ବେଙ୍ଗାଲୁରୁ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଉ ପାଦେ ଆଗେଇବାକୁ ଯାଉଛି । ଚନ୍ଦ୍ର ଅବତରଣ ଅଭିଯାନ ସଫଳ ହେବା ପରେ ଦେଶର ପ୍ରଥମ ସୂର୍ଯ୍ୟ ଅଧ୍ୟୟନ ମିଶନ ‘ଆଦିତ୍ୟ- L1 ’ ପାଇଁ ଆଜି ଉତକ୍ଷେପଣ ସମୟ ଘୋଷଣା କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆସନ୍ତାମାସ (ସେପ୍ଟେମ୍ବର) 2 ତାରିଖ (ଶନିବାର) ପୂର୍ବାହ୍ନ 11.50 ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବା ନେଇ ଚୂଡାନ୍ତ ଘୋଷଣା ସହ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ।
-
PSLV-C57/Aditya-L1 Mission: The launch of Aditya-L1, the first space-based Indian observatory to study the Sun, is scheduled for September 2, 2023, at 11:50 Hrs. IST from Sriharikota: ISRO pic.twitter.com/jDukZFWDYn
— ANI (@ANI) August 28, 2023 " class="align-text-top noRightClick twitterSection" data="
">PSLV-C57/Aditya-L1 Mission: The launch of Aditya-L1, the first space-based Indian observatory to study the Sun, is scheduled for September 2, 2023, at 11:50 Hrs. IST from Sriharikota: ISRO pic.twitter.com/jDukZFWDYn
— ANI (@ANI) August 28, 2023PSLV-C57/Aditya-L1 Mission: The launch of Aditya-L1, the first space-based Indian observatory to study the Sun, is scheduled for September 2, 2023, at 11:50 Hrs. IST from Sriharikota: ISRO pic.twitter.com/jDukZFWDYn
— ANI (@ANI) August 28, 2023
ଚନ୍ଦ୍ରଯାନ-3 ର ସଫଳ ଲ୍ୟାଣ୍ଡିଂର ମାତ୍ର 2ସପ୍ତାହ ପରେ ଏହି ବହୁପ୍ରତୀକ୍ଷିତ ମିଶନର ଲଞ୍ଚିଂ କରିବାକୁ ଯାଉଛି ଇସ୍ରୋ । ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବର ହାତଗଣତି ସଫଳ ଦେଶଙ୍କ ତାଲିକାରେ ସାମିଲ ହୋଇସାରିଥିବା ଭାରତର ଏହା ହେଉଛି ଦେଶର ପ୍ରଥମ ସୂର୍ଯ୍ୟ ଅଧ୍ୟୟନ ମିଶନ । ଏହି ଅଭିଯାନରେ ଭାରତ ପ୍ରେରିତ ଉପଗ୍ରହ ପୃଥିବୀପୃଷ୍ଠରୁ ପ୍ରାୟ 1.5 ମିଲିୟନ କି.ମି ବା 15 ଲକ୍ଷ କି.ମି ଯାତ୍ରା କରି ଏଲ-1 କକ୍ଷରେ ଅବସ୍ଥାପିତ ହେବ । ସୂର୍ଯ୍ୟକୁ ନିକଟରୁ ଅଧ୍ୟୟନ କରିବାରେ ଏହା ବେଶ ସଫଳ ମିଶନ ହେବା ନେଇ ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:- Launch of Aditya-L1: ଚନ୍ଦ୍ର ପରେ ସୂର୍ଯ୍ୟ ମିଶନ, ସେପ୍ଟେମ୍ବର 2ରେ ଲଞ୍ଚ ହେବ Aditya-L1
ଏହି ମିଶନର ନାମ ଏଲ-1 ରଖାଯିବାର କାରଣ ହେଉଛି, ଏହି ଉପଗ୍ରହ ସୂର୍ଯ୍ୟଙ୍କର ଏଲ-1 ଅର୍ବିଟାଲ ପଏଣ୍ଟରେ ସ୍ଥାପିତ ହୋଇ ଅଧ୍ୟୟନ କରିବ । ଏଲ-1 ପଏଣ୍ଟ ହେଉଛି ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ କକ୍ଷପଥ ପଏଣ୍ଟ । ଆଦିତ୍ୟ-L1 ମହାକାଶ ଯାନ ପୃଥିବୀଠାରୁ ପ୍ରାୟ 1.5 ମିଲିୟନ୍ କି.ମି (15 ଲକ୍ଷ କି.ମି) ଦୂରରେ ଥିବା L-1 ପଏଣ୍ଟ (ସୂର୍ଯ୍ୟ-ପୃଥିବୀ ଲାଗ୍ରାଙ୍ଗିଆନ୍ ପଏଣ୍ଟ) ରେ ଅବସ୍ଥାପିତ ହେବ । ସେହିଠାରୁ ହିଁ ସୌରପୃଷ୍ଠରେ ଘଟୁଥିବା ପରିବର୍ତ୍ତନ, ସୂର୍ଯ୍ୟଙ୍କଠାରୁ ଆସୁଥିବା ଶକ୍ତିଶାଳୀ ସୌର ପବନ, ଏହାର କଣିକା ଓ ସୂର୍ଯ୍ୟଙ୍କ କିରଣରେ ଥିବା ରଙ୍ଗର ଉପାଦନକୁ ଅଧ୍ୟୟନ କରିବ ଏହି ଉପଗ୍ରହ ।
ଅଧ୍ୟୟନର ମୁଖ୍ୟାଂଶ :-
ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସୂର୍ଯ୍ୟକୁ L-1 କକ୍ଷପଥରୁ ଅଧ୍ୟୟନ କରିବା । ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଏବଂ କ୍ରୋମୋସଫିର୍ ଉପରେ ଅଧ୍ୟୟନ କରିଯିବ । ଏହି ଉପଗ୍ରହରେ ମୋଟ ଅତ୍ୟାଧୁନିକ 7-ପେଲୋଡ ସିଷ୍ଟମ ବ୍ୟବସ୍ଥିତ ରହିବ । ଏଥିରେ ବ୍ଯବହୃତ ହେବାକୁ ଥିବା ସୋଲାର ଅଲଟ୍ରାଭାଓଲେଟ୍ ଇମେଜର୍ ପେଲୋଡ୍ ପୁଣେ ସ୍ଥିତ ଅନ୍ତଃ ବିଶ୍ବବିଦ୍ୟାଳୟ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ ସେଣ୍ଟର ପକ୍ଷରୁ ବିକଶିତ କରିଛି । ସେହିପରି ସୌରପୃଷ୍ଠର ବାହାର ପରସ୍ତ ବା (କରୋନା)କୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା ‘କୋରନାଗ୍ରାଫ ପେଲୋଡ’ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIA) ଦ୍ବାରା ବିକଶିତ ହୋଇଥିବା ISRO ଜଣେ ଅଧିକାରୀ କହିଛନ୍ତି । ସମ୍ପୂର୍ଣ୍ଣ ମିଶନରେ ବ୍ୟବହାର ହୋଇଥିବା ଯନ୍ତ୍ରାଂଶ ବିକଶିତ କରିବାରେ ସ୍ବଦେଶୀ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ