍ୟାଲ୍ୟୁ ଦର୍ଶାଉଛି ସେଠାରେ ତୃତୀୟ ଲହର ଶୀର୍ଷ ଛୁଇଁ ତଳକୁ ଖସିଲାଣି । କିନ୍ତୁ ଦିଲ୍ଲୀ ଓ ଚେନ୍ନାଇରେ ଏହା ତଥାପି ୧ ପାଖାପାଖି ରହିଛି । ଫେବୃଆରୀ ୬ ସୁଦ୍ଧା ମହାମାରୀ ପିକରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ଫେବ୍ରୁଆରୀ ୧ରୁ ୧୫ ମଧ୍ୟରେ ମହାମାରୀ ପିକରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.