ETV Bharat / bharat

Nandigram Result: ନଭେମ୍ବର ୧୫ ଯାଏଁ ମାମଲା ସ୍ଥଗିତ - ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ନନ୍ଦିଗ୍ରାମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ଗୁରୁବାର ଶୁଣାଣି କରିଥିଲେ କୋଲକାତା ହାଇକୋର୍ଟ । ତେବେ ଏହି ମାମଲାକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

NANDIGRAM RESULT : ନଭେମ୍ବର ୧୫ ଯାଏଁ ମାମଲା ସ୍ଥଗିତ

author img

By

Published : Aug 13, 2021, 7:23 AM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ନନ୍ଦିଗ୍ରାମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ଗୁରୁବାର ଶୁଣାଣି କରିଥିଲେ କୋଲକାତା ହାଇକୋର୍ଟ । ଏହି ମାମଲାକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ । ପଶ୍ଚିମବଙ୍ଗରୁ ଏହି ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ଓକିଲ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋଲକୋତା ହାଇକୋର୍ଟ ମାମଲାକୁ ୧୫ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଦୁଇମାସ ତଳେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପରାଜିତ କରିଥିଲେ । ନନ୍ଦିଗ୍ରାମରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ବିଧାନସଭା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଧମକ ଚମକ ଦିଆଯାଇଛି । ଯାହା ନିଜେ ରିଟର୍ଣ୍ଣିଂ ଅଫିସ କହିଥିବା ମମତା କହିଛନ୍ତି । ଫଳରେ ନନ୍ଦିଗ୍ରାମ ଫଳାଫଳକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ ନନ୍ଦିଗ୍ରାମରେ ପୁନଃ ଗଣତି ଆବେଦନ କରି କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଜଷ୍ଟିସ କୈଶିକ ଚାନ୍ଦ ମାମଲା ଶୁଣାଣୀ କରିଥିଲେ । ହେଲେ ମାମଲାର ଶୁଣାଣୀର କରିଥିବା ଜଷ୍ଟିସ କୈଶିକ ଚାନ୍ଦ ବିଜେପିର ଲୋକ ହୋଇଥିବା ଅଭିଯୋଗ ଆଣିଥିଲେ ମମତା । ପରେ ନ୍ୟାୟପାଳିକାକୁ ଅପମାନ କରିଥିବା ନେଇ ଜଷ୍ଟିସ କୈଶିକ ଚାନ୍ଦ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ । ଏହାପରେ ଏହି ମାମଲାରୁ ନିଜେ ଓହରି ଯାଇଥିଲେ । ତେଣୁ ଏହି ମାମଲାକୁ ମୁଖ୍ୟ ବିଚାରପତି ରାଜେସ ବିନ୍ଦାଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏନେଇ ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ଏହି ପ୍ରସଙ୍ଗରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୋର୍ଟ ମମତା ବାନାର୍ଜୀଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମମତା ବାନାର୍ଜୀଙ୍କ ନିର୍ବାଚନୀ ଆବେଦନକୁ ସ୍ୱୀକାର କରି ଜୁଲାଇ 14ରେ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ବିଜ୍ଞପ୍ତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଆୟୋଗର ଫଳାଫଳ ଅନୁଯାୟୀ, ଅଧିକାରୀ ନନ୍ଦିଗ୍ରାମରେ 1,956 ଭୋଟ ବ୍ୟବଧାନରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.