ETV Bharat / bharat

କାରାଗାରରେ ରହିବେ କୁନ୍ଦ୍ରା, ଜାମିନ ଆବେଦନ ଖାରଜ କଲେ କୋର୍ଟ - ରାଜ କୁନ୍ଦ୍ରା

ବଢିଚାଲିଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ । ବମ୍ବେ ହାଇକୋର୍ଟରୁ ଲାଗିଛି ରାଜଙ୍କୁ ବଡ ଝଟକା । କୋର୍ଟରେ ଖାରଜ ହୋଇଛି କୁନ୍ଦ୍ରାଙ୍କ ଜାମିନ ଆବେଦନ । ଅଧିକ ପଢନ୍ତୁ...

କାରାଗାରରେ ରହିବେ କୁନ୍ଦ୍ରା, ଜାମିନ ଆବେନ ଖାରଜ କଲେ କୋର୍ଟ

author img

By

Published : Jul 28, 2021, 3:33 PM IST

ମୁମ୍ବାଇ: ଅଶ୍ଳୀଳ ଭିଡିଓ ସୁଟିଂ ମାମଲା(Pornography Case)ରେ ବଢିଚାଲିଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ । ବମ୍ବେ ହାଇକୋର୍ଟରୁ ଲାଗିଛି ରାଜଙ୍କୁ ବଡ ଝଟକା । କୋର୍ଟରେ ଖାରଜ ହୋଇଛି କୁନ୍ଦ୍ରାଙ୍କ ଜାମିନ ଆବେଦନ ।

ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ଏହାକୁ ଆପ୍‌ରେ ରିଲିଜ କରିବା ଅଭିଯୋଗରେ ଗିରଫ ବିଜନେସମ୍ୟାନ ରାଜ କୁନ୍ଦ୍ରା ଓ ସହଯୋଗୀ ରୟାନ ଥୋରପେ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଏମାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି ।

କୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ରାଜଙ୍କୁ ଜେଲ୍‌ରୁ ମୁକୁଳିବା କଠିନ ହୋଇଯାଇଛି । ଏହାପୂର୍ବରୁ ମଙ୍ଗଳବାର ମୁମ୍ବାଇର କିଲା କୋର୍ଟ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ନ୍ୟାୟିକ ହେପାଜତକୁ ପଠାଇଥିଲେ । ରାଜଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା ପୋଲିସ । ହେଲେ କୋର୍ଟ ପୋଲିସର ଆବେଦନ ପ୍ରତ୍ୟାଖ୍ୟାନ କରିଥିଲେ ।

ରାଜଙ୍କ ଜାମିନ ଆବେଦନ ଉପରେ ଆପତ୍ତି ଉଠାଇ ଛାନଭିନ ଜାରି ରହିଥିବା କହିଥିଲା ମୁମ୍ବାଇ ପୋଲିସ । ଇନଭେଷ୍ଟିଗେଟିଭ ଅଫିସର ପୋଲିସ ଅଫିସର କିରଣ କୋର୍ଟଙ୍କୁ କହିଥିଲେ, ଯଦି ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରାଯାଉଛି, ତେବେ ସେ ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରିବେ । ଏବେ ବି ଅଭିଯୁକ୍ତଙ୍କ ଅନେକ ବୟାନ ରେକର୍ଡ କରିବା ବାକି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.