ETV Bharat / bharat

ମହାରାଷ୍ଟ୍ର ଶ୍ମଶାନରେ ଅନବରତ ଜଳୁଛି ଚିତା

ମହାରାଷ୍ଟ୍ରରେ ଅନ୍ତିମ ସଂସ୍କାର ପାଇଁ ସ୍ଥାନ ନାହିଁ । ଫଳରେ ଶେଷକୃତ ପାଇଁ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା । ମହାରାଷ୍ଟ୍ରରେ କୋରୋନା ଭାଇରସ ପ୍ରତିଦିନ 35 ଲୋକଙ୍କ ଜୀବନ ନେଉଛି । ଅଧିକ ପଢନ୍ତୁ...

author img

By

Published : Apr 16, 2021, 12:02 PM IST

COVID-19: Maharashtra running out of space for cremation
ମହାରାଷ୍ଟ୍ର କୋରୋନା ପ୍ରକୋପ, ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଅପେକ୍ଷା

ମୁମ୍ବାଇ: କୋରୋନା ମହାମାରୀ ମହାରାଷ୍ଟ୍ରରେ ଅନ୍ତିମ ସଂସ୍କାର ପାଇଁ ସ୍ଥାନ ନାହିଁ । ମହାରାଷ୍ଟ୍ରରେ କୋରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ମୁମ୍ବାଇ, ନାଗପୁର ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଜାଗା ନାହିଁ । ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ପଡୁଛି ।

ସାରା ଦେଶରେ ବର୍ତ୍ତମାନ କୋରୋନା ମହାମାରୀର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ମହାରାଷ୍ଟ୍ରରେ ଗତ ମାର୍ଚ୍ଚ ମାସରେ କୋରୋନା ଭାଇରସ ଯୋଗୁଁ 760 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଅପ୍ରେଲ ମାସ ଦୁଇ ସପ୍ତାହ ମଧ୍ୟରେ 802 ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାର ଜାରୀ କରିଥିବା ଏକ ସ୍ବାସ୍ଥ୍ୟ ବୁଲେଟିନରେ ଏହି ସୂଚନା ମିଳିଛି । ମହାରାଷ୍ଟ୍ରରେ କୋରୋନା ଭାଇରସ ପ୍ରତିଦିନ 35 ଲୋକଙ୍କ ଜୀବନ ନେଉଛି । ଯାହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି । ଶୈଳେନ୍ଦ୍ର ଖୋଲେ ନାମକ ଜଣେ ଶ୍ମଶାନରେ ମୃତଦେହ ସତ୍କାର କରୁଥିବା ବ୍ୟକ୍ତି ପ୍ରକାଶ କରିଛନ୍ତି ଯେ ଗତ ଏକ ସପ୍ତାହ ମଧ୍ୟରେ ଆମେ ପ୍ରବଳ ମାତ୍ରାରେ ମୃତଦେହର ଅନ୍ତିମ ସଂସ୍କାର କରିଛୁ । ଯାହା ପୂର୍ବରୁ ଏଭଳି କେବେ ହୋଇନଥିଲା ।

ମହାରାଷ୍ଟ୍ରରେ ସାରା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ 28307 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 31624 ଜଣ ବ୍ୟକ୍ତି ସୁସ୍ଥ ହୋଇ ଫେରିଥିବାବେଳେ 281 ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ 594585 ଜଣ ଆକ୍ରାନ୍ତ ସକ୍ରିୟ ରହିଥିବି କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ପ୍ରଦାନ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.