ETV Bharat / bharat

ଅହମ୍ମଦାବାଦରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଅହମ୍ମଦାବାଦରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଆଜି 750ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି ।

author img

By

Published : Dec 28, 2020, 7:02 AM IST

ଅହମ୍ମଦାବାଦରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ
ଅହମ୍ମଦାବାଦରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଗାନ୍ଧୀନଗର: ଅହମ୍ମଦାବାଦରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଆଜି(ରବିବାର) 750ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ଏପର୍ଯ୍ୟନ୍ତ କାହାରି ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥିବା ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ର ସହଯୋଗରେ ଭାରତ ବାୟୋଟେକ୍ ଟିକା ବିକଶିତ କରୁଛି । ଅହମ୍ମଦାବାଦର ସୋଲା ସିଭିଲ୍‌ ହସ୍ପିଟାଲରେ ତୃତୀୟ ପର୍ଯ୍ୟାୟ ଟୀକା ପରୀକ୍ଷା ଚାଲିଛି ।

ତେବେ ଏନେଇ ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତରଙ୍କ କହିବାନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା ମୋଟ 1000 ଲୋକଙ୍କୁ ଟିକା ଦିଆଯିବ । ସେହି ସ୍ବେଚ୍ଛାସେବୀଙ୍କୁ ଦ୍ବିତୀୟ ଡୋଜ ଦିଆଯିବ ଯୋଉଁମାନେ ପ୍ରଥମ ଡୋଜର 28 ଦିନ ପୂରଣ କରିଛନ୍ତି । ଏପର୍ଯ୍ୟନ୍ତ 15 ଜଣଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି । ଏହାସହ ସେ କହିଛନ୍ତି ଯେ ବାଧ୍ୟତାମୂଳକ RT-PCR ପରୀକ୍ଷା ପରେ ହିଁ ପ୍ରଥମ ଡୋଜ ଦିଆଯାଉଛି । ଦ୍ବିତୀୟ ଡୋଜ୍‌ ପାଇଁ କୌଣସି ପରୀକ୍ଷା କରିବା ଜରୁରୀ ନୁହେଁ । କିନ୍ତୁ ଆଗାମୀ 10 ମାସ ପର୍ଯ୍ୟନ୍ତ ପ୍ରତି ମାସରେ RT-PCR ପରୀକ୍ଷା କରିବାକୁ ପଡିବ ।

ସୂଚନାଯୋଗ୍ୟ, ଭାରତର 25 ରୁ ଅଧିକ କେନ୍ଦ୍ରରେ 26,000 ଅଂଶଗ୍ରହଣକାରୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଭାରତ ବାୟୋଟେକ୍ ଅନୁମୋଦନ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.