ETV Bharat / bharat

୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ମହମ୍ମଦ ଜୁବୈର - ଜୁବୈର୍‌ଙ୍କ ବିବାଦୀୟ ଟ୍ବିଟ୍‌

ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈର୍‌ଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି ଉତ୍ତର ପ୍ରଦେଶର ମହମ୍ମଦି ସେସନ୍‌ କୋର୍ଟ । ଅଧିକ ପଢ଼ନ୍ତୁ

୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ମହମ୍ମଦ ଜୁବୈର୍‌

author img

By

Published : Jul 11, 2022, 8:17 PM IST

ଲକ୍ଷ୍ନୌ: ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈର୍‌ଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି ଉତ୍ତର ପ୍ରଦେଶର ମହମ୍ମଦି ସେସନ୍‌ କୋର୍ଟ । ବିବାଦୀୟ ଟ୍ବିଟ୍‌ କରି ଗିରଫ ହୋଇଛନ୍ତି ଜୁବୈର । ସୋମବାର ତାଙ୍କୁ ସୀତାପୁର ଜେଲ୍‌ରୁ ଭିଡିଓ କନ୍‌ଫରେସିଂ ମାଧ୍ୟମରେ କୋର୍ଟଙ୍କ ନିକଟରେ ହାଜର କରାଯାଇଥିଲା । ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ IPC ୧୫୩ ବି, ୫୦୫(୧)(ବି) ଓ ୫୦୫(୨) ଅଧିକ ୩ଟି ଧାରା ଲାଗିଛି ।

ମହମ୍ମଦ ଜୁବୈରଙ୍କ ମାମଲାରେ ଆଗାମୀ ଶୁଣାଣି ଜୁଲାଇ ୨୫ ତାରିଖରେ କରାଯିବ । ସେପଟେ ତାଙ୍କ ଜାମିନ ଆବେଦନ ଓ ପୋଲିସର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଜୁଲାଇ ୧୩ ତାରିଖରେ ହେବ । ୨୦୨୧ରେ ଏକ ବିବାଦୀୟ ଟ୍ବିଟ୍‌କୁ ନେଇ ଏକ ଘରୋଇ ଚ୍ୟାନେଲର ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ବିରୋଧରେ କୋତୱାଲୀରେ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି ହୋଇଥିଲା ।

ମହମ୍ମଦ ଜୁବୈର ଇଣ୍ଡିଆ ଟ୍ବିଟର ହ୍ୟାଣ୍ଡେଲ ସହ ମିଶି ଦେଶରେ ସାମ୍ପ୍ରଦାୟିକ ମାହୋଲ ଖରାପ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି ଘରୋଇ ଟିଭି ଚ୍ୟାନେଲ ସାମ୍ବାଦିକ । ଦେଶରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜାଇବା ପାଇଁ ଜୁବୈର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଜୁବୈରଙ୍କ ଚ୍ୟାନେଲ ମାଧ୍ୟମରେ ଯେଉଁ ଗ୍ରାଫିକ୍ସର ବ୍ୟବହାର ହୋଇ ଖବର ପ୍ରସାରଣ ହେଲା ତାହା ଦେଶର ଶାନ୍ତି କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.