ETV Bharat / bharat

Money Laundering Case: ସଞ୍ଜୟ ରାଉତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ED

୪ଦିନ ପାଇଁ ଇଡି ହାଜତକୁ ଗଲେ ଶିବସେନା ସାଂସଦ ସଞ୍ଜୟ ରାଉତ । ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ED ହାଜତକୁ ପଠାଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

Money Laundering Case: 4 ଦିନିଆ ED ହାଜତକୁ ଗଲେ ସଞ୍ଜୟ ରାଉତ

author img

By

Published : Aug 1, 2022, 4:16 PM IST

ମୁମ୍ବାଇ: ୪ଦିନ ପାଇଁ ଇଡି ହାଜତକୁ ଗଲେ ଶିବସେନା ସାଂସଦ ସଞ୍ଜୟ ରାଉତ । ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ED ହାଜତକୁ ପଠାଇଛନ୍ତି PMLA କୋର୍ଟ । ଗିରଫ ହେବାପରେ ଆଜି କୋର୍ଟରେ ସଞ୍ଜୟଙ୍କୁ ହାଜର କରାଇଥିଲା ED ।

ସଞ୍ଜୟ ରାଉତଙ୍କୁ ପଚରାଉଚରା ପାଇଁ ୮ ଦିନ ହାଜତ ପଠାଇବାକୁ ED କୋର୍ଟଙ୍କ ନିକଟରେ ନିବେଦନ କରିଥିଲା । ପାତ୍ର ଚୌଲ ଦୁର୍ନୀତିରେ ସଞ୍ଜୟ ରାଉତ ଓ ବର୍ଷା ରାଉତ ୧.୬ କୋଟି ଟଙ୍କା ପାଇଥିବା ଯୁକ୍ତି ଦର୍ଶାଇଥିଲେ ED ଓକିଲ । ଏହି ଟଙ୍କାରେ ଅଲିବାଗ୍‌ରେ ଥିବା କିହିମ୍‌ ବିଚ୍‌ରେ ଏକ ଜାଗା କିଣିଛନ୍ତି ସଞ୍ଜୟ । ଏହି ଜମି ସ୍ବପ୍ନା ପାଟେକରଙ୍କ ନାମରେ ଅଛି ।

ଏହି ମାମଲାରେ ସଞ୍ଜୟ ରାଉତଙ୍କୁ ୪ ଥର ସମନ କରାଯାଇଥିଲେ ସୁଦ୍ଧା ସେ ମାତ୍ର ଥରେ ED ନିକଟରେ ହାଜର ହୋଇଥିଲେ । ତା ସହିତ ତାଙ୍କ ବିରୁଦ୍ଧରେ ଥିବା ପ୍ରମାଣ ଓ ତଥ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଯୁକ୍ତି କରିଥିଲେ EDଙ୍କ ଓକିଲ ।

ଏହାର ଜବାବରେ ସଞ୍ଜୟଙ୍କ ଓକିଲ କହିଥିଲେ ଯେ, "ରାଜନୈତିକ ଆକ୍ରୋଶ ରଖି ସଞ୍ଜୟଙ୍କ ବିରୁଦ୍ଧରେ ମାମଲା କରାଯାଇଛି । ସେ ଜଣେ ହୃଦରୋଗୀ ହୋଇଥିବା ବେଳେ ତାଙ୍କ ସର୍ଜରୀ ହୋଇଛି । ଏହାକୁ ସମସ୍ତ ଦସ୍ତାବିଜ୍‌ କୋର୍ଟଙ୍କ ନିକଟରେ ଦାଖଲ ହୋଇଛି ।"

କୋର୍ଟଙ୍କ ଦୁଇଜଣଙ୍କ ପକ୍ଷ ଶୁଣିବା ପରେ ସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ED ହାଜତକୁ ପଠାଇ ଦେଇଛନ୍ତି । ଜମି ଦୁର୍ନୀତି ମାମଲାରେ (Money Laundering Case) ଗତକାଲି ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥିବା ସଞ୍ଜୟଙ୍କ ବିରୋଧରେ ତାଙ୍କ ଘନିଷ୍ଠଙ୍କ ପତ୍ନୀ ସ୍ବପ୍ନା ପାଟେକର ଅଭିଯୋଗ କରିଥିଲେ । ସଞ୍ଜୟ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.