ନୂଆଦିଲ୍ଲୀ:ଦେଶରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ଦୈନିକ ସଂକ୍ରମଣ । ଗତ କିଛି ଦିନ ଧରି 2 ଲକ୍ଷ ତଳେ ସଂକ୍ରମିତଙ୍କ ସଂଖ୍ୟା ରହୁଥିବାରୁ ଲୋକଙ୍କୁ ଏକ ପ୍ରକାର ଆଶ୍ବସ୍ତି ମିଳିଛି । କିନ୍ତୁ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୭୩ ହଜାର 790 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୧୭ ଜଣଙ୍କ ମୃତ୍ୟୁ ହୋଇଛି ।
- " class="align-text-top noRightClick twitterSection" data="">
ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୨୯ ହଜାର ୨୪୭ରେ ପହଞ୍ଚିଛି ଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 22 ହଜାର 512ରେ ପହଞ୍ଚିଛି । ଅନ୍ୟପଟେ ଗତ 24 ଘଣ୍ଟାରେ 2 ଲକ୍ଷ 84 ହଜାର 601 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ 2 କୋଟି 51 ଲକ୍ଷ 78 ହଜାର 011ରେ ପହଞ୍ଚିଛି ।
ବର୍ତ୍ତମାନ ଦେଶରେ ମୋଟ 22 ଲକ୍ଷ 28 ହଜାର 724ଟି ସକ୍ରିୟ ମାମଲା ରହିଛି । ତେବେ ଏଯାବତ୍ ଦେଶରେ 20 କୋଟି 89 ଲକ୍ଷ 2 ହଜାର 445 ଟେଷ୍ଟ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।
ବ୍ୟୁରୋ କିପୋର୍ଟ, ଇଟିଭି ଭାରତ