ETV Bharat / bharat

India Corona: ଆଜି 40 ହଜାର ଉପରେ ଦୈନିକ ସଂକ୍ରମଣ, 490 ମୃତ

author img

By

Published : Aug 12, 2021, 10:34 AM IST

କିଛି ଦିନର ହ୍ରାସ ପରେ ପୁଣି ବଢିବାରେ ଲାଗିଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ 41 ହଜାର 195 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 490 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

india corona: ଦିନକରେ ଚିହ୍ନଟ ହେଲେ ଆଉ ୪୧,୧୯୫ ପଜିଟିଭ୍

ନୂଆଦିଲ୍ଲୀ: ଗତ ଦୁଇ ଦିନ ଧରି ପୁଣି ବଢିବାରେ ଲାଗିଛି ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ 41 ହଜାର 195 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 490 ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ପରିବାର କଲ୍ୟାଣ ଓ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ନୂଆ ପଜିଟିଭଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି 20 ଲକ୍ଷ 77 ହଜାର 706ରେ ପହଞ୍ଚିଛି । ଏବଂ ଗତକାଲିର ମୃତ୍ୟୁକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ 29 ହଜାର 669ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିଭଳି ଦିନକ ମଧ୍ୟରେ ୩୯ ହଜାର ୬୯ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ୩ କୋଟି ୧୨ ଲକ୍ଷ ୬୦ ହଜାର ୫୦ ଜଣ କୋରୋନା ରୋଗୀ ସୁସ୍ଥ ହୋଇସାରିଲେଣି । ଗୁରୁବାର ସୁଦ୍ଧା ଜାତୀୟ ସୁସ୍ଥ ହାର 97.45 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ କହିଛି । ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 87 ହଜାର 987ଟି ସକ୍ରିୟ ମାମଲା ରହିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଅଗଷ୍ଟ 11 ପର୍ଯ୍ୟନ୍ତ ମୋଟ 48,73,70,196 ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ବୁଧବାର 21,24,953 ନମୁନା ପରୀକ୍ଷା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.