ETV Bharat / bharat

ଦମ୍ପତିଙ୍କୁ ଟୋଲପ୍ଲାଜାରେ ଆକ୍ରମଣର ଭିଡିଓ ଭାଇରାଲ, 7 କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

author img

By ETV Bharat Odisha Team

Published : Sep 20, 2023, 6:26 AM IST

ଦମ୍ପତିଙ୍କୁ ଟୋଲପ୍ଲାଜାରେ ଆକ୍ରମଣ ବେଳର ଭିଡିଓ ଭାଇରାଲ । 7 କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ । ହରିୟାଣା ସୋନିପତରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ଦମ୍ପତିଙ୍କୁ ଟୋଲପ୍ଲାଜାରେ ଆକ୍ରମଣ ! 7 କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଚଣ୍ଡିଗଡ: ହରିୟାଣା ସୋନିପତ ସହରର ଭଗାନ ଟୋଲ ପ୍ଲାଜାରେ ଦମ୍ପତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ 7ଜଣ ଟୋଲ ପ୍ଲାଜା କର୍ମଚାରୀଙ୍କୁ ଅଟକ ରଖିଛି । କୌଣସି କାରଣରୁ ବଚସା ହେବା ପରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ପ୍ଲାଜା କର୍ମଚାରୀ । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ସମ୍ପୃକ୍ତ ଦମ୍ପତି ମଧ୍ୟ ପରେ ପୋଲିସରେ ଅଭିଯୋଗ କରିଥିଲେ । ତଦନ୍ତର ଅଗ୍ରଗତି ଅନୁସାରେ, ପୋଲିସ ପ୍ଲାଜାର 7 କର୍ମଚାରୀଙ୍କୁ ଅଟକ ରଖି ଥାନାକୁ ଆଣିଛି । ସେମାନଙ୍କୁ ଜେରା ଜାରି ରହିଛି । ସିସିଟିଭି ଫୁଟେଜ ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଥିବା ପୋଲିସ କହିଛି ।

ସୋନିପତ ମୁର୍ତ୍ତଲ ପୋଲିସ ଷ୍ଟେସନର ଅଧିକାରୀ ଜସପାଲ ସିଂ କହିଛନ୍ତି, ଏହି ଘଟଣାଟି ସେପ୍ଟେମ୍ବର 9 ତାରିଖରେ ସାମ୍ନାକୁ ଆସିଛି । ସେତେବେଳେ ଉଭୟ ଦମ୍ପତି ଓ ପ୍ଲାଜା କର୍ମଚାରୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିଲା । ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିବା ସୂଚନା ମିଳିଥିଲା । ତେବେ ଆକ୍ରମଣ ସମୟର ଏକ ଭିଡିଓ ଏବେ ଭାଇରାଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବେ ସୁଦ୍ଧା ତଦନ୍ତ ଅନୁସାରେ, କର୍ମଚାରୀମାନେ ଦମ୍ପତିଙ୍କ ଉପରେ ଆକ୍ରମଣରେ ସାମିଲ ଥିବା ଜଣାପଡ଼ୁଛି । ସେମାନଙ୍କ ମଧ୍ୟରୁ 7ଜଣଙ୍କୁ ପୋଲିସ ଥାନାକୁ ଆଣି ଜେରା କରୁଛି । ଆବଶ୍ୟକ ପଡ଼ିଲେ ଅନ୍ୟମାନଙ୍କୁ ମଧ୍ୟ ଅଣାଯିବ ।

ଏହା ମଧ୍ୟ ପଢନ୍ତୁ :- ଅଭିଯୋଗ ନେଇ କାର୍ଯ୍ୟାଳୟ ଆସିଥିବା ବୃଦ୍ଧାଙ୍କୁ ଚା’-ଜଳଖିଆ ଖୁଆଇଲେ SDM, ଅଭିଯୋଗର କଲେ ତୁରନ୍ତ ସମାଧାନ

ତେବେ ଉକ୍ତ ଦିନର ସମସ୍ତ ଘଟଣା ପ୍ଲାଜାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଟୋଲ୍‌ କର୍ମଚାରୀଙ୍କ ହାତରେ ବାଡ଼ି ଥିବା ଦେଖିବାକୁ ମିଳିଛି । ଜଣେ ଟୋଲ କର୍ମଚାରୀ ମହିଳାଙ୍କ କେଶକୁ ଟାଣି ମାଡ଼ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଦମ୍ପତିଙ୍କୁ ସଂଘବଦ୍ଧ ଭାବେ ପ୍ଲାଜା କର୍ମଚାରୀ ଆକ୍ରମଣ କରିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଜାରି ରଖିଛି । 7 ଜଣଙ୍କୁ ପୋଲିସ ଥାନାକୁ ଆଣି ଜେରା କରୁଛି । ଆବଶ୍ୟକ ପଡିଲେ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ । ସେମାନଙ୍କୁ ଏବେ ଅଟକ ରଖାଯାଇଥିବା ବେଳେ ପରେ ଗିରଫ କରାଯାଇପାରେ । କେବଳ ହରିୟାଣା ନୁହେଁ ବରଂ ଅନେକ ସ୍ଥାନରେ ଟୋଲପ୍ଲାଜା କର୍ମଚାରୀଙ୍କ ଦାଦାଗିରି ଦେଖିବାକୁ ମିଳିଥିବା ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.