ETV Bharat / bharat

Covaxin for Children: ଚୂଡାନ୍ତ ଅନୁମତି ପାଇଁ ଆଉ କିଛି ପର୍ଯ୍ୟାୟର ପରୀକ୍ଷଣ ବାକି

author img

By

Published : Nov 8, 2021, 9:42 PM IST

ଶିଶୁଙ୍କ ପାଇଁ ପ୍ରସ୍ତୁତ କୋଭ୍ୟାକ୍ସିନର ବ୍ୟବହାରିକ ଅନୁମତି ପାଇଁ ଲାଗିବ ଆଉ କିଛି ଦିନ । ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ DCGI ଅନୁମତିକୁ ଅପେକ୍ଷା କରିଛି ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ଅଧିକ ପଢନ୍ତୁ...

Covaxin for Children: ଚୂଡାନ୍ତ ଅନୁମତି ପାଇଁ ଆଉ କିଛି ପର୍ଯ୍ୟାୟର ପରୀକ୍ଷଣ ବାକି
Covaxin for Children: ଚୂଡାନ୍ତ ଅନୁମତି ପାଇଁ ଆଉ କିଛି ପର୍ଯ୍ୟାୟର ପରୀକ୍ଷଣ ବାକି

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ବାରା ଶିଶୁଙ୍କ ପାଇଁ ପ୍ରସ୍ତୁତ ହୋଇଥିବା କୋଭିଡ ଟିକାକୁ ବ୍ୟବହାରିକ ଅନୁମୋଦନ ପାଇଁ ଅଧିକ ପର୍ଯ୍ୟାୟର ପରୀକ୍ଷଣ ଆବଶ୍ୟକ ପଡିପାରେ । ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ ପରେ ଏହାକୁ ଶିଶୁଙ୍କ ଠାରେ ବ୍ୟବହାର କରିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଅନୁମତି ଦେଇପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି ।

ଶିଶୁଙ୍କ ଠାରେ ଟିକାର ବ୍ୟବାହର ଏକ ସମ୍ବେଦନଶୀଳ ବିଷୟ । ତେଣୁ ଏହା ଅଧିକ ପର୍ଯ୍ୟାୟର ପରୀକ୍ଷଣ ଆବଶ୍ୟକ କରେ । ପରୀକ୍ଷଣ ଜାରି ରହିଛି ଓ ଆଉ କିଛି ପର୍ଯ୍ୟାୟର ପରୀକ୍ଷଣ ପରେ ଏହାକୁ ବ୍ୟବହାରିକ ଅନୁମତି ମିଳିବ । ନିକଟରେ 2-18 ବର୍ଷ ବୟସ୍କଙ୍କ ପାଇଁ ଭାରତ ବାୟୋଟେକକୁ କୋଭାକ୍ସିନ ପ୍ରସ୍ତୁତ କରିବା ପାଇଁ ସୁପାରିଶ କରିଥିଲେ DCGI । ତେବେ ପ୍ରସ୍ତୁତକାରୀ ସଂସ୍ଥା ବର୍ତ୍ତମାନ ଟିକା ପ୍ରସ୍ତୁତ କରିସାରି ଥିବାବେଳେ ତାହା ଚୂଡାନ୍ତ ଅନୁମତି ଅପେକ୍ଷାରେ ରହିଛି ।

ଏହାପୂର୍ବରୁ ଭାରତ ବାୟୋଟେକ ଏକ ସରକାରୀ ବିବୃତ୍ତିରେ, ତ୍ବରିତ ପରୀକ୍ଷଣ ପ୍ରକ୍ରିୟା ପାଇଁ DCGI, ବିଶେଷଜ୍ଞ କମିଟି ଏବଂ CDSCO କୁ ଧନ୍ୟବାଦ ଜଣାଇଛି । ତେବେ ଟିକାର ଉତ୍ପାଦନ ଓ ବଜାର ଉପଲବ୍ଧତା ଆରମ୍ଭ କରିବା ପୂର୍ବରୁ ସଂସ୍ଥା ବର୍ତ୍ତମାନ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ(CDSCO) ରୁ ଚୂଡାନ୍ତ ଅନୁମୋଦନକୁ ଅପେକ୍ଷା କରିଛି ବୋଲି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.