ETV Bharat / bharat

ଆପ୍ ଡିଏନଏରେ ଦୁର୍ନୀତି କହିଲେ ବିଜେପି ମୁଖପାତ୍ର - ଆପ୍ ଡିଏନଏରେ ଦୁର୍ନୀତି

ସିଭିସି ରିପୋର୍ଟକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ । ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲଙ୍କ ଡିଏନଏରେ ଦୁର୍ନୀତି ଥିବା କହିଛନ୍ତି ବିଜେପି ମୁଖପାତ୍ର । ଅଧିକ ପଢନ୍ତୁ

ଆପ୍ ଡିଏନଏରେ ଦୁର୍ନୀତି କହିଲେ ବିଜେପି ମୁଖପାତ୍ର

author img

By

Published : Aug 29, 2022, 4:52 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପଦ୍ମ ଓ ଛାଡୁ ମୁହାଁମୁହିଁ ହୋଇଛନ୍ତି। କେହି କାହାକୁ ଛାଡିବାକୁ ନାରାଜ । ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ପରସ୍ପରକୁ ଟାର୍ଗେଟ କରିଛନ୍ତି । ସିଭିସି ରିପୋର୍ଟକୁ (Central Vigilance Commission) ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ । ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଆପ ସରକାରଙ୍କୁ ବାଣ ମାରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲଙ୍କ ଡିଏନଏରେ ଦୁର୍ନୀତି ଥିବା କହିଛନ୍ତି ବିଜେପି ମୁଖପାତ୍ର ।

କେଜ୍ରିୱାଲଙ୍କୁ ଟାର୍ଗେଟ କରି ବିଜେପି ମୁଖପାତ୍ର କହିଛନ୍ତି, ''ଦିଲ୍ଲୀରେ ଆପ୍‌ ସରକାର 500 ସ୍କୁଲ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଯାହା କେବେ ପୂରଣ ହୋଇନାହିଁ । ବିଡ୍ଲ୍ୟୁଡି ରିପୋର୍ଟ ଅନୁସାରେ ଦିଲ୍ଲୀରେ ସ୍କୁଲ ନୁହେଁ ବରଂ ଶ୍ରେଣୀଗୃହ ଖୋଲିବାକୁ କହୁଛନ୍ତି । ଯାହା 2 ହଜାର 400ରୁ ବଢି 7 ହଜାର 180ରେ ପହଞ୍ଚିଛି। ଏ ନେଇ 326 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ହିଲ୍ଲୀ ସରକାର ଶିକ୍ଷା ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ।''

ଏହା ବି ପଢନ୍ତୁ...ପକ୍ଷୀ ଡେଣାରେ ବସି ବୁଲୁଥିଲେ ସାବରକର, ପାଠ୍ୟପୁସ୍ତକରେ ସାମିଲ କରି ବିବାଦରେ ବୋମାଇ ସରକାର

ସେ ଆହୁରି କହିଛନ୍ତି, କେଜ୍ରିୱାଲଙ୍କ ଡିଏନଏରେ ଦୁର୍ନୀତି ଅଛି । ଏହା ଆପ ସରକରା ନୁହେଁ ଏହା ପାପ ସରକାର । ଦୁର୍ନୀତିରେ ମନୀଷ ସିସୋସିଆ ଏକ୍ସପର୍ଟ । ସେ ଟଙ୍କା ସବୁ କେଉଁ ଆଡେ ଗଲା । କେଜ୍ରିୱାଲଙ୍କ ପକେଟକୁ ଗଲା କି ? ଏହା ଉପରେ ତୁମେ କଣ କାର୍ଯ୍ୟନୁଷ୍ଠାନ ନେବ ।''

ପ୍ରକାଶ ଥାଉ କି, ଆଜି ଦିଲ୍ଲୀରେ ଲୋଟସ ଅପରେସନ ବିରୋଧରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହାପୂର୍ବରୁ ବିଜେପି ଉପରେ ଜୋରଦାର ବର୍ଷିଛି। ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ଆସ୍ଥା ପ୍ରସ୍ତାବ ଆଣିଛନ୍ତି କେଜ୍ରିୱାଲ । ଦଳରେ କୌଣସି ମତଭେଦ ନାହିଁ । ସମସ୍ତ ବିଧାୟକ ଦଳ ସହ ରହିଛନ୍ତି ବୋଲି ବିଶ୍ବାସ ମତ ପାଇଁ ଏହି ପ୍ରସ୍ତାବ ଆଣିଛନ୍ତି କେଜ୍ରିୱାଲ । ବିଜେପି ଆମ ବିଧାୟକଙ୍କୁ କିିଣିବାକୁ ଚେଷ୍ଟା କରିଥିଲା ମାତ୍ର ଆମର ଗୋଟିଏ ବି ବିଧାୟକ ବିକ୍ରି ହୋଇନଥିବା କହିଛନ୍ତି କେଜ୍ରିୱାଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.