ଚେନ୍ନାଇ: ନବ ଦମ୍ପତିଙ୍କ ବିଶାଳ ହୃଦୟ । ବିବାହ ପାଇଁ ସଞ୍ଚିତ ଅର୍ଥରୁ କୋଭିଡ ରିଲିଫ୍ ପାଣ୍ଠିକୁ ଦାନ କଲେ 37 ଲକ୍ଷ ଟଙ୍କା ।
ସୂଚନା ଅନୁଯାୟୀ, ତାମିଲନାଡୁ ତିରୁପୁରର ଭଟ୍ଟାମଲାଇ ଅଙ୍ଗଲାମନ ମନ୍ଦିରରେ ଅନୁ ଏବଂ ଅରୁଲ ପ୍ରାନେଶ ଜୁନ୍ 14 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଦୁହିଁଙ୍କ ବିବାହ ପାଇଁ ମୋଟ 50 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା ।
ମାତ୍ର କୋରୋନାର ଦ୍ବିତୀୟ ଲହରୀରେ ଲୋକଙ୍କୁ ସହାୟତା କରିବା ପାଇଁ ଅନୁ ଏବଂ ଅରୁଲ ନିଷ୍ପତ୍ତି ନେଇଥିଲେ । ଏଣୁ ସେମାନେ 50 ଲକ୍ଷରୁ 37 ଲକ୍ଷ ଟଙ୍କା ରାଜ୍ୟର କୋଭିଡ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ବଳକା 13 ଲକ୍ଷରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା ।
ଏପରିକି ନବ ଦମ୍ପତିଙ୍କ ଏପରି ମହାନ କାର୍ଯ୍ୟ ଦେଖି ବିବାହ ପାଇଁ ବୁକ୍ ହୋଇଥିବା ହଲ୍ ମାଲିକ ମଧ୍ୟ ସେମାନଙ୍କୁ ଭଡା ଫେରାଇଦେଇଥିଲେ ।