ନୂଆଦିଲ୍ଲୀ: ଦେଶରେ ଏବେ ଜାରି ରହିଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଗତକାଲି (ସୋମବାର)ଗୋଟିଏ ଦିନରେ ୫୭ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
୩୭ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କୁ ୧୪କୋଟି ୧୯ ଲକ୍ଷ ୫୫ହଜାର ୯୯୫ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ୬୫ଲକ୍ଷ ୭୨ହଜାର ୬୭୮ଜଣ ଦ୍ବିତୀୟ ଡୋଜ ନେଇଛନ୍ତି ।
୫ଟି ରାଜ୍ୟ ଯଥା ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ୧୮-୪୪ ବୟସର ହିତାଧିକାରୀଙ୍କୁ ୧କୋଟିରୁ ଅଧିକ ଟୀକାକରଣ କରାଯାଇଛି । ଦେଶରେ ଗତକାଲି ସୁଦ୍ଧା ମୋଟ ଟୀକାକରଣ ସଂଖ୍ୟା ୪୪କୋଟି ପାର କରିଛି ।
@ANI