ETV Bharat / bharat

ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ 81% ପ୍ରଭାବଶାଳୀ କୋଭାକ୍ସିନ

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ଡାଟା ଜାରି କରିଛି ଭାରତ ବାୟୋଟେକ । ଏଥିରେ ଦାବି କରାଯାଇଛି ଯେ କୋଭାକ୍ସିନ ଭ୍ୟାକ୍ସିନ 81 ପ୍ରତିଶତ ପ୍ରଭାବଶାଳୀ । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ 81% ପ୍ରଭାବଶାଳୀ କୋଭାକ୍ସିନ
ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ 81% ପ୍ରଭାବଶାଳୀ କୋଭାକ୍ସିନ
author img

By

Published : Mar 3, 2021, 6:18 PM IST

ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ ସାରା ଦେଶରେ ଚାଲିଛି ଟୀକାକରଣ । ଏହାରି ମଧ୍ୟରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟୀକାକରଣ ଟ୍ରାଏଲର ଡାଟା ଜାରି କରିଛି ଭାରତ ବାୟୋଟେକ । ଏଥିରେ ଦାବି କରାଯାଇଛି ଯେ କୋଭାକ୍ସିନ ଭ୍ୟାକ୍ସିନ 81 ପ୍ରତିଶତ ପ୍ରଭାବଶାଳୀ । ଆଇସିଏମଆରର ସହଯୋଗରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ 25,800 ବିଷୟକୁ ସାମିଲ କରାଯାଇଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ।

କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା । ଏହି ସମୟରେ କମ୍ପାନୀର ଭ୍ୟାକ୍ସିନ ଜନସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଭାରତ ବାୟୋଟେକର ଭ୍ୟାକ୍ସିନ ଓ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକାର କୋଭିସିଲ୍ଡ ସାମିଲ ରହିଛି । କୋଭାକ୍ସିନର ଉତ୍ପାଦନ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକରେ ହେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଛି କୋଭାକ୍ସିନ ଟିକାର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ମାର୍ଚ୍ଚ 1ରୁ 60 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ଜାରି ରହିଛି । ସେପଟେ ଟିକା ନେବାର ସମୟସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଏବେଠୁ 24 ଘଣ୍ଟିଆ ଟୀକାକରଣ ଜାରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.