ETV Bharat / bharat

ମହାରାଷ୍ଟ୍ରରେ 2ସପ୍ତାହ ସମ୍ପୂର୍ଣ୍ଣ ଲକଡାଉନ ପାଇଁ ଟାସ୍କଫୋର୍ସର ପ୍ରସ୍ତାବ - coronavirus second outbreak in maharashtra

ମହାରାଷ୍ଟ୍ରରେ କୋରୋନା କାୟା ବିସ୍ତାର କରୁଥିବାବେଳେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ଟାସ୍କ ଫୋର୍ସ ବୈଠକରେ ଅଧିକାଂଶ ସଦସ୍ୟ 15 ଦିନିଆ କଡା ଲକଡାଉନ ପାଇଁ ସୁପାରିଶ କରିଛନ୍ତି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ହୋଇପାରେ 2ସପ୍ତାହ ସମ୍ପୁର୍ଣ୍ଣ ଲକଡାଉନ

author img

By

Published : Apr 12, 2021, 9:26 AM IST

ମୁମ୍ବାଇ: ସମଗ୍ର ମହାରାଷ୍ଟ୍ରରେ ମହାମାରୀ କୋରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଇଥିବାରୁ ଦିନେ କି ଦୁଇଦିନ ମଧ୍ୟରେ ସମ୍ପୁର୍ଣ୍ଣ ଲକଡାଉନ ସଂକ୍ରାନ୍ତ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି(ରବିବାର) ସଂନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ କୋଭିଡ ଟାସ୍କଫୋର୍ସ ସହିତ ଆଲୋଚନା କରିବା ପରେ ଏଭଳି କହିଛନ୍ତି ।

କୋଭିଡ ଟାସ୍କ ଫୋର୍ସ ବୈଠକରେ ଅଧିକାଂଶ ସଦସ୍ୟ 15ଦିନିଆ କଡା ଲକଡାଉନ ପାଇଁ ସୁପାରିଶ କରିଛନ୍ତି । ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ସମ୍ପୁର୍ଣ୍ଣ ଲକଡାଉନ ଜରୁରୀ ବୋଲି ଟାସ୍କଫୋର୍ସ ବିଶେଷଜ୍ଞମାନେ କହିଛନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ 8 ଦିନିଆ ଲକଡାଉକୁ ସମର୍ଥନ କରିଥିବା ଜଣାପଡିଛି। ଏନେଇ ସିଏମ ଇଦ୍ଧବ ଠାକରେ ଆଜି(ସୋମବାର) ସକାଳ 11 ଟାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଏକ ବୈଠକ କରିବେ। ଯାହାପରେ ଲକଡାଉନ ହେବ କି ନାହିଁ, ସେ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ରାଜ୍ୟରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଆବଶ୍ୟକ ମୁତାବକ ହସ୍ପିଟାଲରେ ଶଯ୍ୟା ଉପଲବ୍ଧ ହୋଇପାରୁନି । ଏହାସହ ଅକ୍ସିଜେନ ଅଭାବ ମଧ୍ୟ ସମସ୍ୟାକୁ ଆହୁରି ଗମ୍ଭୀର କରିବାରେ ଲାଗିଛି ।

ଗତକାଲି(ରବିବାର) ମହାରାଷ୍ଟ୍ରରେ 63, 294 ନୂଆ କୋରୋନା ଆକ୍ରାନ୍ତ ସାମ୍ନାକୁ ଆସିଥିବାବେଳେ 349 ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ମୋଟ ସଂକ୍ରମିତ ସମୁଦାୟ କରୋନା ସଂଖ୍ୟା 34 ଲକ୍ଷ 7 ହଜାର 245 କୁ ବୃଦ୍ଧି ପାଇଛି । କେବଳ ମୁମ୍ବାଇରେ ଦିନକରେ 9 ହଜାର 200 ଲୋକ ସଂକ୍ରମିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.